ETV Bharat / state

କେମିତି ମ୍ୟାନେଜ୍‌ କରିବେ ମନୋଜ ? ରଥଯାତ୍ରାରୁ ରତ୍ନଭଣ୍ଡାର, ରାଜ୍ୟ-କେନ୍ଦ୍ର ସମନ୍ବୟ, ରହିଛି ଅନେକ ଚ୍ୟାଲେଞ୍ଜ - New challenges for cs Manoj Ahuja

author img

By ETV Bharat Odisha Team

Published : Jul 2, 2024, 8:30 AM IST

Updated : Jul 2, 2024, 11:19 AM IST

New challenges in front of Chief Secretary Manoj Ahuja: ରାଜ୍ୟ ପ୍ରଶାସନରେ କେତେ ଗ୍ରହଣୀୟ ହେବେ ମନୋଜ ଆହୁଜା । ବିଜେପି ସରକାରର ପ୍ରତିଶ୍ରୁତି ପୂରଣଠାରୁ ନେଇ ନବୀନଙ୍କ ଯୋଜନାର ବିକଳ୍ପ ଖୋଜିବା ପର୍ଯ୍ୟନ୍ତ ରହିବ ଚ୍ୟାଲେଞ୍ଜ । ରଥଯାତ୍ରାଠାରୁ ନେଇ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ, ସବୁଠି ରହିଛି କାର୍ଯ୍ୟଦକ୍ଷତାର ପ୍ରଶ୍ନ । ଅଧିକ ପଢନ୍ତୁ

ନୂଆ ସରକାର ଓ ମୁଖ୍ୟ ଶାସନ ସଚିବ: ମନୋଜଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ
ନୂଆ ସରକାର ଓ ମୁଖ୍ୟ ଶାସନ ସଚିବ: ମନୋଜଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ଅଢେଇ ଦଶନ୍ଧି ପରେ ସରକାର ବଦଳି ଥିବାବେଳେ ସମାନ ଧାରା ମଧ୍ୟ ରାଜ୍ୟ ପ୍ରଶାସନରେ ମଧ୍ୟ ଦେଖିବାକୁ ମିଳିଛି । ପ୍ରାୟ ଦୁଇ ଦଶନ୍ଧି ପରେ ଜଣେ ବରିଷ୍ଠ ଅଣଓଡିଆ ପ୍ରଶାସନିକ ଅଧିକାରୀ ମୁଖ୍ୟ ଶାସନ ସଚିବ ହୋଇଛନ୍ତି । 1990 ବ୍ୟାଚର ବରିଷ୍ଠ ଆଇଏଏସ ମନୋଜ ଆହୁଜା ମୋହନ ସରକାରର ମୁଖ୍ୟ ଶାସନ ସଚିବ ଭାବେ ଗତ ରବିବାର ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତକାଲି ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବା ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ବିଭାଗୀୟ ସଚିବଙ୍କ ସହ ସେ ଆଲୋଚନା କରିଛନ୍ତି ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ (ETV Bharat Odisha)

ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବେଳେ କାର୍ଯ୍ୟପାଳିକାର ଶୀର୍ଷ ଅଧିକାରୀ ହେବେ ମନୋଜଙ୍କ ଗୁରୁଦାୟିତ୍ୱ ରହିଛି । ଏକାଧିକ କ୍ଷେତ୍ରରେ ରହିଛି ଅନେକ ଚ୍ୟାଲେଞ୍ଜ । ପ୍ରାଶାସନିକ ଗ୍ରହଣୀୟତା, କେନ୍ଦ୍ର-ରାଜ୍ୟ ସମନ୍ୱୟ, ଶାସକ ଦଳର ପ୍ରତିଶ୍ରୁତି ଓ ଲୋକଙ୍କ ଭାବାବେଗ ସହିତ ଜଡିତ ମହାପ୍ରଭୁ ଶ୍ରୀଜଗନ୍ନନାଥଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମନୋଜଙ୍କ ପାଇଁ ଆହ୍ବାନ ସଦୃଶ ହେବ । ନୂଆ ମୁଖ୍ୟ ଶାସନ ସଚିବଙ୍କ ପାଇଁ ମୁଖ୍ୟତଃ ଦୁଇ ପ୍ରକାର ଚ୍ୟାଲେଞ୍ଜ ରହିବ । ଆସନ୍ତା କିଛି ଦିନରରେ ପଡୁଥିବା ଚିରାଚରିତ କାର୍ଯ୍ୟକ୍ରମ ସହ ଦୀର୍ଘକାଳୀନ ଚ୍ୟାଲେଞ୍ଜ ରହିଛି । ଆସନ୍ତାବର୍ଷ ଜାନୁଆରୀ ପହିଲା ମନୋଜଙ୍କ ଅବସର ଧାର୍ଯ୍ୟ ରହିଛି । ଆସନ୍ତା 6 ମାସ ମଧ୍ୟରେ ମନୋଜଙ୍କ ଦକ୍ଷତା ତାଙ୍କ କର୍ଯ୍ୟକାଳ ବୃଦ୍ଧିର ମାପକାଠି ହୋଇପାରେ ।

