ନୂଆଦିଲ୍ଲୀ: ଚଳିତ ଆଇପିଏଲ ସଂସ୍କରଣ କାଗିସୋ ରବାଡାଙ୍କ ଅବିଶ୍ବସନୀୟ ବୋଲିଂ ପ୍ରଦର୍ଶନର ସାକ୍ଷୀ ପାଲଟିଛି । ଆନରିଚ ନର୍ଟଜେ ଓ ମହମ୍ମଦ ସିରାଜ ମଧ୍ୟ ରେକର୍ଡର ଅଧିକାରୀ ହୋଇଛନ୍ତି ।
ତେବେ ଆଇପିଏଲ 2020ର 46ଟି ମୁକାବିଲା ଖେଳାଯାଇ ସାରିଥିବାବେଳେ, ନଜର ପକାନ୍ତୁ 5ଟି ଖରାପ ବୋଲିଂ ପ୍ରଦର୍ଶନ ଉପରେ...
ସିଦ୍ଧାର୍ଥ କୌଲ(ସନରାଇଜର୍ସ ହାଇଦ୍ରାବାଦ)
ଅକ୍ଟୋବର 4ରେ , ମ୍ୟାଚ ନମ୍ବର 17 ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାାଯାଇଥିଲା । କୌଲ ଏହି ମ୍ୟାଚରେ 4 ଓଭରରେ 64 ରନ ବ୍ୟୟ କରିଥିଲେ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚରେ 208/5 ସ୍କୋର କରିଥିଲା ।
ଅଙ୍କିତ ରାଜପୁତ(ରାଜସ୍ଥାନ ରୟାଲ୍ସ)
ଅକ୍ଟୋବର 25ରେ ଖେଳାଯାଇଥିବା ମ୍ୟାଚ ନମ୍ବର 46ରେ ଅଙ୍କିତ ମୁମ୍ବାଇ ଇଣ୍ଡିଆନ୍ ବିପକ୍ଷରେ 4 ଓଭରରେ 60 ରନ ବ୍ୟୟ କରିଥିଲେ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ 195/5 ସ୍କୋର କରିଥିଲା । ମୁମ୍ବାଇ ପକ୍ଷୁ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଥିଲେ । ତେବେ ବେନ ଷ୍ଟୋକ୍ସଙ୍କ ଶତକୀୟ ଇଂନିସ ବଳରେ ରାଜସ୍ଥାନ 10 ବଲ ବାକିଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା ।