ETV Bharat / state

ଅନ୍ଧବିଶ୍ୱାସରୁ ଗଡ଼ିଲା ତିନି ମୁଣ୍ଡ, ମୁଖ୍ୟ ଅଭିଯୁକ୍ତଙ୍କ ସମେତ 6 ଜଣ କୋର୍ଟଚାଲାଣ - Balasore MURDER CASE

6 Accused Arrested in Murder Case: ଗତ 4 ତାରିଖରେ ଘଞ୍ଚ ଜଙ୍ଗଲ ଭିତରୁ ତିନି ମୃତଦେହ ମିଳିଥିଲା । ସେହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ 6 ଜଣ କୋର୍ଟ ଚାଲାଣ କରିଛି ଔପଦା ଥାନା ପୋଲିସ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jul 6, 2024, 8:58 PM IST

6 Accused Arrested in Murder Case
6 Accused Arrested in Murder Case (ETV Bharat Odisha)

ବାଲେଶ୍ୱର: ଗୁଣିଗାରେଡ଼ି ସନ୍ଦେହରେ ହୋଇଥିବା ହତ୍ୟାକାଣ୍ଡରେ 6 ଜଣଙ୍କୁ ଗିରଫ କରିଛି ପୋଲିସ । ଗତ 4 ତାରିଖରେ ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଧିନ ବଡପୋଖରୀ ଦଲଦଲି ଘଞ୍ଚ ଜଙ୍ଗଲ ଭିତରୁ ଉଦ୍ଧାର ହୋଇଥିଲା ତିନି ମୃତଦେହ । ତିନି ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ 6 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୁଣି ଗାରେଡ଼ି ହୋଇଥିବା ହତ୍ୟାକାଣ୍ଡରେ ପୋଲିସ 9 ଜଣଙ୍କୁ ଅଟକ ରଖିଥିଲା । ପରେ ତଦନ୍ତରେ 6 ଜଣଙ୍କ ସମ୍ପୃକ୍ତି ଥିବା ନେଇ ତଥ୍ୟ ପ୍ରମାଣ ମିଳିବା ପରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମାଧ ସିଂ ସହିତ ତାଙ୍କ ଭାଇ ହରି ସିଂ, ଛେଲିଆ ସିଂ, ବାପି ସିଂ, ଚନ୍ଦ୍ରମଣୀ ସିଂ ଓ ବୁଦ୍ଧିଆ ସିଂଙ୍କୁ କୋର୍ଟକୁ ଚାଲାଣ କରାଯାଇଛି । ଘଟଣା ଅନୁସାରେ, ଗତ ଗୁରୁବାର ସକାଳେ ମୃତ ସମ୍ଭାରୀ ସିଂଙ୍କ ପୁଅ ନିରଞ୍ଜନଙ୍କ ଅଭିଯୋଗ କ୍ରମେ ଔପଦା ପୋଲିସ ବରପଦା ଗାଁ ଠାରୁ ୫ କିଲୋମିଟର ଦୂର ଦଲଦଲିଆ ପାହାଡ଼ରୁ ସମ୍ବାରି ସିଂ, ଦମ୍ପା ସିଂ ତାର ସ୍ତ୍ରୀ ପାଗିଳିର ମୃତଦେହକୁ ଉଦ୍ଧାର କରିଥିଲା । ସେମାନଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇ ଜଙ୍ଗଲରେ ଫୋପାଡ଼ି ଦିଆଯାଇଥିଲା । ବରପଦା ଗାଁର ମୁଖ୍ୟଅଭିଯୁକ୍ତ ମାଧ ସିଂ ଓ ତାର ଭାଇ ହରି ସିଂ ନିଜ ଘର ପଛ ପଟେ ଗାଁର ତିନି ମୃତକଙ୍କୁ ପ୍ରଥମେ ପିଟିପିଟି ମାରିବା ପରେ ବୀଭତ୍ସ ଭାବେ ବେକକୁ କଟୁରୀରେ କାଟି ଗାଁ ଠାରୁ ୫ କିଲୋମିଟର ଦୂର ଦଲଦଲି ପାହାଡ଼ରେ ଫୋପାଡ଼ି ଦେଇଥିବା ସ୍ୱୀକାର କରିଛି । ହତ୍ୟାକାଣ୍ଡ ପଛରେ ଗୁଣି ଗାରେଡି ସନ୍ଦେହ ରହିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ.. ଘଞ୍ଚ ଜଙ୍ଗଲରୁ ମିଳିଲା ତିନି ମୃତଦେହ, ଗୁଣିଗାରେଡିରୁ ହତ୍ୟାକାଣ୍ଡ ସନ୍ଦେହ - Balasore Murder

ମୃତକ ସମ୍ଭାରୀ, ଦମ୍ପା ସିଂ ଓ ତାର ସ୍ତ୍ରୀ ପାଗିଳି ସବୁବେଳେ ଗୁଣିଗାରେଡି କରି ମାଧଙ୍କ ପରିବାର ସମେତ ଅନ୍ୟ ପରିବାରକୁ ହଇରାଣ ହରକତ କରୁଥିବା ସନ୍ଦେହ କରୁଥିଲେ । ଯେଉଁଥିପାଇଁ ଅଭିଯୁକ୍ତ ମାଧ ସିଂ ଛେଲିଆ ସିଂ ଯୋଜନା ବଦ୍ଧଭାବେ ହତ୍ୟା କରିଥିବା ଔପଦା ପୋଲିସ ଠାରେ ସ୍ବୀକାର କରିଛନ୍ତି । ଗତ ୩୦ ତାରିଖ ରବିବାର ଅପରାହ୍ନ ୪ଟାରୁ ସମ୍ବାରି, ଦମ୍ପା ଓ ପାଗିଳିକୁ ନିସ୍ତୁକ ଭାବେ ପିଟିବା ପରେ ବେକ କାଟି ହତ୍ୟା କରିଥିଲେ । ସେହି ରାତିରେ ଭାର କରି ତିନି ମୃତକଙ୍କୁ ଦଲଦଲିଆ ପାହାଡ଼ ଉପରେ ଫିଙ୍ଗି ଦେଇଥିଲେ। ଘଟଣାର ତଦନ୍ତ କରି ଔପଦା ପୋଲିସ 9 ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପରେ ସେମାନଙ୍କ ଭିତରୁ 6 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.