ETV Bharat / state

ମୋହନ ସରକାରର ପ୍ରଥମ ଅଧିବେଶନ: ଶାସକ ଓ ବିରୋଧୀ ତୟାର - Odisha Assembly Session

Odisha Assembly Session:22ରୁ ବିଧାନସଭାର ବଜେଟ ଅଧିବେଶନ । ମୋହନ ସରକାରର ପ୍ରଥମ ଅଧିବେଶନ ପାଇଁ କିଭଳି ତୟାର ଶାସକ ଦଳ ଓ ବିରୋଧୀଙ୍କ ରଣନୀତି କିପରି ରହିବ ଜାଣନ୍ତୁ ।

author img

By ETV Bharat Odisha Team

Published : Jul 6, 2024, 9:03 PM IST

Odisha Assembly Session
Odisha Assembly Session (ETV Bharat Odisha)

ଭୁବନେଶ୍ବର: ଆସନ୍ତା 22 ତାରିଖରୁ ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନ । ଏହି ଅଧିବେଶନରେ ମୋହନ ସରକାର ପ୍ରଥମ ବଜେଟ ଆଣିବାକୁ ଯାଉଛନ୍ତି । ନୂଆ ସରକାରକୁ ସଶକ୍ତ ବିରୋଧୀ ଥିବାରୁ ଏ ଅଧିବେଶନ ରୋଚକ ହେବ । ଏବେ ଠାରୁ ଏନେଇ ଉଷ୍ମତା ବାରି ହୋଇପଡିଲାଣି । ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବା ସହ 25 ତାରିଖରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ବଜେଟ ଆଗତ କରିବେ । ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ଯେ, ଓଡିଶା ବିଧାନସଭାର ସପ୍ତଦଶ ଅଧିବେଶନ ଆସନ୍ତା 22 ତାରିଖରୁ ଆରମ୍ଭ ହେବ । ମୋଟ 27 କାର୍ଯ୍ୟ ଦିବସ ରହିଛି । ସେପ୍ଟେମ୍ବର 13 ତାରିଖ ପର୍ଯ୍ୟନ୍ତ ବିଧାନସଭାର କାର୍ଯ୍ୟ ଅବଧି ରହିଛି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭା ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ରହିବ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ବିଧାନସଭା ଲାଗି ପ୍ରସ୍ତୁତି ଚାଲିଛି । ରାଜ୍ୟପାଳଙ୍କ ପକ୍ଷରୁ ଅନୁମତି ପତ୍ର ମିଳିଛି । ସେଥିପାଇଁ ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲିଛି । ବଜେଟର ପ୍ରାକ ପ୍ରସ୍ତୁତି ଚାଲିଛି । ବଜେଟକୁ ନେଇ ସ୍ୱତନ୍ତ୍ର ଭାବେ ପଦକ୍ଷେପ ନିଆଯାଉଛି । ଏହାର ରୂପରେଖ ପ୍ରସ୍ତୁତି ହେଉଛି। ଚୂଡାନ୍ତ ହେଲେ ଏନେଇ ବିସ୍ତୃତ ସୂଚନା ପ୍ରଦାନ କରାଯିବ ।"

ଏହା ବି ପଢନ୍ତୁ...22ରୁ ବିଧାନସଭା; 25ରେ ମୋହନ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ - ODISHA BUDGET SESSION

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, "ଲୋକଙ୍କୁ ଭରସା ଓ ବିଶ୍ୱାସ ଦେଇ ବିଜେପି ସରକାରକୁ ଆସିଛି । ବଜେଟରେ ତାହା ପ୍ରତିଫଳନ ହେଉଛି ନା ନାହିଁ ଆମେ ଦେଖିବୁ । ଯଦି ସେମାନେ ତାହା ବଜେଟରେ ନକରନ୍ତି, ଆମେ ତାହାକୁ ନେଇ ଆନ୍ଦୋଳନ କରିବୁ । ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ । ନୂଆ ନୂଆ କଥା ଯାହା ଲୋକଙ୍କୁ କହିଛନ୍ତି, ବଜେଟ ଦେଖିଲା ପରେ ଆମେ ଯାହା କରିବା କଥା କରିବୁ ।"

ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, "ଓଡ଼ିଶାରେ ବିଜେପିର ସରକାର ଆସିଛି । ଯାହା ଲୋକଙ୍କ ସରକାର ହୋଇଛି । ଲୋକଙ୍କ ସରକାରର ପ୍ରଥମ ଅଧିବେଶନ 22 ତାରିଖରୁ ଆରମ୍ଭ ହେଉଛି । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ସାଧାରଣ ଲୋକଙ୍କ ଲାଗି ଲଢ଼ିବେ । ଶାସକ ଦଳ, ବିରୋଧୀଙ୍କୁ ସାଙ୍ଗରେ ନେଇ ଓଡିଶାର ବିକାଶ ଲାଗି କାମ କରିବେ । ବିରୋଧୀଙ୍କ ପ୍ରଶ୍ନର ଜବାବ ଦେବାକୁ ଆମେ ତୟାର ରହିବୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.