ରଥଯାତ୍ରା, ରତ୍ନଭଣ୍ଡାର ଖୋଲା ଓ ରାଷ୍ଟ୍ରପତିଙ୍କ ଗସ୍ତ :-
ଆଗକୁ ରହିଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥ ଓ ବାହୁଡା଼ ଯାତ୍ରା । ନୂଆ ସରକାର ଓ ମୁଖ୍ୟ ଶାସନ ସଚିବଙ୍କର ଏହା ପ୍ରଥମ ପ୍ରାଥମିକତା । ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ ବଡ଼ ଚ୍ୟାଲେଞ୍ଜ ରହିବ । ମହାପ୍ରଭୁଙ୍କ ଏହି ବଡ଼ ଯାତ୍ରାରେ ସାମିଲ ହେବେ ରାଷ୍ଟ୍ରପତି । ସୁରୁଖୁରୁରେ ରଥଯାତ୍ରା ସହ ରାଷ୍ଟ୍ରପତିଙ୍କ ଗସ୍ତ ସମାପନ ଦାଇତ୍ୱ ରହିବ । ସେହିପରି ରତ୍ନ ଭଣ୍ଡାର ଖୋଲିବା ଶାସକ ଦଳର ନିର୍ବାଚନୀ ପ୍ରତିଶ୍ରୁତି ରହିଛି । ଏହାକୁ ବିଧି ଅନୁସାରେ କରିବା ମଧ୍ୟ ବଡ଼ ଚ୍ୟାଲେଞ୍ଜ ହେବ ।

ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ :-
ସାଧାରଣ ନିର୍ବାଚନରେ ପୁଳାଏ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ଭାରତୀୟ ଜନତା ପାର୍ଟି । ଏହା ମଧ୍ୟରେ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା, କୃଷକଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 3100 ଟଙ୍କା, ଶ୍ରୀମନ୍ଦିରର କର୍ପସ ଫଣ୍ଡ ପ୍ରତିଷ୍ଠା ସହ ଅନେକ ପ୍ରତିଶ୍ରୁତି ରହିଛି । ସେହିପରି ଦୁର୍ନୀତି ବିରୋଧରେ ଅଭିଯାନ ପରି ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ପୂରଣର ଗୁରୁ ଦାୟିତ୍ୱ ମନୋଜଙ୍କ ଉପରେ ରହିବ । ସାମାନ୍ୟ ଭୁଲ ମୋହନ ସରକାର ପାଇଁ ବିପଦ ସୃଷ୍ଟି କରିବ । ସଶକ୍ତ ବିରୋଧୀ ଥିବାରୁ ନୂଆ ସରକାର ଲାଗି ବୁମେରାଂ ହୋଇପାରେ । ତେଣୁ ବେଶ ସତର୍କତାର ସହ ମନୋଜଙ୍କୁ ପ୍ରଭାବଶାଳୀ ନିଷ୍ପତ୍ତି ନେବାକୁ ପଡିବ ।

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ :-
କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ରହିଛି । ଅର୍ଥାତ ଓଡିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି । ନୂଆଦିଲ୍ଲୀ ଓ ଭୁବନେଶ୍ୱର ମଧ୍ୟରେ ସମନ୍ୱୟ ରଖିବା ମଧ୍ୟ ମନୋଜଙ୍କ ପାଇଁ ଚ୍ୟାଲେଞ୍ଜ ହେବ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କେବଳ ସୁସମ୍ପର୍କ ନୁହେଁ, ଗଭୀର ଚିନ୍ତନ ସହ ପରିସ୍ଥିତିର ସାମନା କରିବା ସହ ବୁଦ୍ଧିମତାର ସହ ସମସ୍ୟାର ସମାଧାନ କରିବାକୁ ପଡିବ । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିଲେ ମଧ୍ୟ କିଛି ପରିସ୍ଥିତିରେ କାମ କରିବା ସହଜ ହୋଇପାରେ । ବିଭିନ୍ନ କ୍ଷମତା କେନ୍ଦ୍ରର ଚାପ ସମ୍ଭାଳିବାକୁ ପଡିପାରେ ।

