ETV Bharat / state

ଏକ୍‌ ପେଡ୍‌ ମାଆ କେ ନାମ୍‌: ବୃକ୍ଷ ରୋପଣରେ ଓଡ଼ିଶା ଦେଶରେ 1 ନମ୍ବର; ଲାଗିଲାଣି ୧ ଲକ୍ଷ ୪୮ ହଜାର ଗଛ - Odisha number 1 in tree plantation

author img

By ETV Bharat Odisha Team

Published : Jul 5, 2024, 11:10 PM IST

Odisha becomes number 1 in tree plantation: ବୃକ୍ଷ ରୋପଣରେ ଓଡ଼ିଶା ଦେଶରେ ଏକ ନମ୍ବର । 'ଏକ୍ ପେଡ୍ ମାଆ କେ ନାମ୍' କାର୍ଯ୍ୟକ୍ରମରେ ଲାଗିଛି ୧ ଲକ୍ଷ ୪୮ ହଜାର ଗଛ । ଅଧିକ ପଢ଼ନ୍ତୁ

Odisha becomes number 1 in tree plantation
Odisha becomes number 1 in tree plantation (ETV Bharat Odisha)

ଭୁବନେଶ୍ବର: ବୃକ୍ଷ ରୋପଣରେ ଓଡ଼ିଶା ଦେଶରେ ଏକ ନମ୍ବର । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 'ଏକ୍ ପେଡ୍ ମାଆ କେ ନାମ୍' କାର୍ଯ୍ୟକ୍ରମରେ ଲାଗିଛି ୧ ଲକ୍ଷ ୪୮ ହଜାର ଗଛ । ବୃକ୍ଷ ରୋପଣରେ ଓଡ଼ିଶା ଦେଶରେ ଏକ ନମ୍ବର ହୋଇଥିବାବେଳେ ଦ୍ଵିତୀୟରେ ରହିଥିବା କେରଳରେ ଲାଗିଛି ମାତ୍ର ୪୮ ହଜାର ଗଛ । ଏହାସହ ଆମ ରାଜ୍ୟରେ ଆଗାମୀ ଦିନରେ ୫ କୋଟି ଗଛ ଲାଗିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୨.୨୦ କୋଟି ଗଛ ସରକାର ଲଗାଇବେ । ଏସବୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସଂଗଠନ ଜରିଆରେ ଲଗାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, "ଏହି ବନ ମହୋତ୍ସବ ସାରା ରାଜ୍ୟରେ କରାଯାଉଛି । ବିଶେଷ ଭାବରେ ଜଳବାୟୁ ପରିବର୍ତ୍ତନ ହେଉଛି । ଏନେଇ ସାରା ପୃଥିବୀ ଚିନ୍ତିତ ରହିଥିବାବେଳେ ଓଡ଼ିଶା ମଧ୍ୟ ଚିନ୍ତାପ୍ରକଟ କରିଛି । କିଭଳି ଭାବରେ ଗଛ ଲଗାଯାଇ ତାହାକୁ ସନ୍ତୁଳିତ କରାଯିବ, ଏହାକୁ ଅଧିକ ଅଗ୍ରାଧିକାର ଦିଆଯାଇଛି । କାମ୍ପା ଫଣ୍ଡରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଖାପାଖି ୬ ହଜାର କୋଟି ଟଙ୍କା ଦିଆଯାଇଛି । ସେଥିରେ ଜଙ୍ଗଲ ସଂରକ୍ଷଣ, ବନ୍ୟଜନ୍ତୁ ସଂରକ୍ଷଣ, ନୂତନ ବନୀକରଣ ଭଳି ମିଶନକୁ ଆଧାର କରି ବ୍ୟାପକ ଭାବରେ ବୃକ୍ଷ ରୋପଣ କରାଯାଉଛି । ତେବେ ଓଡ଼ିଶା ଏ କ୍ଷେତ୍ରରେ ଆଗରେ ରହିଛି । ଆମ ରାଜ୍ୟରେ ପ୍ରାୟ ୧୬ ହଜାର ୧୭୦ ବନ ସୁରକ୍ଷା କମିଟି ରହିଥିବାବେଳେ ଏଥିରେ ୨୦ ଲକ୍ଷ ପରିବାର ଜଙ୍ଗଲ ସୁରକ୍ଷା କାମରେ ନିରନ୍ତର ଭାବରେ ଲାଗିଛନ୍ତି । ସେମାନେ ବନକୁ ସୁରକ୍ଷା ଦେବା ସହିତ ନିଆଁ କିଭଳି ଭାବରେ ନଲାଗିବ, ଜୀବଜନ୍ତୁଙ୍କ ସୁରକ୍ଷା କିଭଳି ରୋକା ଯାଇପାରିବ, ହାତୀମାନେ ଯେଉଁଭଳି ଭାବରେ ଜଙ୍ଗଲ ଛାଡ଼ି ସହର ମୁହାଁ ହେଉଛନ୍ତି, ସେମାନଙ୍କୁ ପୁନର୍ବାର କିଭଳି ଭାବରେ ଜଙ୍ଗଲରେ ଛଡାଯିବ, ଏହି କାର୍ଯ୍ୟକ୍ରମ ଦ୍ଵାରା ୫୯୦ଟି ପରିବେଶ କମିଟି ଗଠନ କରାଯାଇଛି । ଉଦ୍ୟାନ କମିଟି ଗଠନ କରାଯାଇ ସେମାନଙ୍କ ମାଧ୍ୟମରେ ଏହି କାର୍ଯ୍ୟ ତ୍ଵରାନିତ କରାଯାଇଛି ।"

ଏପଟେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, "ରାଜ୍ୟରେ ପ୍ରାୟ ୧୪ ହଜାର ବର୍ଗ କିଲୋମିଟର ଜଙ୍ଗଲର ସୁରକ୍ଷା କରୁଛନ୍ତି ପରିବେଶ କମିଟି ଏବଂ ଜଙ୍ଗଲ ସୁରକ୍ଷା କମିଟି ସଦସ୍ୟ । ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନକ୍ରମେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା । ଜଙ୍ଗଲ ମଧ୍ୟରେ ଲାଗିବ ତାଳ ଗଛ । ଫଳରେ ହାତୀମାନଙ୍କୁ ଖାଦ୍ୟ ଦେବା ସହିତ ବଜ୍ରପାତରୁ ରକ୍ଷା କରିପାରିବ । ପ୍ରତି ବର୍ଷ ବଜ୍ରପାତରେ ଓଡ଼ିଶାରେ ସାଢେ ତିନି ଶହ ଲୋକ ମୃତ୍ୟୁବରଣ କରୁଛନ୍ତି । ତେଣୁ ସମସ୍ତଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ । ବର୍ତ୍ତମାନ ତାଳ ଗଛ କାଟିବାକୁ ଶକ୍ତ ବିରୋଧ କରାଯାଉଛି । ଆଇନରେ ରଖାଯାଇଛି । ଯେଉଁ ବ୍ୟକ୍ତି ତାଳ ଗଛ କାଟିବ, ସେହି ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନୂତନ ଭାବରେ ଜଙ୍ଗଲ ବିଭାଗ ଏବଂ କୃଷି ବିଭାଗ ମିଳିତ ଭାବରେ ତାଳ ଗଛ ବ୍ୟାପକ ଭାବରେ ରୋପଣ କରିବେ ।"

