ETV Bharat / state

ଲୀଳାମୟ ନିଳାଦ୍ରୀନାଥଙ୍କ ପହଣ୍ଡି ବିଜେ; ବର୍ଷକୁ ୩ ଥର ହୁଏ ନୀତି, ଜାଣନ୍ତୁ ଏହାର ମାହାତ୍ମ୍ୟ - Pahandi Bije ritual

Pahandi Bije ritual of Lord Jagannath: ଲୀଳାମୟ ନିଳାଦ୍ରୀନାଥ ଶ୍ରୀଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି ସ୍ବତନ୍ତ୍ର ଓ ଅନ୍ୟନ୍ୟ । ସେଥିମଧ୍ୟରୁ ଅନ୍ୟତମ ପହଣ୍ଡି ବିଜେ ନୀତି । ଜାଣନ୍ତୁ କ'ଣ ଏହି ନୀତିର ମାହାତ୍ମ୍ୟ ।

author img

By ETV Bharat Odisha Team

Published : Jul 6, 2024, 7:15 PM IST

ଲୀଳାମୟ ନୀଳିଦ୍ରିନାଥଙ୍କ ପହଣ୍ଡି ବିଜେ
ଲୀଳାମୟ ନୀଳିଦ୍ରିନାଥଙ୍କ ପହଣ୍ଡି ବିଜେ (ETV Bharat Odisha)

ପୁରୀ: ଜଗତର ନାଥ ଜଗନ୍ନାଥ, ସର୍ବବ୍ୟାପୀ...ବ୍ରହ୍ମାଣ୍ଡ ଠାକୁର । ମର୍ତ୍ତ୍ୟବୈକୁଣ୍ଠ ଶ୍ରୀକ୍ଷେତ୍ର ଧାମରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ । ଭକ୍ତର ଭଗବାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳୀ ଯେମିତି ବିଚିତ୍ର, ତାଙ୍କର ସମସ୍ତ ନୀତିକାନ୍ତି ସେମିତି ସ୍ଵତନ୍ତ୍ର ଓ ଅନନ୍ୟ । କାଲି ରତ୍ନବେଦୀରୁ ଓହ୍ଲାଇ ଆସି ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ମହାପ୍ରଭୁ । ଶ୍ରୀଜିଉ ପାଦହୁଣ୍ଡନ ଗତିରେ ଆସୁଥିବାରୁ ଏହି ବିଜେକୁ କୁହାଯାଏ ପହଣ୍ଡି । ଏହି ପହଣ୍ଡିରେ ବି ରହିଛି ଭିନ୍ନତା ।

ପହଣ୍ଡି ବିଜେ (ETV Bharat Odisha)

ମହାପ୍ରଭୁଙ୍କ ପହଣ୍ଡି ଦୁଇ ପ୍ରକାରର- ଧାଡି ପହଣ୍ଡି ଓ ଗୋଟି ପହଣ୍ଡି । ଶ୍ରୀଗୁଣ୍ଡିଚା ଯାତ୍ରା ଓ ସ୍ନାନଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିରରୁ ସ୍ନାନମଣ୍ଡପ ଓ ରଥକୁ ବିଜେ ସମୟରେ ଧାଡି ପହଣ୍ଡିରେ ଆସିଥାନ୍ତି । ସେହିପରି ରତ୍ନବେଦୀକୁ ବାହୁଡିବା ସମୟରେ ଗୋଟି ପହଣ୍ଡିରେ ଯାଇଥାନ୍ତି ।

ଗବେଷକ ମତରେ, ସଂସ୍କୃତ ଶବ୍ଦ ପଦ ହୁଣ୍ଡନରୁ ପହଣ୍ଡିର ସୃଷ୍ଟି । ପଦର ଅର୍ଥ ପାଦ ଓ ହୁଣ୍ଡନର ଅର୍ଥ ଭ୍ରମଣ । ତେଣୁ ପହଣ୍ଡିର ଆଭିଧାନିକ ଅର୍ଥ ପାଦରେ ଭ୍ରମଣ । ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ବଳଭଦ୍ରଙ୍କୁ ସେବକମାନେ ପାଟ ଡୋରିରେ ବାନ୍ଧି ଝୁଲାଇ ଝୁଲାଇ ପହଣ୍ଡି ବିଜେ କରାଉଥିବାବେଳେ ଦେବୀ ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ଦଇତାପତି ଓ ଅନ୍ୟ ସେବକମାନେ କାନ୍ଧରେ ପହଣ୍ଡି ବିଜେ କରାଇଥାନ୍ତି । ଶ୍ରୀଜିଉଙ୍କ ପହଣ୍ଡି ସମୟରେ ମସ୍ତକରେ ମୟୂର ପୁଚ୍ଛ ସଦୃଶ ଯେଉଁ ଟାହିଆ ଶୋଭାପାଏ, ରାଘବ ଦାସ ମଠ ଓ ଗୋପାଳ ତୀର୍ଥ ମଠ ତାହାକୁ ପ୍ରସ୍ତୁତ କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ: ମହାପ୍ରଭୁଙ୍କ ନବଯୌବନ ଓ ନେତ୍ରୋତ୍ସବ କ'ଣ ? ଏ ବର୍ଷ କାହିଁକି ଭକ୍ତଙ୍କୁ ମିଳିବନି ଏହି ଦୁର୍ଲ୍ଲଭ ଦର୍ଶନ - Nabajouban Darshan

ପ୍ରତ୍ୟେକ ବର୍ଷ ମହାପ୍ରଭୁଙ୍କର ତିନି ଥର ଧାଡି ପହଣ୍ଡି ଓ ଗୋଟି ପହଣ୍ଡି ହୋଇଥାଏ । ସ୍ନାନଯାତ୍ରା, ରଥଯାତ୍ରା ଏବଂ ବାହୁଡା ଦିନ ଗୁଣ୍ଡିଚା ମନ୍ଦିରରୁ ରଥ ଉପରକୁ ଆସିବା ସମୟରେ ଧାଡି ପହଣ୍ଡି ହୋଇଥାଏ । ସେହିପରି ସ୍ନାନବେଦୀରୁ ଅଣସର ପିଣ୍ଡିକୁ, ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥରୁ ଗୁଣ୍ଡିଚା ମନ୍ଦିରକୁ ଏବଂ ନୀଳାଦ୍ରି ବିଜେରେ ରତ୍ନସିଂହାସନକୁ ଗମନ ସମୟରେ ଗୋଟି ପହଣ୍ଡିରେ ଯାଇଥାନ୍ତି । ଶ୍ରୀମନ୍ଦିରରେ ଏହି ପରମ୍ପରା ବେଶ୍ ଅନନ୍ୟ । ପହଣ୍ଡି ବିଜେ ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ଶ୍ରୀକ୍ଷେତ୍ରରେ ଗୁଣ୍ଡିଚା ଓ ମାଉସୀ ମନ୍ଦିରର ମାହାତ୍ମ୍ୟ; କ'ଣ ରହିଛି ଜଗନ୍ନାଥଙ୍କର ସମ୍ପର୍କ - Rath Yatra 2024

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.