ଓଡିଶା

odisha

ଡିସେମ୍ବର 21 ସୁଦ୍ଧା ଦେଶରେ ସରିଛି 16,31,70,557ଟି କୋରୋନା ଟେଷ୍ଟ

By

Published : Dec 22, 2020, 1:59 PM IST

ସୁଫଳ ଆଣୁଛି କୋରୋନା ସାମ୍ପଲ ଟେଷ୍ଟିଂ । ଯଦ୍ବାରା ସଠିକ ସମୟରେ ଚିକିତ୍ସା କରାଯାଇ ଦେଶରେ କମୁଛି କୋରୋନା ସଂକ୍ରମଣ। ଅଧିକ ପଢନ୍ତୁ...

ଡିସେମ୍ବର 21 ସୁଦ୍ଧା ଦେଶରେ ସରିଛି 16,31,70,557ଟି କୋରୋନା ଟେଷ୍ଟ
ଡିସେମ୍ବର 21 ସୁଦ୍ଧା ଦେଶରେ ସରିଛି 16,31,70,557ଟି କୋରୋନା ଟେଷ୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ 16 କୋଟିରୁ ଅଧିକ ସରିଛି କୋରୋନା ସାମ୍ପଲ ଟେଷ୍ଟ। ଦେଶରେ ସଂକ୍ରମଣ ସଂଖ୍ୟାକୁ କମ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅହରହ ଚାଲିଛି ପ୍ରୟାସ। ଯାହାଦ୍ବାରା ଏବେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ଦେଖାଦେଇଛି। କାରଣ ଅନେକ ମାସର ବ୍ୟବଧାନ ପରେ ଡିସେମ୍ବର 21 ତାରିଖର ପଜିଟିଭ ରିପୋର୍ଟ ସଂଖ୍ୟା 19 ହଜାର ରହିଛି ।

ତେବେ ଗତ 24 ଘଣ୍ଟାରେ ଦେଶର ବିଭିନ୍ନ ଟେଷ୍ଟିଂ ଲ୍ୟାବରେ 10 ଲକ୍ଷ 72 ହଜାର 228ଟି ଟେଷ୍ଟ କରାଯାଇଛି। ଯାହାକୁ ମିଶାଇ 16 କୋଟି 31 ଲକ୍ଷ 70 ହଜାର 557ଟି କୋରୋନା ସାମ୍ପଲ ଟେଷ୍ଟ କରାଯାଇଛି। ଏନେଇ ସୂଚନା ଦେଇଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର)।

ବର୍ତ୍ତମାନ 1 କୋଟି 75 ହଜାର 116ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା। ସେହିପରି ଗୋଟିଏ ଦିନରେ ରେକର୍ଡ ହୋଇଥିବା 301 ଜଣଙ୍କର ମୃତ୍ୟୁକୁ ମିଶାଇ 1 ଲକ୍ଷ 46 ହଜାର 111ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା।

ABOUT THE AUTHOR

...view details