ETV Bharat / state

ମହାପ୍ରଭୁଙ୍କ ନବଯୌବନ ଓ ନେତ୍ରୋତ୍ସବ କ'ଣ ? ଏ ବର୍ଷ କାହିଁକି ଭକ୍ତଙ୍କୁ ମିଳିବନି ଏହି ଦୁର୍ଲ୍ଲଭ ଦର୍ଶନ - Nabajouban Darshan

author img

By ETV Bharat Odisha Team

Published : Jul 5, 2024, 4:03 PM IST

Nabajouban Darshan of Lord Jagannath: ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବଃ ତୁମେ... ଲୀଲାମୟ ଠାକୁରଙ୍କ ଲୀଳାଖେଳା ଅନନ୍ୟ । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ । ସ୍ନାନ ଯାତ୍ରା ପରେ ଜ୍ବରରେ ପଡି ଏବେ ଦାରୁଦିଅଁ ଅଣସର ଘରେ ଅଛନ୍ତି । ଅଣସର ସରିବା ପରେ ମହାପ୍ରଭୁ ଯେଉଁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କୁହନ୍ତି । ପଢନ୍ତୁ ଏହି ଦୁର୍ଲ୍ଲଭ ବେଶ ଦର୍ଶନର ମାହାତ୍ମ୍ୟ ।

ମହାପ୍ରଭୁଙ୍କ ନବଯୌବନ ଓ ନେତ୍ରୋତ୍ସବ କ'ଣ
ମହାପ୍ରଭୁଙ୍କ ନବଯୌବନ ଓ ନେତ୍ରୋତ୍ସବ କ'ଣ (ETV Bharat Odisha)

ପୁରୀ: ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ । ପ୍ରତିବର୍ଷ ସ୍ନାନଯାତ୍ରା ପରେ ମହାପ୍ରଭୁ ଜ୍ବରରେ ପଡି ଅଣସର ଘରେ ବିରାଜମାନ କରନ୍ତି । ଅଣସର ଘରେ ଅନେକ ଗୁପ୍ତ ନୀତି ଅନୁଷ୍ଠିତ ହୋଇଥାଏ । ଦୀର୍ଘ ୧୫ ଦିନ ପରେ ଅଣସର ଶେଷ ପରେ ମହାପ୍ରଭୁ ଯେଉଁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କୁହନ୍ତି । ଏହି ଦୁର୍ଲ୍ଲଭ ଦର୍ଶନ ପାଇଁ ଭକ୍ତଟିଏ ବର୍ଷା ସାରା ଅନେଇ ବସିଥାଏ । ଅଣସର ପିଣ୍ଡିରୁ ବାହାରିବା ପରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୁଏ ନେତ୍ରୋତ୍ସବ ବା ନବଯୌବନ ଦର୍ଶନ ।

ନବଯୌବନ ବେଶ କ'ଣ ? ନବଯୌବନ ବେଶ ଶ୍ରୀଜିଉମାନେ ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ଧାରଣ କରୁଥିବା ବିଶେଷ ବେଶ ଅଟେ । ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ଯାଇ ରହନ୍ତି । ପନ୍ଦର ଦିନ ଭକ୍ତମାନେ ଦାରୁଦିଅଁଙ୍କ ଦର୍ଶନ ଲାଭରୁ ବଞ୍ଚିତ ହୁଅନ୍ତି । ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କହନ୍ତି । ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ୱଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ । ଏହି ସମୟରେ ମହାପ୍ରଭୁ ରତ୍ନ ସିଂହାସନକୁ ଆଉ ବିଜେ କରନ୍ତି ନାହିଁ । ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି । ନବଯୌବନ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ବର୍ଷବ୍ୟାପୀ ପ୍ରତୀକ୍ଷା କରି ରହିଥାଆନ୍ତି ।

ଏହା ମଧ୍ୟ ପଢନ୍ତୁ: ଶ୍ରୀକ୍ଷେତ୍ରରେ ଗୁଣ୍ଡିଚା ଓ ମାଉସୀ ମନ୍ଦିରର ମାହାତ୍ମ୍ୟ; କ'ଣ ରହିଛି ଜଗନ୍ନାଥଙ୍କର ସମ୍ପର୍କ - Rath Yatra 2024

ନେତ୍ରୋତ୍ସବ କ'ଣ ?

ନେତ୍ରୋତ୍ସବର ଅର୍ଥ ହେଲା ମହାପ୍ରଭୁମାନଙ୍କ ଚକ୍ଷୁରେ ନବଯୌବନ ବେଶର ଅନ୍ତିମ ସ୍ପର୍ଶ । ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଯେଉଁ ଭକ୍ତ ଦର୍ଶନ କରିଥାଏ ଅଶେଷ ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ଚଳିତ ବର୍ଷ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ନବଯୌବନ ବେଶ୍ ଦର୍ଶନରୁ ଭକ୍ତ ବଞ୍ଚିତ ହେବେ । ଯେହେତୁ ଚଳିତ ରଥଯାତ୍ରା ଦିନ ନେତ୍ରୋତ୍ସବ, ନବଯୌବନ ଦର୍ଶନ ନୀତି ରହିଛି ଏଣୁ ଶୃଙ୍ଖଳିତ ରଥଯାତ୍ରା ପାଇଁ ନବଯୌବନ ଦର୍ଶନ ଉପରେ କଟକଣା ଲଗାଯାଇଛି । ଏହାପୂର୍ବରୁ ୧୯୭୧ ମସିହାରେ ଏହି ସମାନ ସ୍ଥିତି ଉପୁଜିଥିଲା । ନୀତି ଅଧିକ ପାଇଁ ସନ୍ଧ୍ୟାରେ ରଥ ଟଣାଯାଇଥିଲା । ପରଦିନ ରଥଯାତ୍ରା ମଧ୍ୟ ହୋଇଥିଲା । ଚଳିତ ୨୦୨୪ ରଥଯାତ୍ରା ୧୯୭୧ ମସିହା ଭଳି ନୀତି ପଡୁଛି । ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ସହ ରଥଯାତ୍ରା ପଡିଥିବାରୁ ସନ୍ଧ୍ୟା ୫ଟାରେ ରଥଟଣା ହେବ । ପରଦିନ ପୁଣି ରଥକୁ ଭିଡି ଭକ୍ତମାନେ ଗୁଣ୍ଡିଚା ମନ୍ଦିରରେ ଲଗାଇବେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.