ଓଡିଶା

odisha

ଭଦ୍ରକରେ ମେଡିକାଲ କଲେଜ ପାଇଁ ଦାବି କଲା ସଂଗ୍ରାମୀ ସେନା

By

Published : Nov 24, 2020, 3:04 AM IST

ଭଦ୍ରକରେ ଜିଲ୍ଲାର ବିଭିନ୍ନ ସମସ୍ୟା ଭିତରେ ବର୍ତ୍ତମାନ ସ୍ବାସ୍ଥ୍ୟ ସମସ୍ୟା ଉଦବେଗଜନକ ରହିଛି । ଜିଲ୍ଲାରେ ମେଡିକାଲ କଲେଜ ପାଇଁ ଦାବି କଲା ସଂଗ୍ରାମୀ ସେନା । ଅଧିକ ପଢନ୍ତୁ...

bhadrak medical college issue
ଭଦ୍ରକରେ ମେଡିକାଲ କଲେଜ ପାଇଁ ଦାବି କଲା ସଂଗ୍ରାମୀ ସେନା

ଭଦ୍ରକ: ଜିଲ୍ଲାର ବିଭିନ୍ନ ସମସ୍ୟା ଭିତରେ ବର୍ତ୍ତମାନ ସ୍ବାସ୍ଥ ସମସ୍ୟା ଅତି ଉଦବେଗଜନକ । ଫଳରେ ଉତ୍ତମ ସ୍ବାସ୍ଥସେବା ଅଧିକାରରୁ ବଞ୍ଚିତ ହେଉଛନ୍ତି ଜିଲ୍ଲାବାସୀ ।ଭଦ୍ରକ ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ବାସ୍ଥସେବା ପାଇଁ ଏକ ଉନ୍ନତମାନର ମେଡିକାଲ କଲେଜ ପ୍ରତିଷ୍ଠା ଜିଲାବାସୀଙ୍କ ଲାଗି ମର୍ଯ୍ୟାଦା ଓ ସ୍ବାଭିମାନର ପ୍ରଶ୍ନ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ସଂଗ୍ରାମୀ ସେନା ।

ଭଦ୍ରକରେ ମେଡିକାଲ କଲେଜ ପାଇଁ ଦାବି କଲା ସଂଗ୍ରାମୀ ସେନା

ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ କରାଯାଇଥିବା ଆନ୍ଦୋଳନ ଏକ ଜନ ଆନ୍ଦୋଳନର ରୂପ ନେଇଥିଲା । ଗାଁ ଠୁ ସହର ଯାଏ ସବୁ ବର୍ଗର ଲୋକ ଏହି ଦାବିକୁ ସମର୍ଥନ ଜଣାଇବା ସହ ଏକ ମେଡିକାଲ କଲେଜ ପାଇଁ ଆଶା ରଖିଥିଲେ । ତେବେ ପୋଡ଼ିଶୀ ଜିଲ୍ଲାମାନଙ୍କରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା ହୋଇଥିବା ବେଳେ ଭଦ୍ରକରେ ଭିତ୍ତିଭୂମି ନଥିବା ଆଳରେ ସରକାର ଏହାକୁ ଏଡାଇ ଯିବା ଅତି ଦୁର୍ଭାଗ୍ୟଜନକ ଓ ଜିଲ୍ଲାବାସୀଙ୍କ ପ୍ରତି ପ୍ରତାରଣା ବୋଲି ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଛି ସଂଗ୍ରାମୀ ସେନା । ବାରମ୍ବାର ଅବହେଳାର ଶୀକାର ହୋଉଥିବା ଭଦ୍ରକ ଜିଲ୍ଲାବାସୀଙ୍କ ଏହି ନ୍ୟାର୍ଯ୍ୟ ଦାବି ପ୍ରତି ଯଦି ସରକାର ଦୃଷ୍ଟି ନଦିଅନ୍ତି ତେବେ ଆଗାମୀ ଦିନରେ ପୁଣି ମେଡିକାଲ କଲେଜ ଦାବି ନେଇ ବଡ଼ ଜନଆନ୍ଦୋଳନ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ସଂଗ୍ରାମୀ ସେନା ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟଭି ଭାରତ

ABOUT THE AUTHOR

...view details