ETV Bharat / state

ଡ୍ରପ ଆଉଟ୍‌ ରୋକିବାକୁ ପ୍ରୟାସ; ପିଲାଙ୍କ ସ୍କୁଲ ଯିବାଆସିବା ଖର୍ଚ୍ଚ ବହନ କରିବେ ସରକାର - Student will get transit expenses

Student will get transit expenses: ଡ୍ରପ୍‌-ଆଉଟ୍‌ ରୋକିବାକୁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ । ସ୍କୁଲ ଯିବା ଆସିବାର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଜାଣନ୍ତୁ କେମିତି ଓ କେଉଁ ଛାତ୍ରଛାତ୍ରୀଙ୍କୁ ମିଳିବ ଟଙ୍କା,

author img

By ETV Bharat Odisha Team

Published : Jul 5, 2024, 10:59 PM IST

Student will get transit expenses
Student will get transit expenses (ETV Bharat Odisha)

ଭୁବନେଶ୍ବର: ସ୍କୁଲ ଯିବା ଆସିବାର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ବିଦ୍ୟାଳୟରେ ଉପସ୍ଥାନ ବଢାଇବା ପାଇଁ ଆରମ୍ଭ ହେଲା ପ୍ରୟାସ । ଅଧାରୁ ପାଠ ଛାଡୁଥିବା ପିଲାମାନଙ୍କୁ କିଭଳି ଭାବରେ ସ୍କୁଲ ପ୍ରତି ଆଗ୍ରହ ବଢିବ, ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଯୋଜନା କରାଯାଉଛି । ରାଜ୍ୟରେ ଥିବା ବିଭିନ୍ନ ଜିଲ୍ଲାରେ ସରକାରୀ ବିଦ୍ୟାଳୟ ଜନବସତିଠାରୁ ଅଧିକ ଦୂର ଥିବାରୁ ଛାତ୍ରଛାତ୍ରୀମାନେ ଅଧାରୁ ପାଠପଢା ଛାଡ଼ି ଦେଇଥାନ୍ତି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ଆରମ୍ଭ କରିଛି ନୂଆ ପ୍ରୟାସ । ସବୁଦିନ ସ୍କୁଲ ଆସିବା, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢ଼ାଇବା ପାଇଁ ସ୍କୁଲ ଯାତାୟତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । 30 ଜିଲ୍ଲାର 35 ହଜାର 76 ଜଣ ଛାତ୍ରଛାତ୍ରୀ ପାଇବେ ଏହି ସୁବିଧା ।

ଏହି ଛାତ୍ରଛାତ୍ରୀଙ୍କୁ ମିଳିବ ଟଙ୍କା:-

ଏଣିକି ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଯଦି ଏକ କିଲୋମିଟରରୁ ଅଧିକ ଯିବାକୁ ପଡ଼ୁଥିବ, ତେବେ ସେହି ଛାତ୍ରଛାତ୍ରୀ ଅର୍ଥରାଶି ପାଇବେ । ସେହିପରି ଭାବରେ ଉଚ୍ଚ ପ୍ରାଥମିକ ପାଠ ପଢୁଥିବା ଛାତ୍ରଛାତ୍ରୀ 3 କିଲୋମିଟର ଓ ଉଚ୍ଚ ମାଧ୍ୟମିକ ସ୍କୁଲର ଛାତ୍ରଛାତ୍ରୀ 5 କିଲୋମିଟରରୁ ଅଧିକ ଦୂରତାରେ ରହିଥିବା ସ୍କୁଲକୁ ଯାଉଥିଲେ ସରକାର ବହନ କରିବେ ଯାତାୟତ ଖର୍ଚ୍ଚ । ଏହି ବାବଦକୁ ବର୍ଷକୁ ଜଣେ ଛାତ୍ର 6 ହଜାର ଟଙ୍କା ପାଇବେ । ବିଦ୍ୟାଳୟରେ 75 ପ୍ରତିଶତରୁ ଅଧିକ ଉପସ୍ଥାନ ହେଲେ ଏହି ଅର୍ଥରାଶି ପାଇବାକୁ ଛାତ୍ରଛାତ୍ରୀ ଯୋଗ୍ୟ ହେବେ ବୋଲି Odisha School Education Programme Authority (OSEPA) ପକ୍ଷରୁ କୁହାଯାଇଛି ।

