ETV Bharat / state

କଟକରେ ବିନା ଲାଇସେନ୍ସରେ ଚାଲୁଥିଲା ନର୍ସିଂହୋମ, ସିଲ୍ କଲା ପ୍ରଶାସନ - Nursing home sealed

Private Nursing home sealed in Cuttack: ବିନା ଲାଇସେନ୍ସରେ ଚାଲୁଥିଲା ୯ ବର୍ଷ ହେବ ଚାଲିଥିଲା ନର୍ସିଂହୋମ । ଚଢାଉ କରି ସିଲ୍ କଲା କଟକ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 6, 2024, 6:28 PM IST

କଟକରେ ବିନା ଲାଇସେନ୍ସରେ ଚାଲୁଥିଲା ନର୍ସିଂହୋମ, ସିଲ୍ କଲା ପ୍ରଶାସନ
କଟକରେ ବିନା ଲାଇସେନ୍ସରେ ଚାଲୁଥିଲା ନର୍ସିଂହୋମ, ସିଲ୍ କଲା ପ୍ରଶାସନ (ETV Bharat Odisha)

କଟକ: ଦୀର୍ଘ ୯ ବର୍ଷ ହେବ ବିନା ଲାଇସେନ୍ସରେ ଚାଲୁଥିଲା ନର୍ସିଂହୋମ । ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ଭାଙ୍ଗିଲା ପ୍ରଶାସନର ନିଦ । ସଦଳବଳେ ନର୍ସିଂହୋମରେ ପହଞ୍ଚି ସରଜମିନ ତଦନ୍ତ କରିବା ପରେ ଏହାକୁ ସିଲ୍ କଲା ଜିଲ୍ଲା ପ୍ରଶାସନ । କଟକ ରାଣୀହାଟ କେନାଲ କୂଳରେ ଥିବା ଏକ ଘରୋଇ ନର୍ସିଂହୋମକୁ ଆଜି (ଶନିବାର) ଏପରି ଭାବେ ସିଲ୍ କରାଯାଇଛି । ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ସ୍ବାସ୍ଥ୍ୟ ବିଭାଗରେ ଅଧିକାରୀମାନେ ପହଞ୍ଚି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

୨୦୧୫ ଜୁଲାଇ ୨୨ ତାରିଖରୁ ଉକ୍ତ ନର୍ସିଂହୋମର ପଞ୍ଜିକରଣ ଅବଧି ଶେଷ ହୋଇଯାଇଥିଲା । ମାତ୍ର କୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ବଳରେ ଏହା ଚାଲୁ ରହିଥିଲା । ପରବର୍ତ୍ତୀ ସମୟରେ କୋର୍ଟ ଅନ୍ତରୀଣ ରହିତାଦେଶ ଉଠାଇ ଦେଇଥିଲେ ମଧ୍ୟ ନର୍ସିଂହୋମ କର୍ତ୍ତୃପକ୍ଷ ରୋଗୀ ସେବା ଜାରି ରଖିଥିଲେ । ହେଲେ ଜିଲ୍ଲା ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଏବେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଉକ୍ତ ନର୍ସିଂହୋମର ଅନିୟମିତତା ସମ୍ପର୍କରେ ଏକ ମାମଲା ହେବା ପରେ ବିନା ପଞ୍ଜିକରଣରେ ଏହା ଦୀର୍ଘ ବର୍ଷ ହେବ ଚାଲିଥିବା ଜଣାପଡିଥିଲା ।

ଏହା ମଧ୍ୟ ପଢନ୍ତୁ: ମରିଗଲା ମମତା, ନବଜାତ ଶିଶୁକୁ ବିକ୍ରି କରିଦେଲା ମାଆ - mother sold newborn baby

ଏହି ମାମଲାର ବିଚାର କରି ବିହିତ ପଦକ୍ଷେପ ନେବା ପାଇଁ ମାନବାଧିକାର କମିଶନ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଆଜି କମିଶନରେଟ ପୋଲିସ, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଏହି ନର୍ସିଂହୋମ ଉପରେ ଚଢାଉ କରି ସିଲ୍ କରିଛନ୍ତି ।

ଏନେଇ ନର୍ସିଂହୋମର କର୍ତ୍ତୃପକ୍ଷ କହିଛନ୍ତି ଯେ, ନର୍ସିଂହୋମ ବିଲ୍ଡିଂ ସିଡିଏ ନିୟମ ଅନୁସାରେ ନିର୍ମାଣ ହୋଇନଥିଲା । ତେଣୁ ସିଡିଏ ଏହି କୋଠାକୁ ଅନୁମତି ଦେଇନଥିଲା । ସିଡିଏ ଅନୁମୋଦନ ନଥିବାରୁ ଅଗ୍ନିଶମ ବିଭାଗ ପକ୍ଷରୁ ନିରାପତ୍ତା ପ୍ରମାଣପତ୍ର ମିଳିପାରି ନଥିଲା । ପରେ ସର୍ବକ୍ଷମା ଯୋଜନାରେ ବିଲ୍ଡିଂ ଅନୁମତି ପାଇଥିଲା । ଏବେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇଁ ଆବେଦନ ହୋଇଛି ଓ ଖୁବଶୀଘ୍ର ଅଗ୍ନିଶମ ବିଭାଗ ଆସି ତଦାରଖ କରିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.