କଟକ: ସହରର ଛତ୍ରବଜ଼ାର ରାସ୍ତା କଡରେ ଆଉ ବସିବେ ନାହିଁ ପରିବା ବ୍ୟବସାୟୀ । ସେମାନଙ୍କ ପାଇଁ ଖୁବଶୀଘ୍ର ଖୋଲିବ ଅତ୍ୟାଧୁନିକ ଅର୍ବାନ ହାଟ । ଯେଉଁଠି ରହିଛି 550ଟି ପିଣ୍ଡି । ବ୍ୟବସାୟୀଙ୍କ ପାଇଁ ଲାଇଟ,ପାଣି, ପାର୍କିଂ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ଆସନ୍ତା ମେ’ ମାସ ରେ ନୂତନ ପିଣ୍ଡିକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାକୁ ଥିବା ବେଳେ ପିଣ୍ଡିର ଉନ୍ନତି କରଣ କାର୍ଯ୍ୟ ସମୀକ୍ଷା କରିଛନ୍ତି ମେୟର କମିଶନର ଏବଂ ବିଧାୟକ । ସେପଟେ ତାଳ ଦଣ୍ଡା କେନାଲ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଛନ୍ତି ।
ନୂଆ ରୂପରେ ଛିଡା ହୋଇଛି ତାଳଦଣ୍ଡା କେନାଲ ପାର୍ଶ୍ଵର ଅର୍ବାନ ହାଟ । 150 ବର୍ଷରୁ ଅଧିକ ସମୟ ଧରି କଟକ ଛତ୍ରବଜାର କେନାଲ କଡରେ ଚାଲୁଥିବା ପରିବା ବ୍ୟବସାୟୀ ମାନେ ହେବେ ଉପକୃତ । ଅର୍ବାନ ହାଟରେ ରହିଛି 550 ଗୋଟି ପିଣ୍ଡି । ଖୁବଶୀଘ୍ର ଏହି ହାଟକୁ ସ୍ଥାନାନ୍ତର ହେବେ ପରିବା ବ୍ୟବସାୟୀ । ଖାଲି ଅପେକ୍ଷା ଏହାର ଉଦଘାଟନକୁ । ଯଥାଶୀଘ୍ର ପିଣ୍ଡି ଗୁଡିକୁ ବ୍ୟବସାୟୀ ମାନଙ୍କୁ ଦିଆଯିବ । ଏଥି ସହିତ ପିଇବା ପାଣି, ଶୌଚ ବ୍ୟବସ୍ଥା ଓ ପାର୍କିଂ ବ୍ୟବସ୍ଥାର ଅଳ୍ପ କିଛି କାମ ଶେଷ ହେବା ପରେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟନ କରାଯିବ ବୋଲି କହିଛନ୍ତି ମେୟର ଓ ବିଧାୟକ ସୌଭିକ ବିଶ୍ୱାଳ ।
ଏହା ମଧ୍ୟ ପଢନ୍ତୁ-କ୍ରିକେଟକୁ ବ୍ରତ କରିଛନ୍ତି ପ୍ରଶାନ୍ତ କାୟସ୍ଥ, 32 ବର୍ଷ ହେଲା ମାଗଣା କୋଚିଂ ଦେଉଛନ୍ତି