ଓଡିଶା

odisha

ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରସଙ୍ଗ, ସେପରି ମାନ୍ୟତା ବୋଲି କିଛି ନାହିଁ: କେନ୍ଦ୍ରମନ୍ତ୍ରୀ

By ETV Bharat Odisha Team

Published : Dec 16, 2023, 9:44 PM IST

National maritime heritage status to Bali Yatra: ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ପାଇଁ ଚାଲିଥିବା କଳ୍ପନା ଜଳ୍ପନାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ସେପରି ମାନ୍ୟତା ବୋଲି କିଛି ନାହିଁ ବୋଲି ସ୍ପଷ୍ଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

Dharmendra Pradhan on Bali Yatra
Dharmendra Pradhan on Bali Yatra

ସେପରି ମାନ୍ୟତା ବୋଲି କିଛି ନାହିଁ

କଟକ: ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ । ଜାତୀୟ ମାନ୍ୟତା ବୋଲି କିଛି ବ୍ୟବସ୍ଥା ନଥିବା ମନ୍ତ୍ରୀ କହିଛନ୍ତି । ଏନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପରେ ଏକଥା ସ୍ପଷ୍ଟ ହୋଇଥିବା ଧର୍ମେନ୍ଦ୍ର କହିଛନ୍ତି । ବାଲିଯାତ୍ରା ଲାଗି ଫଣ୍ଡ୍‌ର ଆବଶ୍ୟକତା ଥିଲେ କେନ୍ଦ୍ର ଯୋଗାଇଦେବ ହେଲେ ଜାତୀୟ ମାନ୍ୟତା ବ୍ୟବସ୍ଥା ବୋଲି କିଛି ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ର କହିଛନ୍ତି, "ବାଲିଯାତ୍ରାକୁ ଜାତୀୟ ମାନ୍ୟତାର ଆବଶ୍ୟକତା ନାହିଁ। କାରଣ ପ୍ରଧାନମନ୍ତ୍ରୀ ବାଲିରେ ଯେତେବେଳେ ଏହାର କଥା କହୁଛନ୍ତି ମାନ୍ୟତାର ଆଉ ଆବଶ୍ୟକତା ନାହିଁ । କେବଳ ସେତିକି ନୁହେଁ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମଧ୍ୟ କହିଛନ୍ତି ଜାତୀୟ ମାନ୍ୟତା ବ୍ୟବସ୍ଥା ବୋଲି କିଛି ନାହିଁ । ରାଜ୍ୟ ସରକାର ଲେଖିକି ଦେଲେ ତାହାର ବିକାଶ ପାଇଁ ଯୋଜନା କରାଯିବାର ବ୍ୟବସ୍ଥା ରହିଛି । ସେହିପରି ଫଣ୍ଡ ଦେବାର କେବଳ ବ୍ୟବସ୍ଥା ରହିଛି । ମାନ୍ୟତାର କୌଣସି ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି ।" ତେବେ ଧର୍ମେନ୍ଦ୍ର ଆହୁରି ମଧ୍ୟ ଉଦାହରଣ ଦେଇ କହିଛନ୍ତି ଓଡ଼ିଶାର ରଥଯାତ୍ରା, ପ୍ରଭୁ ଜଗନ୍ନାଥ, ବିଭିନ୍ନ ପର୍ବ ଏହାର କୌଣସି ମାନ୍ୟତାର ଆବଶ୍ୟକତା ନାହିଁ।

ଏହା ବି ପଢନ୍ତୁ- Bali Yatra: ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାକୁ ସବୁ ପ୍ରଚେଷ୍ଟାରେ ସିଏମସି

ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ପାଇଁ ଚାଲିଥିବା କଳ୍ପନା ଜଳ୍ପନାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ମାନ୍ୟତା ଦେବା ପାଇଁ ମନା କରିବା ସହ ଏହା ଆମ ବିଭାଗର ଦାୟିତ୍ବ ନୁହେଁ ବୋଲି ଚିଠି ଲେଖିଥିଲା କେନ୍ଦ୍ର ସଂସ୍କୃତି ବିଭାଗ। ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିବା ସହ ଏହା ବିରୁଦ୍ଧରେ ଆବଶ୍ୟକ ପଡ଼ିଲେ ସାଂସଦରେ କଥା ଉଠାଇବାକୁ ପଛାଇବୁ ନାହିଁ ବୋଲି କହିଥିଲେ କଟକ ମେୟର । ଅନ୍ୟପଟେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଥିପାଇଁ ସଠିକ ଉପସ୍ଥାପନ କରିନଥିବାରୁ ଏଭଳି ହୋଇଥିବା କଥା କହିଛନ୍ତି ବିଜେପି କଟକ ନଗର ସଭାପତି।

କଟକର ଐତିହାସିକ ବାଲିଯାତ୍ରା ଏହାର ଐତିହ୍ୟ ଓ ପରମ୍ପରା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବେଶ ପ୍ରସିଦ୍ଧି ଲାଭ କରିଛି । ବିଶ୍ବର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳାକୁ ରାଜ୍ୟ ମାନ୍ୟତା ମିଳିଥିବା ବେଳେ ଜାତୀୟ ମାନ୍ୟତା ପାଇଁ ୨୦୧୯ ମସିହାରେ ଆବେଦନ କରାଯାଇଥିବା ବେଳେ ଗତ ମାସ ତଥା ୨୦୨୩ ଅକ୍ଟୋବର ୧୭ ତାରିଖରେ କଟକ ମେୟର ସୁବାସ ସିଂଙ୍କ ନେତୃତ୍ବରେ ୩ ଜଣିଆ ସାଂସଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଯାହାର ଚିଠି ନମ୍ବର ରହିଥିଲା ୯୭ । ଏହାର ଉତ୍ତରରେ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ୯୭ ନମ୍ବର ଚିଠିର ଉତ୍ତରରେ କହିଥିଲେ ଯେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦିଆଯାଇ ପାରିବ ନାହିଁ ଓ ଏହା ଆମ ବିଭାଗ ଅଧୀନରେ ନାହିଁ ।

ଏହା ବି ପଢନ୍ତୁ- ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦାବି, କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଏହାପରେ ସାମ୍ବାଦିକ ସମ୍ମିଳନୀ ଜରିଆରେ କଟକ ମେୟର ତୀବ୍ର ପ୍ରତିକ୍ରିୟା ରଖିଥିଲେ । କେନ୍ଦ୍ର ସଂକୃତି ବିଭାଗ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାକୁ ମନା କରିବା ପରେ କେଉଁ ବିଭାଗ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ କରିବା କେନ୍ଦ୍ର ସରକାର ଜଣାଇବା ଦରକାର ବୋଲି ମେୟର କହିଥିଲେ । ପ୍ରଧାନମନ୍ତ୍ରୀ ଐତିହାସିକ ବାଲିଯାତ୍ରାକୁ ପ୍ରଶଂସା କରିବା ପରେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳୁ ପାରୁନାହିଁ । ଆଗାମୀ ଦିନରେ ଯଦି ବାଲିଯାତ୍ରାକୁ ଜାତୀୟ ମାନ୍ୟତ ପ୍ରଦାନ ନ କରାଯାଏ ତାହାଲେ ଏହି ପ୍ରସଙ୍ଗକୁ ସଂସଦରେ ଉଠାଯିବ ବୋଲି କହିଥିଲେ କଟକ ମେୟର ସୁବାସ ସିଂ।

ଇଟିଭି ଭାରତ, କଟକ

ABOUT THE AUTHOR

...view details