ଦାରିଙ୍ଗବାଡ଼ିରେ ଲାଗିବ ଚେରୀ ବ୍ଲସମ୍ ଟ୍ରି: ଦାରିଙ୍ଗିବାଡିର କରାଯିବ ସୌନ୍ଦର୍ଯ୍ୟକରଣ । ଲାଗିବ ଚେରୀ ବ୍ଲସମ୍ ଟ୍ରି । ଯଦି ଏହା ସଫଳ ହୁଏ, ତେବେ ଆଗାମୀ ଦିନରେ ଦାରିଙ୍ଗିବାଡିର ରାସ୍ତା କଡ଼ରେ ଏହି ଗଛ ଲାଗିବ । ଯାହା ବିଦେଶ ଭଳି ଦେବ ଅନୁଭୂତି । ଚେରୀ ବ୍ଲସମ୍ ଟ୍ରି ଦେଖିବା ପାଇଁ ଅତ୍ୟନ୍ତ ସୁନ୍ଦର । ଏହି ଚେରୀ ବ୍ଲସମ୍ ଟ୍ରି ବିଶେଷ ଭାବରେ ଜାପାନ ଦେଶରେ ଦେଖାଯାଇଥାଏ । ଥଣ୍ଡା ଜଳବାୟୁ ଅଞ୍ଚଳରେ ଏହା ଦେଖାଯାଏ । ଭାରତରେ କାଶ୍ମୀର ଅଞ୍ଚଳରେ ଏହି ଗଛ ଦେଖାଯାଇଥାଏ । ଓଡ଼ିଶାରେ ମଧ୍ୟ ଏହି ଗଛ ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡି ଅଞ୍ଚଳରେ ଏହି ଚେରୀ ବ୍ଲସମ୍ ଟ୍ରି ଲଗାଯିବାର ଯୋଜନା କରାଯାଉଛି । ଏହା ସହିତ ଏହି ଗଛ ମେଘାଳୟରୁ ଅଣାଯାଇଛି । ଆଜି ତାହାକୁ ସ୍ବତନ୍ତ୍ର ଭାବରେ ରୋପଣ କରାଯାଇଛି । ଏନେଇ ଭାରତ ମାନଚିତ୍ରରେ ସ୍ଥାନ ପାଇବାକୁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଅନ୍ୟପଟେ ପିସିସି ଏଫ୍ ଦେବିଦତ୍ତ ବିଶ୍ଵାଳ କହିଛନ୍ତି ଯେ, ଏକ ହଜାର ଚେରୀ ବ୍ଲସମ୍ ଟ୍ରି ମେଘାଳୟ ରୁ ଆସିଛି। ସମସ୍ତ ଗଛକୁ ଦାରିଙ୍ଗିବାଡି ରେ ଲଗାଯାଇଛି। ଯେହେତୁ ଦାରିଙ୍ଗିବାଡି ଥଣ୍ଡା ପରିବେଶ ରହୁଛି। ତେବେ ଗଛଟି ଫୁଲ ଫୁଟିବା ପାଇଁ ଅତି ବେଶୀରେ ୭ ବର୍ଷ ଲାଗିଥାଏ। ଏଭଳି ଗଛ ବିଶେଷ ଭାବରେ ଜାପାନ ଦେଶରେ ଏହି ଗଛ ଲାଗିଥାଏ। ମେଘାଳୟ ଶ୍ରୀନଗର ଭଳି ସ୍ଥାନରେ ଏହି ଗଛ ଲଗାଯାଇଛି। ତେବେ ଓଡ଼ିଶାକୁ ବିଶ୍ଵ ଚେରୀ ବ୍ଲସମ୍ ମାନଚିତ୍ରରେ ଆଣିବାକୁ ପ୍ରୟାସ କରାଯାଉଛି। ଦାରିଙ୍ଗିବାଡି ରେ ଯେଉଁ ଇକୋ ଟୁରିଜିମ ରହିଛି ସେହିଠାରେ ପରୀକ୍ଷା ମୂଳକ ଭାବରେ ଗଛ ରୋପଣ କରାଯିବ। ବର୍ତ୍ତମାନ ଏକ ହଜାର ଗଛ ଆସିଛି। ଯଦି ପରିବେଶ ଅନୁକୂଳ ହେଲା ତେବେ ୭ ବର୍ଷ ପରେ ଫୁଲ ଫୁଟିବ। ପ୍ରଥମେ ନଜର ରଖାଯିବ କେତେ ସଫଳ ହେଉଛି ଏହି ଚେରୀ ବ୍ଲସମ୍ ଟ୍ରି। ଯଦି ଭଲ ହେବ ତେବେ ଦାରିଙ୍ଗିବାଡି ର ରାସ୍ତାକଡ ରେ ମଧ୍ୟ ଚେରୀ ବ୍ଲସମ୍ ଟ୍ରି ଲଗାଯିବ। ଯାହା ଦାରିଙ୍ଗିବାଡି କୁ ଆହୁରି ସୌନ୍ଦର୍ଯ୍ୟକରଣ କରାଯିବ ବୋଲି କହିଛନ୍ତି ପି ସି ସି ଏଫ୍ ଦେବିଦତ୍ତ ବିଶ୍ଵାଳ।

ଏହା ମଧ୍ୟ ପଢ଼ନ୍ତୁ...2036ରେ ଅଲିମ୍ପିକ୍‌ ପାଇଁ ପୂର୍ବ ପ୍ରସ୍ତୁତି, ଲାଗିଲା 16 ହଜାର ଗଛ - Pangarsingh Reserved Forest

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.