ETV Bharat / state

ଅଚ୍ୟୁତ ସାମନ୍ତଙ୍କ ପାଇଁ ଆନ୍ଦୋଳନକୁ ଓହ୍ଲାଇବେ ଆଦିବାସୀ ! - Tribals Supports Achyuta Samanta

author img

By ETV Bharat Odisha Team

Published : Jul 5, 2024, 3:42 PM IST

Tribals Opposes State Government: କିସ୍‌ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ରାଜ୍ୟ ସରକାର ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ । ବଲାଙ୍ଗୀରର ପଛୁଆ ଓ ନିଷ୍ପେସିତ ଆଦିବାସୀ ଏବେ ନିଜ ଭବିଷ୍ୟତ ନେଇ ଚିନ୍ତାରେ । ନୂଆ ସରକାରଙ୍କର ଆଦିବାସୀଙ୍କ ପ୍ରତି ବୈମାତୃକ ମନୋଭାବକୁ ନେଇ ରାଜ୍ୟସ୍ତରୀୟ ବିରାଟ ଆନ୍ଦୋଳନର ପାଇଁ ସଜବାଜ । ଅଧିକ ପଢ଼ନ୍ତୁ

ଅଚ୍ୟୁତ ସାମନ୍ତଙ୍କ ପାଇଁ ଆନ୍ଦୋଳନକୁ ଓହ୍ଲାଇବେ ଆଦିବାସୀ !
ଅଚ୍ୟୁତ ସାମନ୍ତଙ୍କ ପାଇଁ ଆନ୍ଦୋଳନକୁ ଓହ୍ଲାଇବେ ଆଦିବାସୀ ! (ଇଟିଭି ଭାରତ, ଓଡ଼ିଶା)

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଆଦିବାସୀ ବହୁଳ ହୋଇଥିବାବେଳେ ଏବେବି ଏଠିକାର ଆଦିବାସୀ ପଛୁଆ । ସେପଟେ ନୂଆ ସରକାରଙ୍କ ନୀତିକୁ ନେଇ ଏମାନଙ୍କର ତୀବ୍ର ବିରୋଧ । କିସ୍‌ ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପଛରେ ମୋହନ ସରକାର ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ଆଣିଛନ୍ତି ଏଠାକାର ଆଦିବାସୀ । ସେମାନଙ୍କ ଛୁଆ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତାରେ ଏଠିକାର ଆଦିବାସୀ । ଆଗକୁ ରାଜ୍ୟସ୍ତରୀୟ ବିରାଟ ଆନ୍ଦୋଳନ ପାଇଁ ହେଉଛନ୍ତି ସଜବାଜ ।

ବଲାଙ୍ଗୀର ଜିଲ୍ଲାରେ ଆଜି ବି ଆଦିବାସୀ ବିକାଶ ସ୍ରୋତରୁ ପଛରେ ପଡି ଯାଇଛନ୍ତି । ଅନ୍ୟପଟେ ଗରିବୀ ଅଭାବ ଅନାଟନ ମଧ୍ୟରେ ଶିକ୍ଷାର ଅଭାବ ଏମାନଙ୍କୁ ଆଜିବି ପଛୁଆ କରି ରଖିଛି । ଏଭଳି ସମୟରେ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାକ୍ରମେ ଏଠିକାର ଆଦିବାସୀ ସେମାନଙ୍କର ଭବିଷ୍ୟତ ଗଢିବାର ଆଶା ଓ ସ୍ବପ୍ନ ଦେଖିଥିଲେ ଏବଂ ନିଜ ଛୁଆପିଲାଙ୍କୁ ତାଙ୍କ ଅନୁଷ୍ଠାନ 'କିସ୍‌'ରେ ଛାଡ଼ିଥିଲେ । ଆଶା ଥିଲା, ସେମାନଙ୍କ ଛୁଆପିଲା ଭଲ ପାଠ ପଢିବେ ଓ ବଡ଼ ମଣିଷ ହେବେ । ଏପରିକି ତାଙ୍କ ଛୁଆ ପିଲାଙ୍କୁ ସମ୍ପୂର୍ଣ୍ଣ ମାଗଣା ଶିକ୍ଷାର ସୁଯୋଗ ସହିତ ଉତ୍ତମ ଲାଲନପାଳନର ଏମାନେ ସୁବିଧା ଉଠାଇ ଆସିଛନ୍ତି । କେବଳ ଆଦିବାସୀ ଶିଶୁ ନୁହଁନ୍ତି, ସମ୍ପୂର୍ଣ୍ଣ ଆଦିବାସୀ ସମ୍ପ୍ରଦାୟ ସବୁବେଳେ ବିପଦ ସମୟରେ ଡଃ ସାମନ୍ତଙ୍କ ଠାରୁ ସାହାଯ୍ୟ ପାଇଛନ୍ତି । ଏକଥା ଆମେ କହୁନାହୁଁ କହିଛନ୍ତି ଏଠାକାର ଆଦିବାସୀ । ଏଥିପାଇଁ ସେମାନେ ଅଚ୍ୟୁତ ସାମନ୍ତଙ୍କୁ ଭଗବାନ ତୁଲ୍ୟ ମାନନ୍ତି ବୋଲି କହିଛନ୍ତି ।