ନବୀନଙ୍କ ନିଷ୍ପତ୍ତି, ଯୋଜନା ସମୀକ୍ଷା :-
ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ଦୀର୍ଘ ବର୍ଷ ଧରି ଶାସନ କରିଥିଲା ବିଜେଡି । 24 ବର୍ଷ କ୍ଷମତାରେ ରହିବା ସହ ନବୀନ ସରକାରର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଯାହାକୁ ବିରୋଧୀରେ ଥିବା ସମୟରେ ବିଜେପି ନାପସନ୍ଦ କରିଛି । ଉଦାହରଣ ଆକାରରେ ଆମ ଓଡ଼ିଶା, ନବୀନ ଓଡିଶା, BSKY, ମିଶନଶକ୍ତିକୁ ଅତୀତରେ ଟାର୍ଗେଟ କରିଛି ବିଜେପି । ଏସବୁ ଯୋଜନାର ସମୀକ୍ଷା କରିବା, ବନ୍ଦ କରିବା କିମ୍ବା ଏଗୁଡିକର ବିକଳ୍ପ ବ୍ୟବସ୍ଥା କରିବା ମନୋଜଙ୍କ ତତ୍ୱାବଧାନରେ ହେବ । ଏହା ମଧ୍ୟ ମନୋଜଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ।

ଶାସନ ବ୍ୟବସ୍ଥାରେ ସ୍ଥିରତା :-
ରାଜ୍ୟରେ ଥିବା ଅଧିକାରୀଙ୍କ ବଦଳରେ କେନ୍ଦ୍ରରର 7ବର୍ଷ ହେଲା ଥିବା ମନୋଜଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଦେଇଛନ୍ତି ମୋହନ ସରକାର । ଶାସନ ବ୍ୟବସ୍ଥାରେ ନୂଆ କିଛି କରିବାକୁ ଚେଷ୍ଟା କରୁଥିବା ମୋହନ ସରକାର ଜନତାଙ୍କ ମନରେ ଆଶା ଓ ଆତ୍ମବିଶ୍ୱାସ ଭରିବାକୁ ଉଦ୍ୟମ କରିଛନ୍ତି । ତେଣୁ ଶାସନ ବ୍ୟବସ୍ଥାରେ ସ୍ଥିରତା ଆଣିବା ମନୋଜଙ୍କ ପାଇଁ ଚ୍ୟାଲେଞ୍ଜ ହେବ । ବିଜେଡି ଲମ୍ବା ସମୟ ଧରି ଶାସନରେ ରହିବା ସହ କାର୍ଯ୍ୟପାଳିକାର ପ୍ରତି ସ୍ତରରେ ନିଜ ବିଶ୍ୱସ୍ତ ଅଧିକାରୀଙ୍କୁ ରଖିଥିଲା । ତେଣୁ କାର୍ଯ୍ୟପାଳିକାର ପ୍ରଦର୍ଶନ ଉପରେ ରାଜ୍ୟରେ ପ୍ରଥମ ବିଜେପି ସରକାରର ପ୍ରଦର୍ଶନ ନିର୍ଭର କରୁଛି । ଆଉ ଏହାର ପୂରା ଦାୟିତ୍ୱ ଏବେ ମନୋଜଙ୍କ କାନ୍ଧରେ ରହିବ ।

ଏହା ମଧ୍ୟ ପଢନ୍ତୁ:-ଲୋକସଭାରେ ରାହୁଲଙ୍କ ବୟାନକୁ ନେଇ ହଙ୍ଗାମା, କହିଲେ ଆପଣ ହିନ୍ଦୁ ହିଁ ନୁହନ୍ତି - Ruckus in Lok Sabha

ବଦଳେଇବାକୁ ପଡିବ ପ୍ରଶାସନିକ ଚେହେରା :-
ରାଜନୀତିରେ ଅନୁପ୍ରବେଶ ଅଭିଯୋଗ ସହ ନେଇ ବଦନାମ ହୋଇଛି ପ୍ରଶାସନିକ ବ୍ୟବସ୍ଥା । କାର୍ଯ୍ୟପାଳିକାର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିଛି । କିଛି ଆଇଏଏସ ଓ ଆଇପିଏସ ଦଳୀୟ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ରହିଥିଲା । ଭିକେ ପାଣ୍ଡିଆନ ଚାକିରିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହେବା ପରେ ଅଭିଯୋଗରେ ସତ୍ୟତା ଥିବା ମୋହର ବାଜିଛି । ତେଣୁ ବିଜେପି ସରକାରରେ ଅଧିକାରୀ ଯେ ନିରପେକ୍ଷ ମନୋଜଙ୍କୁ ଏହି ବିଶ୍ୱାସ ଜନସାଧାରଣରେ ଜନ୍ମାଇବାକୁ ପଡିବ । ଜନତାଙ୍କ ମଧ୍ୟରେ କାର୍ଯ୍ୟପାଳିକାର ବିଶ୍ୱସନୀୟତା ଫେରାଇ ଆଣିବାକୁ ପଡିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 2, 2024, 11:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.