ETV Bharat / state

ପ୍ରାକୃତିକ ବିପର୍ଯ୍ୟୟ କମିଟି ପୁର୍ନଗଠନ କଲେ ମୁଖ୍ୟମନ୍ତ୍ରୀ ମୋହନ, ଗୁରୁବାର ବସିବ ବୈଠକ - disaster management committee

author img

By ETV Bharat Odisha Team

Published : Jul 2, 2024, 7:45 AM IST

state level Natural disaster management committee reorganized: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିବ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି । କମିଟିରେ ରହିଛନ୍ତି ୫୮ ସଦସ୍ୟ । କମିଟିର ପ୍ରଥମ ବୈଠକ ଆସନ୍ତା 4 ତାରିଖରେ ଲୋକସେବା ଭବନରେ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

disaster management committee
disaster management committee (ETV Bharat Odisha)

ଭୁବନେଶ୍ୱର: ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ହେଲା ପୁନର୍ଗଠନ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିବ ଏହି କମିଟି । କମିଟିରେ ମୁଖ୍ୟମନ୍ତ୍ରୀଙ୍କ ସମେତ 58 ଜଣ ସଦସ୍ୟ ରହିଥିବା ବେଳେ ଏଥିରେ ଦୁଇ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭାଗୀୟ ସଚିବ ପ୍ରମୁଖ ସଦସ୍ୟ ଅଛନ୍ତି । ପୁନର୍ଗଠନ ପରେ କମିଟିର ପ୍ରଥମ ବୈଠକ ଆସନ୍ତା 4 ତାରିଖରେ ଲୋକସେବା ଭବନରେ ଅନୁଷ୍ଠିତ ହେବ ।

ପୁନର୍ଗଠନ ହୋଇଥିବା ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ 11 ମନ୍ତ୍ରୀ ଅଛନ୍ତି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରମୁଖ ଏହି କମିଟିର ସଦସ୍ୟ ରହିଛନ୍ତି । ସେହିପରି କମିଟିରେ 5 ଜଣ ଲୋକସଭା ଓ ରାଜ୍ୟସଭା ସଦସ୍ୟ ଅଛନ୍ତି । ସେମାନେ ହେଲେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବରଗଡ ସାଂସଦ ପ୍ରଦୀପ ପୁରୋହିତ, ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ରାଜ୍ୟସଭା ସାଂସଦ ସୁଜିତ କୁମାର ଅଛନ୍ତି ।

ଏହାମଧ୍ୟ ପଢନ୍ତୁ.. ସରକାର ଓ ଜନତାଙ୍କ ମଧ୍ୟରେ ଲୌହ ପାଚେରୀ ଥିଲା, ଆଜି ପାଚେରୀ ଭାଙ୍ଗି ଦିଆଗଲା:ମୁଖ୍ୟମନ୍ତ୍ରୀ - CM REACTION ON GRIEVANCE

ସେହିପରି ବିଭିନ୍ନ ଦଳରୁ 19 ଜଣ ବିଧାୟକ କମିଟିରେ ସଦସ୍ୟ ଅଛନ୍ତି । ସେମାନେ ହେଉଛନ୍ତି ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ଜଳେଶ୍ବର ବିଧାୟକ ଅଶ୍ୱିନୀ ପାତ୍ର, ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, କୋରେଇ ବିଧାୟକ ଆକାଶ ଦାସନାୟକ, ଦିଗପହଣ୍ଡି ସିଦ୍ଧାନ୍ତ ମହାପାତ୍ର, ବାଙ୍ଗିରିପୋଷି ବିଧାୟକ ସଞ୍ଜଳୀ ମୁର୍ମୁ, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ବୌଦ୍ଧ ବିଧାୟକ ସରୋଜ ପ୍ରଧାନ, ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଶୀ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ, ତେଲକୋଇ ବିଧାୟକ ଫକୀର ନାୟକ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା, ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ସଦସ୍ୟ ଭାବେ ଅଛନ୍ତି ।

ସେହିପରି ରାଜ୍ୟ ପ୍ରଶାସନ ପକ୍ଷରୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ରେଭିନ୍ୟୁ ବୋର୍ଡ ସଦସ୍ୟ, ଖାଦ୍ୟ ଉତ୍ପାଦନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର, ଗୃହ, ଅର୍ଥ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ ଏବଂ ପରିବେଶ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, କୃଷି, ଜଳସମ୍ପଦ, ରାଜସ୍ୱ, ମହିଳା ଏବଂ ଶିଶୁ ବିକାଶ, ଶକ୍ତି, ନଗର ଉନ୍ନୟନ, ସ୍ୱାସ୍ଥ୍ୟ, ସମବାୟ, ପୂର୍ତ୍ତ, ଖାଦ୍ୟ ଯୋଗାଣ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଓ ଏସସି ଏବଂ ଏସଟି ବିଭାଗର ସଚିବ ସଦସ୍ୟ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.