ETV Bharat / state

ରଥଯାତ୍ରା ପାଇଁ ପୁରୀରେ ମକଡ୍ରିଲ, ବାଟ ଜଗନ୍ନାଥପୁରରେ ବି ରଥ ପଥ ପ୍ରସ୍ତୁତ - Ratha Yatra 2024

author img

By ETV Bharat Odisha Team

Published : Jul 5, 2024, 10:11 PM IST

Ratha Yatra 2024: ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ରଥ ଟଣାର ମକଡ୍ରିଲ ଅନୁଷ୍ଠିତ ହୋଇଛି । ସେପଟେ କୋରାପୁଟ ବାଟ ଜଗନ୍ନାଥପୁରରେ ମଧ୍ୟ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅଧିକ ପଢନ୍ତୁ

Rath Yatra
Rath Yatra (ETV Bharat Odisha)

ପୁରୀ/କୋରାପୁଟ: ଆଉ ଦିନକ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ରଥ ଟଣାର ମକଡ୍ରିଲ ଅନୁଷ୍ଠିତ ହୋଇଛି । ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୋଲିସ ପକ୍ଷରୁ ରଥ ଟଣା, ଭିଡ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷାର ଅଭ୍ୟାସ କରାଯାଇଛି । ବିଶେଷ କରି ଭକ୍ତଙ୍କ ସୁରକ୍ଷାକୁ ପୋଲିସ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯିବା ସହ ଟ୍ରାଫିକ ସୁପରିଚାଳନା ପାଇଁ ମଧ୍ୟ ସ୍ବତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ ପ୍ରସ୍ତୁତ କରାଯାଇଛି । ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ରଥ ଟଣା ମକଡ୍ରିଲ କରାଯାଇଛି । ବିଶେଷ କରି ତିନି ରଥର ସୁରକ୍ଷା, ରଥର ଇନର୍ ଓ ଆଉଟର କର୍ଡନ, ଜେନେରାଲ କର୍ଡନ ଦାୟିତ୍ବରେ ଯେଉଁ ପୋଲିସ ଅଧିକାରୀ ଓ କର୍ମଚାରୀ ରହିବେ ସେମାନଙ୍କୁ ନେଇ ହିଁ ଏହି ମକଡ୍ରିଲ କରାଯାଇଥିଲା ।

Rath Yatra (ETV Bharat Odisha)

ଏଡିଜି ସଞ୍ଜୟ କୁମାର ନିଜେ ଏହି ମକଡ୍ରିଲର ସମୀକ୍ଷା କରିଥିଲେ । ରଥଯାତ୍ରା ଭଳି ଅବିକଳ ରଥଟଣାର ଡେମୋ କରାଯାଇଥିଲା। 3ଟି ପୋଲିସ ଜିପକୁ 3ଟି ରଥ ଭାବେ ନିଆଯାଇ କର୍ଡନ ମଧ୍ୟରେ ଟଣାଯାଇଥିଲା । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ଵଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟାଣି ଅଭ୍ୟାସ କରିଥିଲେ । ରଥଯାତ୍ରାରେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବାକୁ ଥିବାବେଳେ ରାଜ୍ୟର ସବୁଠାରୁ ଏହା ବଡ ପୋଲିସ ସୁରକ୍ଷା ବ୍ୟବସ୍ଥା । ଉଭୟ ଜଳ, ସ୍ଥଳ ଓ ଆକାଶ ପଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହା ବି ପଢନ୍ତୁ...ରଥଯାତ୍ରାରେ ଟ୍ରାଫିକ ଓ ଜନଗହଳି ନିୟନ୍ତ୍ରଣ କରିବ AI ଡ୍ରୋନ, ଭକ୍ତଙ୍କୁ କଢ଼ାଇବ ବାଟ - Rath Yatra 2024

ସେପଟେ କୋରାପୁଟ ଜୟପୁର ନିକଟସ୍ଥ ପୁରୁଣାଗଡ ତଥା ବାଟ ଜଗନ୍ନାଥପୁରର ରଥଯାତ୍ରା ମଧ୍ୟ ଭକ୍ତଙ୍କୁ ବେଶ ଆକୃଷ୍ଟ କରିଥାଏ । ଗତ 20 ବର୍ଷ ଧରି ରଥ ନିର୍ମାଣର ଦାୟିତ୍ୱ ଡମ୍ବରୁ କମାର ନେଇଛନ୍ତି । ରାଜାଶାସନ ଶେଷ ହେବା ପରେ 3 ଟି ସ୍ଥାନରେ ରଥଯାତ୍ରା ଏଣ୍ଡୋମେଣ୍ଟ ବିଭାଗ ଦ୍ଵାରା ସୁଚାରୁ ରୁପେ ସମ୍ପାଦିତ ହେଉଥିବା ଜୟପୁରର ବିଶିଷ୍ଟ ଗବେଷକ ପରେଶ ରଥ ଜଣାଇଛନ୍ତି । କିମ୍ବଦନ୍ତୀ ଅନୁସାରେ, ଜୟପୁର ସହରରୁ ମାତ୍ର 18 କିଲୋମିଟର ଦୁର୍ବବର୍ତୀ ବାଟ ଜଗନ୍ନାଥପୁର କାଞ୍ଚି ଅଭିଯାନ ସମୟରେ ରାଜା ଚନ୍ଦ୍ରାକ୍ଷଙ୍କ ଛାଉଣୀ କିଛି ଦିନ ଅଟକି ରହିଥିଲା । ତେଣୁ ଏହାକୁ ବାଟ ଜଗନ୍ନାଥପୁର ନାଁରେ ନାମିତ କରାଯାଇଛି । ତେବେ ଆଉ ଏକ ଲୋକକଥା ଅନୁଯାୟୀ, ପଡୋଶୀ ବସ୍ତରରେ ପାରିବାରିକ ଦ୍ବନ୍ଦ୍ବ ମଧ୍ୟରେ ଫସିଯାଇଥିବା ତତ୍କାଳୀନ ଜୟପୁର ମହାରାଜ ଏଠାରେ କିଛିଦିନ ଗୁପ୍ତରେ ରହିଥିଲେ ଓ ରଥଯାତ୍ରାର ଆୟୋଜନ କରିଥିଲେ । ଅନ୍ୟପଟେ ଏକଦା ବହୁ ଜମିବାଡ଼ି ଥିବା ଏଠାକାର ଜଗନ୍ନାଥ ମନ୍ଦିର ପାଖରେ ଆଜି ଜମି ନଥିବା କହି କ୍ଷୋଭ ପ୍ରକାଶ କରିଛନ୍ତି ପୂଜକ ।

ଇଟିଭି ଭାରତ, ପୁରୀ/କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.