ଓଡିଶା

odisha

ଉତ୍କଳ ଦିବସ ପାଳନକୁ ବୌଦ୍ଧରେ ବିରୋଧ କଲା କୋଶଳ ସେନା

By

Published : Apr 2, 2022, 8:27 AM IST

ଗୋଟିଏ ପଟେ ଜିଲ୍ଲାରେ 86ତମ ଉତ୍କଳ ଦିବସ ପାଳନ କରାଯାଉଥିବେଳେ ଉତ୍କଳ ଦିବସ ତଥା ଓଡିଆ ଭାଷାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଅଧିକ ପଢ଼ନ୍ତୁ

koshal committee abserved utkal divas as black day in boudh
ଉତ୍କଳ ଦିବସ ପାଳନକୁ କୋଶଳ ସେନା ପକ୍ଷରୁ ବିରୋଧ

ବୌଦ୍ଧ:ସାରା ରାଜ୍ୟ ପାଳିଲା 86ତମ ଉତ୍କଳ ଦିବସ। ହେଲେ ପଶ୍ଚିମ ଓଡ଼ିଶା ବୌଦ୍ଧ ଜିଲ୍ଲାରେ ଏହାର ପାଲଟା ଚିତ୍ର ଦେଖିବାକୁ ମିଳିଛି। ଉତ୍କଳ ଦିବସ ତଥା ଓଡିଆ ଭାଷାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଉତ୍କଳ ଦିବସ ପାଳନକୁ କୋଶଳ ସେନା ପକ୍ଷରୁ ବିରୋଧ

ବୌଦ୍ଧରେ ଜିଲ୍ଲା ସ୍ତରୀୟ 87 ତମ ଉତ୍କଳ ଦିବସ ପ୍ରଶାସନ ପକ୍ଷରୁ ପାଳନ କରାଯାଇଛି । ବୌଦ୍ଧ ସ୍ଥିତ ଜିଲ୍ଲା ସଂଗ୍ରହାଳୟ ପରିସରରେ ଏହି ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜିଲ୍ଲାପାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଉପାଧ୍ୟକ୍ଷ, କଣ୍ଟାମାଳ ବିଧାୟକ, ଏସପି, ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଯୋଗ ଦେଇଥିବା ମହାପୁରୁଷଙ୍କ ସ୍ମୃତି ଚାରଣ କରିଥିଲେ । ସେପଟେ ଉତ୍କଳ ଦିବସକୁ ବିରୋଧ କରି କୋଶଳ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ କଳା ଦିବସ ପାଳନ କରାଯାଇଥିଲା। ଓଡିଆ ଭାଷାକୁ ବିରୋଧ କରି କୋଶଳୀ ଭାଷାକୁ ସମ୍ବିଧାନରେ ଉପଯୁକ୍ତ ମାନ୍ୟତା ପ୍ରଦାନ ପାଇଁ କୋଶଳ ସାହିତ୍ୟ ଏକାଡେମୀ ପକ୍ଷରୁ ଦାବି କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details