ETV Bharat / state

ମରିଗଲା ମମତା, ନବଜାତ ଶିଶୁକୁ ବିକ୍ରି କରିଦେଲା ମାଆ - mother sold newborn baby

author img

By ETV Bharat Odisha Team

Published : Jul 5, 2024, 3:53 PM IST

Mother sold newborn baby: ମାଆ ଭୁଲି ଗଲା ମମତା । ମାତ୍ର ଏକ ଲକ୍ଷ ଟଙ୍କା ପାଇଁ ଅନ୍ୟ ହାତକୁ ଜନ୍ମିତ ସନ୍ତାନକୁ ଟେକି ଦେଲେ ମହିଳା । ଅଧିକ ପଢନ୍ତୁ

Mother sold newborn baby
Mother sold newborn baby (ETV BHARAT ODISHA)

ପାରାଦ୍ବୀପ: କଥାରେ ଅଛି ପୁତ୍ର କୁପୁତ୍ର ହୋଇପାରେ କିନ୍ତୁ ମା’ କେବେ କୁମାତା ହୋଇପାରେନା । ତାହା କିନ୍ତୁ ପାରାଦ୍ୱୀପ ଅଞ୍ଚଳରେ ଭୁଲ ସାବ୍ୟସ୍ତ ହୋଇଛି । ଟଙ୍କା ପାଇଁ ପୁଅକୁ ବିକ୍ରି କରିଦେଲା ମାଆ । ଏକ ଲକ୍ଷ ଟଙ୍କାରେ ଦିନକର ଶିଶୁପୁତ୍ରକୁ ମାଆ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପାରାଦ୍ୱୀପ ପୋଲିସ ନିଜ ଆଡୁ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଆଦିବାସୀ ମହିଳା ଜଣଙ୍କ ପାରାଦ୍ୱୀପ ସହରର ଷଣ୍ଢକୁଦ ବସ୍ତି ଅଞ୍ଚଳରେ ରହୁଥିଲେ । ତାଙ୍କ ସ୍ୱାମୀ ତାଙ୍କୁ ଛାଡିଯିବା ପରେ ସେ ଗର୍ଭବତୀ ହୋଇଥିଲେ । ଗର୍ଭବତୀ ହେବା ଜାଣି ମହିଳା ଜଣଙ୍କ ଗର୍ଭ ନଷ୍ଟ କରିବାକୁ ଚାହୁଁଥିବା ପଡୋଶୀକୁ କହିଥିଲେ । କିନ୍ତୁ ଗର୍ଭ ନଷ୍ଟ ନକରିବାକୁ ପଡୋଶୀ ମହିଳାଙ୍କୁ ପରାମର୍ଶ ଦେଇଥିଲେ । ଏଥିସହ ସନ୍ତାନ ଜନ୍ମ ହେଲେ ପଡୋଶୀ ଲାଳନ ପାଳନ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଏପରିକି ଗର୍ଭାବସ୍ଥାରେ ମହିଳାଙ୍କ ଯତ୍ନ ନେଇଥିଲେ । ଗତ ରବିବାର ଦିନ ପାରାଦ୍ୱୀପ ସ୍ଥିତ ଅଠର ବାଙ୍କୀ ସରକାରୀ ଡାକ୍ତରଖାନାରେ ମହିଳା ଜଣଙ୍କ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ।

ଏହା ମଧ୍ୟ ପଢନ୍ତୁ-Mother sells child: ମରିଗଲା ମମତା, ଖଣ୍ଡେ ଲୁଗା ଓ ୧୦୦ ଟଙ୍କାରେ ପୁଅକୁ ବିକି ଦେଲା ମା' !

କିନ୍ତୁ ମହିଳା ଜଣଙ୍କ ପଡୋଶୀଙ୍କ ଜନ୍ମିତ ସନ୍ତାନ ନଦେଇ ମେଡ଼ିକାଲରେ ଶିଶୁପୁତ୍ରକୁ ବିକ୍ରୀ କରିବା ପାଇଁ ଜଣେ ଦଲାଲର ସହାୟତା ନେଇଥିଲେ । ଏହି ଦଲାଲ ଜଣଙ୍କ ଆନ୍ଧ୍ର ପ୍ରଦେଶ ଭାଇଜାକର ଜଣେ ବ୍ୟକ୍ତିଙ୍କୁ ଶିଶୁକୁ ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିଲେ । ଏଥିରେ ମହିଳା ଜଣଙ୍କ ରାଜି ହେବାରୁ ତାଙ୍କୁ ଲକ୍ଷେ ଟଙ୍କା ଦେଇ ଶିଶୁପୁତ୍ରକୁ ଆନ୍ଧ୍ର ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ନିଜ ଶିଶୁକୁ ବିକ୍ରି କରିବା ପରେ ଦଲାଲ ସହିତ ସମ୍ପୃକ୍ତ ମହିଳା ଫେରାର ହୋଇ ଯାଇଥିବା ପଡୋଶୀ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ପାରାଦ୍ୱୀପ ପୋଲିସ ଗମ୍ଭୀରତର ସହିତ ନେଇ ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ ପୋଲିସ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ଘଟଣା ସତ୍ୟ ତଦନ୍ତ ପରେ ସ୍ପଷ୍ଟ କରାଯିବ ବୋଲି ପୋଲିସ କହିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.