ETV Bharat / health

ପିଆଜ ଖାଉନଥିଲେ ଆଜିଠୁ ଆରମ୍ଭ କରନ୍ତୁ ଖାଇବା ? ନଚେତ୍ ଭୋଗିପାରନ୍ତି ସମସ୍ୟା - What Happen If I Stop Eating Onions

author img

By ETV Bharat Odisha Team

Published : Jul 5, 2024, 12:57 PM IST

What Will Happen If I Stop Eating Onions: ପିଆଜକୁ ଲୋକେ ବିନା ଖାଦ୍ୟ ସ୍ୱାଦହୀନ । ଏଥିସହ ପ୍ରତିଦିନ ପିଆଜ ଖାଇବା ଶରୀରକୁ ଅନେକ ପୋଷକ ତତ୍ତ୍ୱ ଯୋଗାଇଥାଏ । ତେବେ ଏପରି ସମୟରେ ଯଦି ଆପଣ ପିଆଜ ଏକ ମାସ ପର୍ଯ୍ୟନ୍ତ ଖାଇବେ ନାହିଁ । ତେବେ ଶରୀରରେ କେଉଁ ପରିବର୍ତ୍ତନ ଆସିବ ? ଜାଣନ୍ତି କି? ଜାଣନ୍ତୁ ଏହି ଆର୍ଟିକିଲରେ,

ପିଆଜ ନ ଖାଇଲେ କ'ଣ ହେବ?
ପିଆଜ ନ ଖାଇଲେ କ'ଣ ହେବ? (Getty)

ହାଇଦ୍ରାବାଦ: ସମଗ୍ର ବିଶ୍ୱରେ ଅନେକ ପ୍ରକାରର ରୋଷେଇଶାଳରେ ପିଆଜ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ପିଆଜ କାଦ୍ୟରେ ଏକ ସ୍ୱାଦ ଆଣିଥାଏ । ପିଆଜକୁ ଲୋକେ ସାଧାରଣତଃ ସାଲାଡ, ତରକାରୀ ଏବଂ ଭଜା ବିଭିନ୍ନ ଖାଦ୍ୟରେ ବ୍ୟବହାର କରିଥାନ୍ତି । ଅଧିକାଂଶ ଲୋକ ସବୁ ଖାଦ୍ୟରେ ପିଆଜ ଆବଶ୍ୟକ କରୁଥିବା ବେଳେ ଅନେକ ଏହାକୁ ନାପସନ୍ଦ ମଧ୍ୟ କରିଥାନ୍ତି । କାରଣ ପିଆଜ ଖାଇଲେ ପାଟିରୁ ଗନ୍ଧ ବାହାରିଥାଏ । ଏଥିପାଇଁ ଅଧିକାଂଶ ଲୋକ ପିଆଜଠାରୁ ଦୂରରେ ରୁହନ୍ତି । ଏପରି ସମୟରେ ଆପଣ ବି କେବେ ଚିନ୍ତା କରିଛନ୍ତି କି ଯଦି ଆପଣ ଏକ ମାସ ପର୍ଯ୍ୟନ୍ତ ପିଆଜ ଖାଇବା ବନ୍ଦ କରନ୍ତି ତେବେ କ’ଣ ହୁଏ ? ପିଆଜରୁ ଦୂରେଇ ରହିବା ଶରୀର ପାଇଁ ଭଲ କି ଖରାପ ? ଜାଣନ୍ତୁ,

ପିଆଜ ନ ଖାଇଲେ କ'ଣ ହେବ?
ପିଆଜ ନ ଖାଇଲେ କ'ଣ ହେବ? (Getty)

ଆପଣ ଏକ ମାସ ପାଇଁ ପିଆଜଠାରୁ ଦୂରରେ ରୁହନ୍ତି ତେବେ କ’ଣ ହେବ?

ଆପଣ ଜାଣନ୍ତି କି? ଏକ ମାସ ପାଇଁ ପିଆଜକୁ ସମ୍ପୂର୍ଣ୍ଣରୂପେ ଏଡାଇବା ଦ୍ୱାରା ଆପଣଙ୍କ ଶରୀରର ଅନେକ କ୍ଷତି ଘଟିପାରେ । ବରିଷ୍ଠ ଡାଏଟିଟିସିଆନ୍ ଏବଂ ବିଶେଷଜ୍ଞଙ୍କ ଅନୁଯାୟୀ ପିଆଜ ନ ଖାଇଲେ କୋଷ୍ଠକାଠିନ୍ୟ ଠାରୁ ଆରମ୍ଭ କରି ଆଖି ଦୃଷ୍ଟି ସମସ୍ୟା ପର୍ଯ୍ୟନ୍ତ ଅନେକ ସମସ୍ୟା ହୋଇପାରେ ।

ପିଆଜ ନ ଖାଇଲେ କ'ଣ ହେବ?
ପିଆଜ ନ ଖାଇଲେ କ'ଣ ହେବ? (Getty)

ପୋଷକ ତତ୍ତ୍ୱରେ ଭରପୁର ପିଆଜ

  • ପିଆଜରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ।
  • ପିଆଜରେ ଭିଟାମିନ୍-C, ଭିଟାମିନ୍-B 6 ଏବଂ ଫୋଲେଟ୍ ଯାହା ଏଥିରେ ଅଧିକ ପରିମାଣରେ ଉପଲବ୍ଧ । ଯାହା ପ୍ରତିରକ୍ଷା ପ୍ରଣାଳୀ, କୋଷ ବୃଦ୍ଧି ଏବଂ ସୁସ୍ଥ ମେଟାବୋଲିଜିମ ଉନ୍ନତି ଆଣିବାରେ ସାହାଯ୍ୟ କରେ ।
  • ପିଆଜରେ ଆଲିସିନ୍ ଏବଂ କ୍ୱେରେସିଟିନ୍ ପରି ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ସହ ଆଣ୍ଟିଅକ୍ସିଡାଣ୍ଟ ଭରପୁର ରହିଛି । ଯାହା ଅକ୍ସିଡେଟିଭ୍ ଚାପକୁ ହ୍ରାସ କରିବାରେ ଏବଂ ପୁରୁଣା ରୋଗର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରେ ।

ଏହା ମଧ୍ୟ ପଢନ୍ତୁ: ବର୍ଷା ଦିନେ ସଂକ୍ରମଣ ଭୟ: ଗୁଡ଼ ସହ ଖାଆନ୍ତୁ ଏହି ମସଲା, ଚୁଟ୍‌କିରେ ସମସ୍ୟା ହେବ ଛୁ’ ମନ୍ତର

ପିଆଜ ନ ଖାଇଲେ କ'ଣ ହେବ?
ପିଆଜ ନ ଖାଇଲେ କ'ଣ ହେବ? (Getty)

ପିଆଜ ନ ଖାଇବା ସ୍ୱାସ୍ଥ୍ୟ ଅସୁବିଧା:

ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣ ଏକ ମାସ ପର୍ଯ୍ୟନ୍ତ ପିଆଜ ଖାଇବା ବନ୍ଦ କରନ୍ତି, ତେବେ ଶରୀରରେ କିଛି ପରିବର୍ତ୍ତନ ନିଶ୍ଚିତ ରୂପେ ହୋଇପାରେ ।

  • ପିଆଜରେ ଅଧିକ ମାତ୍ରାରେ ଫାଇବର ଅଧିକ, ଯାହା ଏକ ସୁସ୍ଥ ହଜମ ପ୍ରକ୍ରିୟା ପାଇଁ ଜରୁରୀ । ତେଣୁ ଏଗୁଡିକରୁ ଦୂରେଇ ରହିବା ଦ୍ୱାରା ଅପଚ ସହ କୋଷ୍ଠକାଠିନ୍ୟ ହୋଇପାରେ ।
  • ପିଆଜ ନ ଖାଇବା ଦ୍ୱାରା ଭିଟାମିନ୍-C, ଭିଟାମିନ୍-B6 ଏବଂ ଫୋଲେଟ, ମାଙ୍ଗାନିଜ୍ ଏବଂ ପୋଟାସିୟମ୍ ପରି ଖଣିଜ ପଦାର୍ଥ ଶରୀରରେ ଅଭାବ ହୋଇଥାଏ । ଯାହା ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିଥାଏ । ଫଳରେ ଥକ୍କାପଣ ଲାଗିଥାଏ, ଲାଲ ରକ୍ତ କଣିକା ଗଠନ ହୁଏ ଏବଂ ରକ୍ତ ଜମାଟ ବାନ୍ଧିବା ପରି ପ୍ରତିକୂଳ ପ୍ରଭାବ ଦେଖାଯାଏ । ତେଣୁ ବିଶେଷଜ୍ଞମାନେ ମତ ଦିଅନ୍ତି ଯେ ପିଆଜକୁ ସମ୍ପୂର୍ଣ୍ଣ ଖାଇବା ବନ୍ଦ କରିବା ପରିବର୍ତ୍ତେ ମଧ୍ୟମ ପରିମାଣରେ ଖାଇବା ଭଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.