କେଉଁ ଜିଲ୍ଲାରୁ କେତେ ଛାତ୍ରଛାତ୍ରୀ ପାଇବେ ସୁବିଧା:-

ରାଜ୍ୟରେ 30ଟି ଜିଲ୍ଲାରୁ 21 ହଜାର 469ଟି ପ୍ରାଥମିକ ବିଦ୍ୟାଳୟ ଏବଂ 11 ହଜାର 943ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ମୋଟ 33 ହଜାର 412ଟି ବିଦ୍ୟାଳୟ ରହିଛି । ଅନ୍ୟପଟେ ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି 1664ଟି । ଏହି ସମସ୍ତ ସ୍କୁଲର ସଂଖ୍ୟା ହେଉଛି 35 ହଜାର 76 । ଏ ସମସ୍ତ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖର୍ଚ୍ଚ ହେବ 2104.56 ଲକ୍ଷ ଟଙ୍କା । ଅନୁଗୋଳ ଜିଲ୍ଲାର ମୋଟ ଏଲିମେଣ୍ଟାରୀ ଏବଂ ସେକଣ୍ଡାରୀ ସ୍କୁଲ ରହିଛି 718 ଏବଂ ଖର୍ଚ୍ଚ ହେବ 43.08 ଲକ୍ଷ । ସେହିଭଳି ବାଲେଶ୍ଵର ଜିଲ୍ଲାରେ ମୋଟ ଏଲିମେଣ୍ଟାରୀ ଏବଂ ସେକଣ୍ଡାରୀ ସ୍କୁଲ ରହିଛି 155 ଏବଂ ଖର୍ଚ୍ଚ ହେବ 9.3 ଲକ୍ଷ ଟଙ୍କା । ବରଗଡ଼ ଜିଲ୍ଲାରେ ମୋଟ ଏଲିମେଣ୍ଟାରୀ ଏବଂ ସେକଣ୍ଡାରୀ ସ୍କୁଲ ରହିଛି 1872 ଏବଂ ଖର୍ଚ୍ଚ ହେବ 112.32 ଲକ୍ଷ ଟଙ୍କା । ଭଦ୍ରକ ଜିଲ୍ଲାରେ ମୋଟ 891 ଏଲିମେଣ୍ଟାରୀ ଏବଂ ସେକଣ୍ଡାରୀ ସ୍କୁଲ ପାଇଁ ଖର୍ଚ୍ଚ ହେବ 53.46 ଲକ୍ଷ ଟଙ୍କା । ସମାନ ଭାବରେ ବଲାଙ୍ଗୀର ଜିଲ୍ଲାରେ ମୋଟ ଏଲିମେଣ୍ଟାରୀ ଏବଂ ସେକେଣ୍ଡାରୀ ସ୍କୁଲ ରହିଛି 1569 ଏବଂ ଖର୍ଚ୍ଚ ହେବ 94.14 ଲକ୍ଷ । ବୌଦ୍ଧ ଜିଲ୍ଲାରେ ମୋଟ ଏଲିମେଣ୍ଟାରୀ ଏବଂ ସେକଣ୍ଡାରୀ ସ୍କୁଲ ରହିଛି 974 ଏବଂ ଖର୍ଚ୍ଚ ହେବ 58.44 ଲକ୍ଷ ଟଙ୍କା ।

କଟକ ଜିଲ୍ଲାରେ ମୋଟ ଏଲିମେଣ୍ଟାରୀ ଏବଂ ସେକଣ୍ଡାରୀ ସ୍କୁଲ ରହିଛି 422 ଏବଂ ଖର୍ଚ୍ଚ ହେବ 25.32 ଲକ୍ଷ ଟଙ୍କା । ଦେବଗଡ଼ ଜିଲ୍ଲାରେ ଉଭୟ ଏଲିମେଣ୍ଟାରୀ ଏବଂ ସେକଣ୍ଡାରୀ ସ୍କୁଲ ରହିଛି 2047 ଏବଂ ଖର୍ଚ୍ଚ ହେବ 122.82 ଲକ୍ଷ । ଢେଙ୍କାନାଳ ଜିଲ୍ଲାରେ ସ୍କୁଲ ରହିଛି 1133 ଏବଂ ଖର୍ଚ୍ଚ ହେବ 67.98 ଲକ୍ଷ । ସେହିଭଳି ଗଜପତି ଜିଲ୍ଲାରେ ମୋଟ ସ୍କୁଲ 1759 ରହିଥିବାବେଳେ ଏଠାରେ ଖର୍ଚ୍ଚ ହେବ 105.54 ଲକ୍ଷ । ଗଞ୍ଜାମ ଜିଲ୍ଲାରେ ମୋଟ ସ୍କୁଲ 4577, ଖର୍ଚ୍ଚ ହେବ 274.62 ଲକ୍ଷ । ଜଗତସିଂହପୁର ଜିଲ୍ଲାରେ ମୋଟ ଏଲିମେଣ୍ଟାରୀ ଏବଂ ସେକେଣ୍ଡାରୀ ସ୍କୁଲ ରହିଛି 869 ଏବଂ ଖର୍ଚ୍ଚ ହେବ 52.14 ଲକ୍ଷ । ଯାଜପୁର ଜିଲ୍ଲାରେ ମୋଟ ସ୍କୁଲ ରହିଛି 185 ଏବଂ ଖର୍ଚ୍ଚ ହେବ 11.1 ଲକ୍ଷ । ଅନୁଗୋଳ ଜିଲ୍ଲାରେ ମୋଟ ଏଲିମେଣ୍ଟାରୀ ଏବଂ ସେକେଣ୍ଡାରୀ ସ୍କୁଲ ରହିଛି 718 ଏବଂ ଖର୍ଚ୍ଚ ହେବ 43.08 ଲକ୍ଷ । ଝାରସୁଗୁଡ଼ା ଜିଲ୍ଲାରେ ମୋଟ ସ୍କୁଲ ରହିଛି 1058 ଏବଂ ଖର୍ଚ୍ଚ ହେବ 63.48 ଲକ୍ଷ । କଳାହାଣ୍ଡି ଜିଲ୍ଲାରେ ମୋଟ ସ୍କୁଲ ରହିଛି 112 ଏବଂ ଖର୍ଚ୍ଚ ହେବ 6.72 ଲକ୍ଷ । ସମାନ ଭାବରେ କନ୍ଧମାଳ ଜିଲ୍ଲାର ମୋଟ ଏଲିମେଣ୍ଟାରୀ ଏବଂ ସେକେଣ୍ଡାରୀ ସ୍କୁଲ 1565 ରହିଥିବାବେଳେ ଏଠାରେ ଖର୍ଚ୍ଚ ହେବ 93.9 ଲକ୍ଷ ଟଙ୍କା ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ବଦଳିବ ସ୍କୁଲ ୟୁନିଫର୍ମ ରଙ୍ଗ ଓ ଡିଜାଇନ୍, ଆସନ୍ତା ବର୍ଷରୁ ଲାଗୁ ହେବ - Schools uniform color change

