ଓଡିଶା

odisha

କଳାକ୍ଷେତ୍ର ରୌପ୍ୟ ଜୟନ୍ତୀରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ

By

Published : Dec 28, 2019, 9:42 PM IST

ସ୍ଥାନୀୟ ଚାରୁ ଓ କାରୁକଳା କଲେଜରେ ପାଳନ ହୋଇଛି ରୌପ୍ୟ ଜୟନ୍ତୀ ଉତ୍ସବ । ଗତ 26 ତାରିଖରୁ ଉତ୍ସବର ଉଦଘାଟନ ହୋଇଥିବା ବେଳେ ଆସନ୍ତା 30 ତାରିଖରେ ଏହା ଉଦଯାପିତ ହେବ ।

kalakhetra silver jubilee function, balesore latest news, Sports and youth affair minister in balesore, ବାଲେଶ୍ବରରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ, କଳାକ୍ଷେତ୍ରରେ ରୌପ୍ୟ ଜୟନ୍ତୀ, ବାଲେଶ୍ବର ଲାଟେଷ୍ଟ ନ୍ୟୁଜ୍‌
କଳାକ୍ଷେତ୍ର ରୌପ୍ୟ ଜୟନ୍ତୀରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ

ବାଲେଶ୍ବର: ସ୍ଥାନୀୟ ଚାରୁ ଓ କାରୁକଳା କଲେଜରେ ପାଳନ ହୋଇଛି ରୌପ୍ୟ ଜୟନ୍ତୀ ଉତ୍ସବ। ଗତ 26 ତାରିଖରୁ ଉତ୍ସବର ଉଦଘାଟନ ହୋଇଥିବା ବେଳେ ଆସନ୍ତା 30 ତାରିଖରେ ଏହା ଉଦଯାପିତ ହେବ। ଇତିମଧ୍ୟରେ ଶନିବାର କଳାକ୍ଷେତ୍ରର ରୌପ୍ୟ ଜୟନ୍ତୀ ଉତ୍ସବରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ।

କଳାକ୍ଷେତ୍ର ରୌପ୍ୟ ଜୟନ୍ତୀରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ

କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କଲେଜ ଛାତ୍ରଛାତ୍ରୀଙ୍କ ଦ୍ବାରା ଅଙ୍କା ଯାଇଥିବା ଚିତ୍ର ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଚିତ୍ର ପ୍ରଦର୍ଶନୀକୁ ମନ୍ତ୍ରୀ ବୁଲି ଦେଖିବା ସହ କଳା ଓ କଳାକାର ସବୁବେଳେ ଅମର ବୋଲି କହିଥିଲେ । ଅନ୍ୟପଟେ ଉତ୍ସବରେ ଅତିଥି ଭାବେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ପ୍ରମୁଖ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନେ ‘କଳା ସିଦ୍ଧାନ୍ତ’ ପୁସ୍ତକର ଉନ୍ମୋଚନ କରିଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details