ହେଲେ ଏବେ ନୂଆ ସରକାର ଆସିବା ପରେ ଡଃ ଅଚ୍ୟୁତ ସାମନ୍ତଙ୍କ ସହ ବିଶେଷ କାରଣରୁ ବିବାଦ ଦେଖିବାକୁ ମିଳିଛି । ଯାହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଏଠିକାର ଲକ୍ଷାଧିକ ଆଦିବାସୀ । ସରକାର ଏଭଳି ଆଭିମୁଖ୍ୟ ରଖିଲେ ଏହା ଏମାନଙ୍କ ପ୍ରତି ବୈମାତୃକ ମନୋଭାବ ଓ ଆଦିବାସୀମାରଣ ନୀତି ହେବ ବୋଲି ଏମାନେ କହିଛନ୍ତି । ସେହିପରି ଆଗକୁ ସାରା ରାଜ୍ୟରେ ଆଦିବାସୀ ବିରାଟ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ କାହିଁକି ଡାକ୍ତର ଅଚ୍ୟୁତ ସାମନ୍ତଙ୍କ ପାଇଁ ଏମାନେ ଏଭଳି ପଦକ୍ଷେପ ନେବାକୁ ଆଗେଇ ଆସିଛନ୍ତି ? ଏଥିରେ ଆପଣଙ୍କୁ ଲାଗୁ ଥାଇପାରେ କିଛି ରାଜନୀତି ହୋଇଛି । ହେଲେ କାରଣ ସମ୍ପୂର୍ଣ୍ଣ ଅଲଗା । ଏଠିକାର ଆଦିବାସୀ ଏବେ ଖୁବ ଅସନ୍ତୋଷ । ଯାହା ଆଗକୁ ଏକ ବିରାଟ ଆଦିବାସୀ ଆନ୍ଦୋଳନର ସମ୍ଭାବନା ଦେଖାଦେଇଛି ।

ଏଠିକାର ଜଣେ ଆଦିବାସୀ ଛାତ୍ରୀ ପୁଷ୍ପାଞ୍ଜଳି ମାଝୀ କହିଛନ୍ତି , ‘‘ ମୁଁ ଡାକ୍ତର ଅଚ୍ୟୁତ ସାମନ୍ତଙ୍କ କିସ୍‌ରେ ଯୁକ୍ତ ତିନି ବିଜ୍ଞାନ ଅଧ୍ୟୟନ କରୁଛି । ଛୋଟ ଥିବାବେଳେ ଏହି ଅନୁଷ୍ଠାନକୁ ଯିବାକୁ ଭୟ କରିଥିଲି । ପରେ ସେଠାକୁ ମାଆ ଓ ବାପାଙ୍କ ସହ ଯାଇ ସବୁ ବ୍ୟବସ୍ଥା ଦେଖିଥିଲି । ଯାହାପରେ ସପ୍ତମ ଶ୍ରେଣୀରୁ ସେଠି ନାମ ଲେଖାଇ ଏବେ ଯୁକ୍ତ ତିନିରେ ପାଠ ପଢ଼ୁଛି । ମାଆ ବାପାଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛ ନାହିଁ । ତେଣୁ ଭଲ ଭବିଷ୍ୟତ ପାଇଁ ଏଠି କୌଣସି ଭଲ ସ୍କୁଲ କିମ୍ବା କଲେଜରେ ପାଠ ପଢି ପାରିବି ନାହିଁ । ଏଠି ସବୁ ଉତ୍ତମ ସୁବିଧା ପାଉଛି । ଏପରିକି ଘର ଭଳି ସେଠୁ ସ୍ନେହ ପାଉଛି ।’’