କେନ୍ଦୁଝର ଜିଲ୍ଲାରେ ଏଲିମେଣ୍ଟାରୀ ଏବଂ ସେକଣ୍ଡାରୀ ସ୍କୁଲ 486 ରହିଛି, ଯେଉଁଠାରେ ଖର୍ଚ୍ଚ ହେବ 29.16 ଲକ୍ଷ ଟଙ୍କା । ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ମୋଟ ଏଲିମେଣ୍ଟାରୀ ଏବଂ ସେକଣ୍ଡାରୀ ସ୍କୁଲ ରହିଛି 200 ଏବଂ ଖର୍ଚ୍ଚ ହେବ 12 ଲକ୍ଷ । କୋରାପୁଟ ଜିଲ୍ଲାରେ ମୋଟ ସ୍କୁଲ ରହିଛି 2634 ଏବଂ ଖର୍ଚ୍ଚ ହେବ 158.04 ଲକ୍ଷ । ମାଲକାନଗିରି ଜିଲ୍ଲାରେ ମୋଟ ସ୍କୁଲ ରହିଛି 935 ଏବଂ ଖର୍ଚ୍ଚ ହେବ 56.1 ଲକ୍ଷ । ମୟୂରଭଞ୍ଜ ଜିଲ୍ଲାରେ ମୋଟ ସ୍କୁଲ ରହିଛି 1852 ଏବଂ ଖର୍ଚ୍ଚ ହେବ 111.12 ଲକ୍ଷ । ନବରଙ୍ଗଗପୁର ଜିଲ୍ଲାରେ ମୋଟ ଏଲିମେଣ୍ଟାରୀ ଏବଂ ସେକଣ୍ଡାରୀ ସ୍କୁଲ ରହିଛି 872 ଏବଂ ଖର୍ଚ୍ଚ ହେବ 52.32 ଲକ୍ଷ । ନୟାଗଡ଼ ଜିଲ୍ଲାରେ ମୋଟ 2507 ଏଲିମେଣ୍ଟାରୀ ଏବଂ ସେକଣ୍ଡାରୀ ସ୍କୁଲରେ ଖର୍ଚ୍ଚ ହେବ 150.42 ଲକ୍ଷ । ନୂଆପଡ଼ା ଜିଲ୍ଲାରେ ମୋଟ ସ୍କୁଲ ରହିଛି 1502 ଏବଂ ଖର୍ଚ୍ଚ ହେବ 90.12 ଲକ୍ଷ । ପୁରୀ ଜିଲ୍ଲାରେ ମୋଟ ସ୍କୁଲ ରହିଛି 275 ଏବଂ ଖର୍ଚ୍ଚ ହେବ 16.5 ଲକ୍ଷ । ରାୟଗଡ଼ା ଜିଲ୍ଲାରେ ମୋଟ ସ୍କୁଲ ରହିଛି 816 ଏବଂ ଖର୍ଚ୍ଚ ହେବ 48.96 ଲକ୍ଷ । ସମ୍ବଲପୁର ଜିଲ୍ଲାରେ ମୋଟ ସ୍କୁଲ ରହିଛି 1386 ଏବଂ ଖର୍ଚ୍ଚ ହେବ 83.16 ଲକ୍ଷ । ସୋନପୁର ଜିଲ୍ଲାରେ ମୋଟ ସ୍କୁଲ ରହିଛି 455 ଏବଂ ଖର୍ଚ୍ଚ ହେବ 27.3 ଲକ୍ଷ । ସେହିଭଳି ସୁବର୍ଣ୍ଣପୁର ଜିଲ୍ଲାର ମୋଟ 1250 ଏଲିମେଣ୍ଟାରୀ ଏବଂ ସେକଣ୍ଡାରୀ ସ୍କୁଲରେ ଖର୍ଚ୍ଚ ହେବ 75 ଲକ୍ଷ ଟଙ୍କା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.