ETV Bharat / state

ଦେଶ ଶୁଣିଲା ବିମଳଙ୍କ ବୀରତ୍ବର ଗାଥା; ଓଡ଼ିଆ ପୁଅକୁ ଶୌର୍ଯ୍ୟଚକ୍ର ସମ୍ମାନ - Gallantry Awards 2024

GALLANTRY AWARDS 2024: କେନ୍ଦ୍ରାପଡ଼ାର ବୀର ସନ୍ତାନ ତଥା ଓଡ଼ିଆ ପୁଅ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ବୀରତା ସମ୍ମାନ । ଶୌର୍ଯ୍ୟ ଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 6, 2024, 9:08 PM IST

LIEUTENANT BIMAL RANJAN BEHERA
LIEUTENANT BIMAL RANJAN BEHERA (ETV Bharat)

ଭୁବନେଶ୍ବର: ଦେଶ ଶୁଣିଲା ଓଡ଼ିଆ ପୁଅର ବୀରତ୍ବର ଗାଥା । ସଲାମ କଲା ସାରା ଭାରତ । ଓଡ଼ିଆ ପୁଅକୁ ମିଳିଲା ବୀରତ୍ବର ସମ୍ମାନ । ସାହସିକତା ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ପ୍ରଦାନ କରାଯାଇଛି ଶୌର୍ଯ୍ୟଚକ୍ର ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ଶୌର୍ଯ୍ୟ ଚକ୍ର
ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ଶୌର୍ଯ୍ୟ ଚକ୍ର (ANI)

କେନ୍ଦ୍ରାପଡ଼ାର ବୀର ସନ୍ତାନ ଲେଫ୍ଟନାଣ୍ଟ ବିମଳ:-

ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ । ସେ 2019ରେ ନୌସେନାରେ ଯୋଗ ଦେଇଥିଲେ । ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରା ଏବେ ବିଶାଖାପାଟଣାରେ କାର୍ଯ୍ୟରତ ଅଛନ୍ତି । ମାର୍ଚ୍ଚ 2023ରେ ଓଏନଜିସି, ଇନ୍ଧନ ଉତ୍ପାଦନ ସଂରକ୍ଷଣ ଓ ଅଫଲୋଡିଂ ଜାହାଜରେ ଅପରେସନାଲ୍‌ ଏମର୍ଜେନ୍ସି ନେଇ ରିପୋର୍ଟ କରିଥିଲା । ଜାହାଜର ଇନ୍ଧନ ଉତ୍ତୋଳନ ବ୍ୟବସ୍ଥାରେ ମାଛଧରା ଜାଲ ଫସିଯିବାରୁ ହଠାତ କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥିଲା । ଏଥିପାଇଁ ଭାରତୀୟ ନୌସେନାର ସହାୟତା ଲୋଡା ଯାଇଥିଲା । ଜଣେ ଲିଡ୍‌ ଡାଇଭର ଭାବରେ ନିର୍ଭୀକ ହୋଇ ଆଗକୁ ବଢ଼ିଥିଲେ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରା । ଯେଉଁଠି ଜାହାଜ ଫସିଥିଲା, ସେଠାରେ କିଛି ଫୁଟ ଗଭୀରତା ପର୍ଯ୍ୟନ୍ତ ଡାଇଭିଂ କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା । ତଥାପି ଡାଇଭିଂ ଅପରେସନରେ ଯାଇଥିଲେ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରା ।

ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ଶୌର୍ଯ୍ୟ ଚକ୍ର (ETV Bharat)

ସମୁଦ୍ରରେ 18 ଫୁଟ ତଳେ ବିନା ବିଶ୍ରାମରେ ଡାଇଭିଂ:-

2023 ମାର୍ଚ୍ଚ 12 ତାରିଖ ରାତି ପ୍ରାୟ 10ଟାରେ ଗଭୀର ଜଳରାଶିରେ ବିମଳ ପ୍ରବେଶ କରିଥିଲେ । ସାହସିକତାର ସହ 18 ଫୁଟ ତଳକୁ ସେ ଓହ୍ଲାଇଥିଲେ । ପାଣି ମାଡ଼ରେ ବିନା ବିଶ୍ରାମରେ ଡାଇଭିଂ ଜାରି ରଖିଥିଲେ । ପ୍ରଚଣ୍ଡ ପ୍ରତିକୂଳ ପରିସ୍ଥିତିରେ ସେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ । ସଫଳତାର ସହ ଜାହାଜର ଗୋଟିଏ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ୧୦୦ ଫୁଟ ପାର କରି ଟରେଷ୍ଟ ଏରିଆରେ ପହଞ୍ଚିଥିଲେ । ବ୍ୟକ୍ତିଗତ ସୁରକ୍ଷାକୁ ଭୃକ୍ଷେପ ନକରି ବୀରତ୍ବ ଓ ସାହସିକତା ଦେଖାଇଥିଲେ । ସେଥିପାଇଁ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ସମ୍ମାନଜନକ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି । ବିମଳ ଶୌର୍ଯ୍ୟଚକ୍ର ଗ୍ରହଣ କରିବା ପରେ ତାଙ୍କ ପରିବାର ଲୋକ ଉପସ୍ଥିତ ଥିଲେ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ଶୁଭେଚ୍ଛା-

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, "ଭାରତୀୟ ନୌସେନାରେ କାର୍ଯ୍ୟରତ କେନ୍ଦ୍ରାପଡ଼ାର ସୁଯୋଗ୍ୟ ସନ୍ତାନ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରା ରାଷ୍ଟ୍ରପତିଙ୍କ ଦ୍ବାରା ଶୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏହା ରାଜ୍ୟ ପାଇଁ ଗୌରବର ବିଷୟ । ତାଙ୍କର ବୀରତ୍ବ, ସାହସିକତା ଓ କର୍ତ୍ତବ୍ୟ ପରାୟଣତା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ତାଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ।"

ଏହା ବି ପଢନ୍ତୁ- ଗାଲାଣ୍ଟ୍ରି ଆୱାର୍ଡ 2024: ବୀର ଯବାନଙ୍କୁ କୀର୍ତ୍ତି ଚକ୍ର ଓ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କଲେ ରାଷ୍ଟ୍ରପତି

ସୂଚନା ଥାଉ କି ଚଳିତ ବର୍ଷ 10 ଜଣଙ୍କୁ କୀର୍ତ୍ତି ଚକ୍ର (7 ମରଣୋତ୍ତର) ଓ 26ଜଣଙ୍କୁ ଶୌର୍ଯ୍ୟ (7 ମରଣୋତ୍ତର) ଚକ୍ର ପ୍ରଦାନ କରାଯାଇଛି । ପ୍ରତିବର୍ଷ ପରି ଏଥର ମଧ୍ୟ ଦେଶପାଇଁ ବଳିଦାନ ଦେଇଥିବା ଭାରତୀୟ ସେନା, ସିଆରପିଏଫ, ଆଇଟିବିପି ଓ ପୋଲିସ ଯବାନଙ୍କୁ ବୀରତା ପୁରସ୍କାର (ଗାଲାଣ୍ଟ୍ରି ଆୱାର୍ଡ 2024) ପ୍ରଦାନ କରିଛନ୍ତି ମ୍ୟାଡାମ ପ୍ରେସିଡେଣ୍ଟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.