ETV Bharat / state

ସ୍ବାମୀଙ୍କୁ ହତ୍ୟା ଅଭିଯୋଗରେ ଆଜୀବନ ଜେଲ ଦଣ୍ଡ ଭୋଗୁଥିଲେ ପତ୍ନୀ; ନିର୍ଦ୍ଦୋଷରେ ଖଲାସ କଲେ ହାଇକୋର୍ଟ - Wife acquitted in Husband Murder

Wife acquitted in Husband Murder Case: ସ୍ବାମୀଙ୍କୁ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ ସ୍ତ୍ରୀ । 12 ବର୍ଷ ଜେଲ ଦଣ୍ଡ ଭୋଗିବାପରେ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କଲେ ହାଇକୋର୍ଟ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jul 6, 2024, 6:48 PM IST

Wife acquitted in Husband Murder Case
Wife acquitted in Husband Murder Case (ETV Bharat Odisha)

କଟକ: ସ୍ବାମୀ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ ସ୍ତ୍ରୀ । ଏବେ ଜେଲରୁ ମୁକୁଳିବା ବାଟ ଫିଟିଲା । ସ୍ବାମୀଙ୍କ ହତ୍ୟା ମାମଲାରେ ତଳ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିଲେ ପତ୍ନୀ ସୁନୀତା ମୁଣ୍ଡାରୀ । ଏବେ ହାଇକୋର୍ଟଙ୍କ ରାୟ ତାଙ୍କୁ ଆଶ୍ବସ୍ତି ଆଣିଦେଇଛି । ଜାଣନ୍ତୁ କଣ ଥିଲା ପୁରା ମାମଲା ।

ସ୍ବାମୀକୁ ହତ୍ୟା ମାମଲାରେ ଗତ ୨୦୨୨, ଡିସେମ୍ବର ୨୦ରେ ସୁନ୍ଦରଗଡ ଜିଲ୍ଲାର ସୁନୀତାଙ୍କୁ ଆଇପିସିର ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ରାଉରକେଲା ଅତିରିକ୍ତ ଦୌରାଜଜ କୋର୍ଟ । ତେବେ ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସୁନୀତା । କୋର୍ଟ ଏହି ମାମଲାକୁ ଅତି ଗୁରୁତ୍ବର ସହ ବିଚାର କରି ତଳ କୋର୍ଟଙ୍କ ରାୟକୁ ରଦ୍ଦ କରି ଦେଇଛନ୍ତି । ଫଳରେ ସୁନୀତାଙ୍କୁ ଜେଲରୁ ମୁକୁଳିବା ବାଟ ଫିଟିଛି ।

ପ୍ରଥମ ପତ୍ନୀଙ୍କ ବିରୋଧରେ କଣ ଥିଲା ଅଭିଯୋଗ ?

ସୁନ୍ଦରଗଡ ଜିଲ୍ଲାର ମଙ୍ଗଳ ମୁଣ୍ଡାରୀ ନାମକ ବ୍ୟକ୍ତିଙ୍କ ଦୁଇଟି ପତ୍ନୀ ଥିଲେ । ସୁନୀତା ମୁଣ୍ଡାରୀ ହେଉଛନ୍ତି ମଙ୍ଗଳଙ୍କ ପ୍ରଥମ ପତ୍ନୀ । ୨୦୨୧ ଜୁନ ୨୬ ତାରିଖରେ ଦ୍ବିତୀୟ ପତ୍ନୀ ମଙ୍ଗଳଙ୍କ ଝିରପାଣି ସ୍ଥିତ ଘରକୁ ଯାଇଥିଲେ । ପୁରା ପରିବାର ରାତିରେ ଶୋଇଥିବା ବେଳେ ହଠାତ ମଧ୍ୟରାତ୍ରରେ ମଙ୍ଗଳଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା ଏବଂ ତାଙ୍କ ଶରୀରରେ ନିଆଁ ଲାଗି ଯାଇଥିବା ଦ୍ବିତୀୟ ପତ୍ନୀ ଦେଖିବାକୁ ପାଇଥିଲେ । ଚିକିତ୍ସା ପାଇଁ ଦ୍ବିତୀୟ ପତ୍ନୀ ମଙ୍ଗଳଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ । ମାତ୍ର ଚିକିତ୍ସିତ ଅବସ୍ଥାରେ ଜୁନ ୨୮ ତାରିଖରେ ମଙ୍ଗଳଙ୍କ ମୃତ୍ୟୁ ଘଟିଥିଲା । ଏନେଇ ମଙ୍ଗଳଙ୍କ ଦ୍ବିତୀୟ ପତ୍ନୀ ଜୁନ ୨୯ ତାରିଖରେ ଏତଲା ଦେଇଥିଲେ । ପ୍ରଥମ ପତ୍ନୀ ସୁନୀତାଙ୍କ ବିରୋଧରେ ଏତଲା ଦେଇଥିଲେ ଦ୍ବିତୀୟ ପତ୍ନୀ । ମଙ୍ଗଳଙ୍କୁ କିରାସିନି ପକାଇ ପ୍ରଥମ ପତ୍ନୀ ସୁନୀତା ନିଆଁ ଲଗାଇ ହତ୍ୟା କରିଥିବା ଅଭିଯୋଗ କରିଥିଲେ ଦ୍ବିତୀୟ ପତ୍ନୀ ।

କୋର୍ଟ ଶୁଣାଇଥିଲେ ଆଜୀବନ କାରାଦଣ୍ଡ:-

ପୋଲିସ ଏହି ଘଟଣାରେ ପ୍ରଥମ ପତ୍ନୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ଘଟଣାରେ ତଳ କୋର୍ଟ ସୁନୀତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ ମଧ୍ୟ କରିଥିଲେ । ମାତ୍ର ତଳ କୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ସୁନୀତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଏହି ମାମଲାର ବିଚାର କରି ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଜଷ୍ଟିସ ସଙ୍ଗମ କୁମାର ସାହୁ ଏବଂ ଜଷ୍ଟିସ ଚିତ୍ତରଞ୍ଜନ ଦାଶ, ତଳ କୋର୍ଟଙ୍କ ରାୟକୁ ରଦ୍ଦ କରିବା ସହ ସୁନୀତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସୁନୀତାଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ନଥିବାରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ହାଇକୋର୍ଟ ।

ଏହା ମଧ୍ୟ ପଢ଼ନ୍ତୁ...ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀକୁ ମିଳିଥିଲା ମୃତ୍ୟୁଦଣ୍ଡ, କାହିଁକି କୋହଳ କଲେ ହାଇକୋର୍ଟ ? ଜାଣନ୍ତୁ - High Court commuted death sentence

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.