ଅନୁଗୋଳ: ସରକାରଙ୍କୁ ଧାନ ବିକିବେ ଜିଲ୍ଲାର 38 ହଜାରରୁ ଅଧିକ ଚାଷୀ । ଏଥିପାଇଁ ଧାନ କିଣା ଆରମ୍ଭ ହୋଇଛି । ସମବାୟ ବିଭାଗ, ଯୋଗାଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଚାଷୀମାନେ କିଭଳି ସୁବିଧାରେ ଧାନ କ୍ରୟ କରି ପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଅନୁଗୋଳରେ ଚାଷୀମାନଙ୍କ ଠାରୁ ଧାନ କିଣା ଆରମ୍ଭ ହୋଇଛି । ସମବାୟ ବିଭାଗ, ଯୋଗାଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଚାଷୀମାନେ କିଭଳି ସୁବିଧାରେ ଧାନ କ୍ରୟ କରି ପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାରେ ଚଳିତ ଖରିଫ ଋତୁରେ ମୋଟ ୩୮ହଜାର ୯୬୨ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଛନ୍ତି । ସେମାନଙ୍କ ଠାରୁ ୭ ଲକ୍ଷ ୯୭ ହଜାର କ୍ବିଣ୍ଟାଲ ଧାନ କ୍ରୟ କରାଯିବାର ଲକ୍ଷ୍ୟ ରଖାଯାଇଛି ।