ଓଡିଶା

odisha

ଉଦଯାପିତ ହେଲା କଳାହାଣ୍ଡି ଉତ୍ସବ ଘୁମୁରା, ଶେଷ ଦିନରେ ମେଲୋଡି ଗୀତରେ ଝୁମିଲେ ଦର୍ଶକ

By

Published : Jan 18, 2023, 9:16 PM IST

ଉଦଯାପିତ ହେଲା ଘୁମୁରା ୨୦୨୩ । ଉଦଯାପନୀ ସନ୍ଧ୍ୟାରେ କଳାକାରଙ୍କ ସଙ୍ଗୀତ ମନ କିଣିଥିଲା ଦର୍ଶକଙ୍କର। ଅଧିକ ପଢନ୍ତୁ

Ghumura mahostav
କଳାହାଣ୍ଡି ଉତ୍ସବ ଘୁମୁରା

କଳାହାଣ୍ଡି ଉତ୍ସବ ଘୁମୁରା

ଭବାନୀପାଟଣା : କଳାହାଣ୍ଡି ମହୋତ୍ସବ ଘୁମୁରାର ରୌପ୍ୟ ଜୟନ୍ତୀ ସମାରୋହ ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲାପାଳ ପି.ଅନ୍ଵେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗଦେଇ କଳାହାଣ୍ଡି ମାଟିର ମହିମା ବର୍ଣ୍ଣନା କରିଥିଲେ । ଆଜି ସେ ଯାହା ବି ହୋଇଛନ୍ତି ଏ ଗାଁ ମାଟି ପାଇଁ ବୋଲି କହିଛନ୍ତି । କଳାହାଣ୍ଡିର ୧୩ଟି ବ୍ଲକର ବିକାଶ, ପ୍ରତ୍ୟେକ ପରିବାର ପାଖକୁ ମୌଳିକ ସୁବିଧା ନପହଞ୍ଚିବା ଯାଏଁ ଅବିରତ ପ୍ରୟାସ ଜାରି ରଖିବେ ବୋଲି କହିଥିଲେ ।

ସେହିପରି ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ କହିଛନ୍ତି, କଳାହାଣ୍ଡି ଆଜି ଏକ ବିକାଶିତ ଜିଲ୍ଲା ଭାବେ ନାମ କରିଛି । ଏହି ବିକାଶ କଳାହାଣ୍ଡି ଗାଁ ମାଟିର ଆଶୀର୍ବାଦ ରହିଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରି ମାଟିକୁ ଗର୍ବିତ କରିଥିବା ୫ଜଣ ଭାରତ ଭୂଷଣ ଦେଓ, ମୂରଲୀଧର ମହାରଣା, ହେମନ୍ତ ମୁଣ୍ଡ, ବିରଞ୍ଚି ପଣ୍ଡା, ରଥୀ ନାଗଙ୍କୁ କଳାହାଣ୍ଡି ବରପୁତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ସେହିଭଳି ୫ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ଜ୍ଞାନଶ୍ରୀ ପୁରସ୍କାର ଓ ଜଣେ ନିରପେକ୍ଷ, ନିଷ୍ଠାପର ଓ ଆଦିବାସୀଙ୍କ ପାଇଁ ସମାଜ ପାଇଁ ନିଜ ଜୀବନକୁ ଉସ୍ବର୍ଗୀକୃତ କରିଥିବା ଯୁବ ସାମ୍ବାଦିକ ସ୍ବର୍ଗତଃ ମହମ୍ମଦ ଅସଲମ, ସ୍ବର୍ଗତଃ ଭାନୁ ପ୍ରକାଶ ରଥ, ବରିଷ୍ଠ ସାମ୍ବାଦିକ ସ୍ବର୍ଗତଃ ସଞ୍ଜୀବ ଯୋଶୀଙ୍କୁ ମରଣୋତ୍ତର କଳାହାଣ୍ଡି ସମ୍ମାନ ପ୍ରଦାନ କରାଯାଇଥିଲା । ସ୍ବେଚ୍ଛାସେବୀ ମନୋଜ ପଟ୍ଟନାୟକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ମହୋତ୍ସବର ଶେଷ ସାଂସ୍କୃତିକ ସନ୍ଧ୍ୟାରେ ଲୋକଗୀତ, ଭବାନୀପାଟଣାର ଜେକେ ୱାଲ୍‌, ବିକାଶ, ମୟୁରୀ ଲୋକନୃତ୍ୟ, କାରୁଣ୍ଡ କଳା ମଞ୍ଚର ବଜାଶାଲ୍, ସଂଗମ, ସଂସ୍କୃତି, ନଟରାଜ କଳା ପରିଷଦ, ଜୁନାଗଡ଼ର ମାଆ ଲଙ୍କେଶ୍ଵରୀ ଅନୁଷ୍ଠାନ, ସହିତ ସମ୍ବଲପୁର ଜିଲ୍ଲା ସଂସ୍କୃତି ପରିଷଦ, ମାଲକାନଗିରି ଜିଲ୍ଲା ସଂସ୍କୃତି ପରିଷଦ, ବରଗଡ଼ ଜିଲ୍ଲା ସଂସ୍କୃତି ପରିଷଦ, ବରଗଡ଼ର କଳାଜୀବୀ, ଲଗନ ସାଂସ୍କୃତିକ ଅନୁଷ୍ଠାନ, ସମ୍ବଲପୁରର ଫୋକ୍ ଟ୍ରାଡିସନ୍, ଖୋର୍ଦ୍ଧାର ଆରାଧନା ଡ୍ୟାନ୍ସ ଏକାଡେମୀ ଏବଂ ଝାଡ଼ଖଣ୍ଡର ପାଇକିଆ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ପରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମେଲୋଡି ଗୀତରେ ଝୁମି ଉଠି ଥିଲେ ଉପସ୍ଥିତ ଅତିଥିଙ୍କ ଓ ଦର୍ଶକ।

ଉଦଯାପନୀ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଦେଖା ଦେଇଥିଲା । କାର୍ଯ୍ୟକ୍ରମରେ ବେଦାନ୍ତ ଡେପୁଟି ସିଇଓ ଗୋବିନ୍ଦ ଗୋପାଳ ପାଲ, ଜିଲ୍ଲା ପରିଷଦ ସଚିନ ପାଓ୍ବାର ପ୍ରମୁଖ ମଞ୍ଚାସୀନ ଥିଲେ । ସତ୍ୟନାରାୟଣ ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ସମ୍ବର୍ଦ୍ଧନା ସଭାକୁ ବିରଞ୍ଚି ନାରାୟଣ ମୁଣ୍ଡ ସଂଯୋଜନା କରିଥିଲେ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details