ଓଡିଶା

odisha

ଭଦ୍ରକରୁ ବିରଳ ପ୍ରଜାତିର ଧଳା ନାଗ ଉଦ୍ଧାର

By

Published : Oct 13, 2019, 1:25 PM IST

ରବିବାର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ.ଏ.ସି ଅର୍ନ୍ତଗତ ପାଞ୍ଚପଡା ୱାର୍ଡରେ ଗୋଲଖ ଦାସଙ୍କ କ୍ଷେତରୁ ବିରଳ ପ୍ରଜାତିର ଏକ ବିଷଧର ଧଳା ନାଗ ସାପ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଭଦ୍ରକରୁ ଉଦ୍ଧାର ହେଲା ବିରଳ ପ୍ରଜାତିର ଧଳା ନାଗ । ରବିବାର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ.ଏ.ସି ଅର୍ନ୍ତଗତ ପାଞ୍ଚପଡା ୱାର୍ଡରେ ଗୋଲଖ ଦାସଙ୍କ କ୍ଷେତରୁ ବିରଳ ପ୍ରଜାତିର ଏକ ବିଷଧର ଧଳା ନାଗ ସାପ ଉଦ୍ଧାର କରାଯାଇଛି । ସାପଟିର ଲମ୍ବ 3.5 ଫୁଟରୁ ଊର୍ଦ୍ଧ୍ବ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭଦ୍ରକ

ତେବେ ଏହି ବିରଳ ପ୍ରଜାତି ସାପର ଗତି ଅନ୍ୟ ସାପମାନଙ୍କ ଠାରୁ ବହୁତ ଅଧିକ ବୋଲି ଜଣାପଡ଼ିଛି । ଏହି ସାପ ନାଗ ପ୍ରଜା

ତିର ହୋଇଥିଲେ ମଧ୍ୟ ମୁଣ୍ଡରେ ଚକ୍ର ଚିହ୍ନ ନାହିଁ । ଏହି ସାପଟି ବିଶେଷ ଲମ୍ବା ହୋଇନଥିଲେ ମଧ୍ୟ ଏକପ୍ରକାର ସ୍ଵତନ୍ତ୍ର ଗର୍ଜନ କରୁଛି।
ତେବେ ସାପଟିକୁ ଦେଖିବାକୁ ଲୋକଙ୍କ ଭିଡ ହୋଇଥିଲା। ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିବା ଜଣାପଡିଛି ।


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details