ସେହିପରି ଏଠାକାର ଆଦିବାସୀ ମହିଳା ବନଲତା ମାଝୀ ମଧ୍ୟ ତାଙ୍କ ଝିଅକୁ ଏଠି ପଢିବାକୁ ଓ ତାର ଉଜ୍ବଳ ଭବିଷ୍ୟତ ପାଇଁ ଛାଡ଼ିଥିବା କହିଛନ୍ତି । ସେ କହିଛନ୍ତି "ଏଠାରେ ଯେମିତି ସେବା ଓ ସୁଯୋଗ ଆମେ ମାଗଣାରେ ପାଇଛୁ, ତାହା କେବେ ହେଲେ ଅନ୍ୟ ସ୍ଥାନରେ ମିଳିବ ନାହିଁ । କେବଳ ମାଗଣା ଶିକ୍ଷା ନୁହେଁ, ଖାଇବା, ରହିବା, ପାଠ ପଢ଼ିବାର ସୁବ୍ୟବସ୍ଥା ଅନ୍ୟ ଆଉ କୌଣସି ସ୍ଥାନରେ ଆମକୁ ମାଗଣାରେ ମିଳିନାହିଁ । ଆଦିବାସୀଙ୍କ ଉତ୍ତମ ଚିକିତ୍ସା ସୁବିଧା ମଧ୍ୟ ସେଠାରେ ଦିଆଯାଉଛି । ସେଠାରୁ ଅନେକ ଆଦିବାସୀ ଛାତ୍ରଛାତ୍ରୀ ତାଙ୍କ ଭବିଷ୍ୟତ ଗଢି ସାରିଛନ୍ତି । ଏପରିକି ପାଠପଢ଼ି ଏଠାରୁ ବଡ ବଡ ଅଫିସର୍, ଡାକ୍ତର ଓ ଇଞ୍ଜିନିୟର ହୋଇ ପାରିଛନ୍ତି । ଖେଳକୁଦରେ ମଧ୍ୟ ଏଠିକାର ଅନେକ ଛାତ୍ରଛାତ୍ରୀ ଆଜି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖେଳି ସମସ୍ତଙ୍କୁ ଗୌରବାନ୍ଵିତ କରିଛନ୍ତି ।" ତେଣୁ ଏଭଳି ସେବା ଦେଉଥିବା ଓ ଆଦିବାସୀଙ୍କ ପାଇଁ ସଦାସର୍ବଦା ଚିନ୍ତା କରୁଥିବା ଡାକ୍ତର ଅଚ୍ୟୁତ ସାମନ୍ତ ତାଙ୍କ ପାଇଁ ଭଗବାନ ସଦୃଶ ବୋଲି ସେ କହିଛନ୍ତି ।

ସେହିପରି ଆଉ ଜଣେ ଅଭିଭାବକ ମାଧବ ବରିହା ମଧ୍ୟ ତାଙ୍କ ପୁଅର ଉଜ୍ବଳ ଭବିଷ୍ୟତ ଗଠନ ପାଇଁ ଏହି ମାଗଣା ବ୍ୟବସ୍ଥାର ସୁଯୋଗ ନେଇ ଏଠି ଛାଡ଼ିଛନ୍ତି ବୋଲି କହିଛନ୍ତି । ବଲାଙ୍ଗୀରରେ କିମ୍ବା ଆଖପାଖ ଜିଲ୍ଲାରେ ସରକାରୀ କିମ୍ବା ବେସରକାରୀ ଭାବରେ ଆଦିବାସୀଙ୍କ ପାଇଁ କୌଣସି ସୁବିଧା ନାହିଁ । ଯାହା ଅଛି, ତାଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ଅପହଞ୍ଚ । ତେଣୁ କେବଳ ସେ ନୁହଁନ୍ତି, ହଜାର ହଜାର ଆଦିବାସୀ ତାଙ୍କ ଛୁଆପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଏଠାରେ ଛାଡ଼ିଥିବା ସେ କହିଛନ୍ତି ।

ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାରେ ଆଦିବାସୀ ଜନସଂଖ୍ୟା 3 ଲକ୍ଷ ଉପରେ । ପ୍ରାୟ ସବୁ ଆଦିବାସୀ ଶ୍ରମିକ ଶ୍ରେଣୀର ଥିବାବେଳେ କିଛି ଚାଷବାସ କରି ଜୀବିକା ନିର୍ବାହ କରନ୍ତି । ସେହିପରି ହଜାର ହଜାର ଆଦିବାସୀ ତାଙ୍କ ପେଟ ପାଟଣା ପାଇଁ ଏଠି କୌଣସି ସୁବିଧା ସୁଯୋଗ ନଥିବାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି । ସାଙ୍ଗରେ ତାଙ୍କ ଶିଶୁମାନେ ମଧ୍ୟ ଯାଇ ଶିକ୍ଷାଦାନରୁ ସମ୍ପୂର୍ଣ୍ଣ ବଞ୍ଚିତ ରହିଥାନ୍ତି । ସେପଟେ ସରକାର ମଧ୍ୟ ଏମାନଙ୍କ ପାଇଁ ଦରଦ ଥିବା ଦର୍ଶାଇ ଆସୁଥିଲେ ସୁଦ୍ଧା ସଠିକ ପଦକ୍ଷେପ ଏମାନଙ୍କ ଉନ୍ନତି ପାଇଁ ନେଉନଥିବା ଅଭିଯୋଗ ହୋଇଆସିଛି । ସବୁବେଳେ ଏହିସବୁ ଅଧିକାର ପାଇଁ ଆଦିବାସୀ ଏଠି ପାରମ୍ପାରିକ ହାତ ହତିଆର ନେଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ଦେଖିବାକୁ ମିଳିଥାଏ । ପ୍ରକାଶ ଥାଉ, ଏବେ କେବଳ ବଲାଙ୍ଗୀର ଜିଲ୍ଲାର 4 ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ କିସ୍‌ ଅନୁଷ୍ଠାନରେ ରହି ସମ୍ପୂର୍ଣ୍ଣ ମାଗଣାରେ ନିଜର ଭବିଷ୍ୟତ ଗଢୁଛନ୍ତି ।

ଆଦିବାସୀ ନେତା ପଲେଶ୍ବର ଭୋଇ କହିଛନ୍ତି, "ଜିଲ୍ଲାରେ 3 ଲକ୍ଷରୁ ଊର୍ଦ୍ଧ୍ବ ଆଦିବାସୀ ଅଛନ୍ତି । ଏମାନେ ଆଜି ବି ତଳିତଳାନ୍ତ ହୋଇ ଅତି ଅଭାବ ଅନାଟନରେ ଚଳି ଆସୁଛନ୍ତି । କୌଣସି ସରକାର ଏଯାଏଁ ତାଙ୍କ ଉନ୍ନତି ପାଇଁ ବିଶେଷ ପଦକ୍ଷେପ ନେଇନାହିଁ । ଆଜି ବି ଏଠିକାର ଆଦିବାସୀ ପେଟପାଟଣା ପାଇଁ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି । ତେବେ ଏଭଳି ସମୟରେ ସେମାନେ ଡାକ୍ତର ଅଚ୍ୟୁତ ସାମନ୍ତଙ୍କ ସାହାଯ୍ୟ ସହଯୋଗ ପାଇବା କୌଣସି ବରଦାନଠୁ କମ ନୁହେଁ ।"

ଏହା ମଧ୍ୟ ପଢ଼ନ୍ତୁ...ଅସ୍ତ୍ରଶସ୍ତ୍ର ଧରି ରାସ୍ତାକୁ ଓହ୍ଲାଇଲେ ଆଦିବାସୀ, ମୋହନ ସରକାରଙ୍କୁ କଲେ ବିରୋଧ - TRIBAL MOVEMENT

ଏସବୁ ମଧ୍ୟରେ ଏବେ ନୂଆ ସରକାର ଏଠିକାର ଆଦିବାସୀଙ୍କ ଜନନାୟକ କୁହାଯାଉଥିବା ଡାକ୍ତର ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ କରିବା ଅତି ନିନ୍ଦନୀୟ ବୋଲି ଅନେକ ଆଦିବାସୀ ମତ ରଖିଛନ୍ତି । ଏହି କାରଣରୁ ଏଠାରେ ଆଦିବାସୀଙ୍କ ମଧ୍ୟରେ ଖୁବ ଅସନ୍ତୋଷ ଦେଖିବାକୁ ମିଳିଛି । ଯେଉଁଥିପାଇଁ ସେମାନେ ବଲାଙ୍ଗୀରରେ ସରକାର ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଆଗକୁ ସାରା ରାଜ୍ୟରେ ଏହି ଆନ୍ଦୋଳନକୁ ଉଗ୍ର ରୂପ ଦେବାପାଇଁ ଏମାନେ ଏବେ ସଜବାଜ ହେଉଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.