ETV Bharat / state

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି ରଥଯାତ୍ରାରେ ହେବେ ସାମିଲ - President In Odisha - PRESIDENT IN ODISHA

President Arrives: ଭୁବନେଶ୍ବରରେ ମହାମହିମ । ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି (ରବିବାର) ପୁରୀରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେବେ । ଅଧିକ ପଢନ୍ତୁ

President Droupadi Murmu
President Droupadi Murmu (ETV Bharat Odisha)
author img

By ETV Bharat Odisha Team

Published : Jul 6, 2024, 5:44 PM IST

Updated : Jul 7, 2024, 6:31 AM IST

ଭୁବନେଶ୍ବର: ଭୁବନେଶ୍ବରରେ ମହାମହିମ । ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ସେଠାରୁ ସେ ଉତ୍କଳମଣିଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ସାମିଲ ହେବା ପାଇଁ ଜୟଦେବ ଭବନରେ ପହଞ୍ଚିଛନ୍ତି । ଜୟଦେବ ଭବନରେ ଆୟୋଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର 96ତମ ଶ୍ରାଦ୍ଧବାର୍ଷିକୀରେ ରାଷ୍ଟ୍ରପତି ଯୋଗ ଦେଇଛନ୍ତି । ଶନିବାର ରାଜଭବନରେ ରାତ୍ରିଯାପନ କରିବେ ମହାମହିମ । ସେହିପରି ପୁରୀ ଓ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଆଜି(ରବିବାର) ପୁରୀ ଗସ୍ତ କରି ରଥଯାତ୍ରାରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୮ ତାରିଖ ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

President Droupadi Murmu (ETV Bharat Odisha)

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିମାନବନ୍ଦରରୁ ସିଧାସଳଖ ଜୟଦେବ ଭବନ ଆସି ସେଠାରେ ଗୋପବନ୍ଧୁଙ୍କ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଶନିବାର ରାଜଭବନରେ ରାତ୍ରିଯାପନ ଓ ରବିବାର ପୁରୀ ଗସ୍ତ କରିବେ ମହାମହିମ । ଅନୁଷ୍ଠିତ ହେବାକୁ ଥିବା ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେବେ ରାଷ୍ଟ୍ରପତି । ସେଠାରେ ସେ ରଥ ଟାଣିବାର କାର୍ଯ୍ୟକ୍ରମ ରହିଛି । ୮ ତାରିଖ ଦିନ ଖଣ୍ଡଗିରି ଓ ଉଦୟଗିରି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

President Droupadi Murmu
President Droupadi Murmu (ETV Bharat Odisha)

ଏହା ବି ପଢନ୍ତୁ...ଆଜିଠୁ ରାଷ୍ଟ୍ରପତିଙ୍କ 4ଦିନିଆ ଓଡ଼ିଶା ଗସ୍ତ; କାଲି ରଥଯାତ୍ରାରେ ହେବେ ସାମିଲ, 8ରେ ବୁଲିବେ ଖଣ୍ଡଗିରି‌-ଉଦୟଗିରି

ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ବଳୟ ଭିତରେ ରହିଛି ରାଜଧାନୀ ଭୁବନେଶ୍ବର । ଆସନ୍ତା ୮ତାରିଖ ଦିନ ସର୍ବସାଧାରଣଙ୍କ ପାଇଁ ଖଣ୍ଡଗିରି ଓ ଉଦୟଗିରି ବୁଲିବା ନେଇ ଲାଗିଛି କଟକଣା । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଖଣ୍ଡଗିରି ଓ ଉଦୟଗିରିରେ ସୁରକ୍ଷା ଯାଞ୍ଚ କରିଛନ୍ତି ପୋଲିସ କମିଶନର। ଏନେଇ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ଜାରି ହେବ ସମୟସୀମା । ପୋଲିସ କମିଶନର ଘଟଣାସ୍ଥଳ ପରିଦର୍ଶନ ସହ ସୁରକ୍ଷା ତର୍ଜମା କରିଛନ୍ତି । ଖଣ୍ଡଗିରିରେ ମାଙ୍କଡଙ୍କ ଦୌରାତ୍ମ୍ୟକୁ ଦୃଷ୍ଟିରେ ରଖି ବନ ବିଭାଗକୁ ଦାୟିତ୍ବ ଦିଆଯାଇଛି । ଏନେଇ ବନ ବିଭଗ ପକ୍ଷରୁ କର୍ମଚାରୀ ଉପସ୍ଥିତ ରହି କିଭଳି କାର୍ଯ୍ୟକ୍ରମ ସମୟରେ ସମସ୍ୟା ସୃଷ୍ଟି ନହୁଏ ସେନେଇ ମାଙ୍କଡ଼ ଉପରେ ମଧ୍ୟ ବିଶେଷ ଫୋକସ ଦିଆଯାଇଛି । ସେହିପରି ପୁରୀରେ ମଧ୍ୟ କଡ଼ା ସୁରକ୍ଷା ବଳୟରେ ଆସି ରଥଯାତ୍ରାରେ ଯୋଗଦେବେ ମହାମହିମ । ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଥି ନୋ‌ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 7, 2024, 6:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.