ETV Bharat / state

ବିପଦକୁ ହାତ ଠାରି ଡାକୁଛି ନକଲି ଖାଦ୍ୟ ସାମଗ୍ରୀ, ସତର୍କ କଲେ ଡାକ୍ତର ଓ ଖାଦ୍ୟ ସୁରକ୍ଷା ବିଭାଗ - duplicate food product seized

author img

By ETV Bharat Odisha Team

Published : Jul 29, 2024, 4:57 PM IST

food safety department raid in various Hotel and restaurant in bhubaneswar: ରାଜଧାନୀ ଭୁବନେଶ୍ୱର ଓ ସିଲଭର ସିଟି କଟକରୁ ବାରମ୍ବାର ନକଲି ଖାଦ୍ୟ ସାମଗ୍ରୀ କମ୍ପାନୀ ଠାବ ହେବା ପରେ ଚିନ୍ତା ବଢିଯାଇଛି । କ୍ୟାନସର ଓ ଲିଭର ଜନିତ ମାରାତ୍ମକ ରୋଗ ଆଶଙ୍କା ରହିଛି । ଏନେଇ ନକଲି ଖାଦ୍ୟ ପଦାର୍ଥଠୁ ଦୂରେଇ ରହିବାକୁ ସତର୍କ କରିଛନ୍ତି ଅଭିଜ୍ଞ ଡାକ୍ତର । ଅଧିକ ପଢନ୍ତୁ

food safety department
food safety department (ETV Bharat Odisha)

ଭୁବନେଶ୍ୱର: ସବୁ ନକଲି ! ତେଲ, ଘିଅ, ଚା'ପତି ଠାରୁ ଆରମ୍ଭ କରି ସସ୍ ପର୍ଯ୍ୟନ୍ତ ସବୁ ନକଲି । ନକଲି ଖାଦ୍ୟ ସାମଗ୍ରୀର ହବ ବନିଗଲାଣି ରାଜ୍ୟ । ରାଜଧାନୀ ଭୁବନେଶ୍ୱର ଓ ସିଲଭର ସିଟି କଟକରୁ ବାରମ୍ବାର ନକଲି ଖାଦ୍ୟ ସାମଗ୍ରୀ କମ୍ପାନୀ ଠାବ ହେବା ପରେ ଚିନ୍ତା ବଢିଯାଇଛି । ବଡ଼ ବିପଦ ଆଣୁଛି ବଜାରରେ ନକଲି ଖାଦ୍ୟ ସାମଗ୍ରୀ ବିକ୍ରି । କ୍ୟାନସର ଓ ଲିଭର ଜନିତ ମାରାତ୍ମକ ରୋଗ ଆଶଙ୍କା ରହିଛି । ଏନେଇ ନକଲି ଖାଦ୍ୟ ପଦାର୍ଥଠୁ ଦୂରେଇ ରହିବାକୁ ସତର୍କ କରିଛନ୍ତି ଅଭିଜ୍ଞ ଡାକ୍ତର । ସେପଟେ କେବଳ ନକଲି ସାମଗ୍ରୀ ପ୍ରସ୍ତୁତକାରି ସଂସ୍ଥା ନୁହେଁ ବରଂ ଏଥର ହୋଟେଲ, ରେସ୍ତୋରାଁ ଓ ଉଠାଦୋକାନି ସହ କ୍ୟାଟେରିଂ ସଂସ୍ଥା ଉପରେ ଅପମିଶ୍ରିତ ଓ ଅସ୍ବାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ ଉପରେ ଚଢାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଖାଦ୍ୟ ନିରାପତ୍ତା ସୁରକ୍ଷା ଅଧିକାରୀ ।

ଆକ୍ସନ ମୋଡ଼ରେ ଖାଦ୍ୟ ନିରାପତ୍ତା ସୁରକ୍ଷା ଅଧିକାରୀ: ରାଜଧାନୀରୁ ନକଲି ସସ୍ ପ୍ରସ୍ତୁତକାରୀ କାରଖାନା ଠାବ ପରେ ଆକ୍ସନ ମୋଡ଼ରେ ଖାଦ୍ୟ ନିରାପତ୍ତା ସୁରକ୍ଷା ଅଧିକାରୀ । ଏନେଇ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଚାଲିଛି ଘନ ଘନ ରେଡ୍ । ଭୁବନେଶ୍ୱର ପଟିଆ, ନୟାପଲ୍ଲୀ ଓ ଖଣ୍ଡଗିରି ଆଦିରେ ଥିବା ରେସ୍ତୋରାଁ, ହୋଟେଲ ଓ ବିଭିନ୍ନ ହଷ୍ଟେଲରେ ଖାଦ୍ୟର ମାନ ଯାଞ୍ଚ କରାଯାଉଛି । ଖାଦ୍ୟରେ ରଙ୍ଗ ମିଶ୍ରିତ ପାଉଡର ବ୍ୟବହାର କରାଯାଉଛି କି, ବ୍ୟବହୃତ ମସଲା ଖାଇବା ଉପଯୋଗୀ ବା FSSAIର ମାନ ନିର୍ଦ୍ଧାରିତ କି ନାହିଁ, ଖାଇବାରେ ତେଲ ଠିକ ଅଛି ନାହିଁ ସେସବୁ ତନ୍ନ ତନ୍ନ କରି ଯାଞ୍ଚ କରୁଛି ଖାଦ୍ୟ ନିରାପତ୍ତା ସୁରକ୍ଷା ଅଧିକାରୀ ।

ଏହାମଧ୍ୟ ପଢନ୍ତୁ... ଲୋକଙ୍କ ଜୀବନ ସହ ଖେଳ; ରାଜଧାନୀରେ ନକଲି ସସ୍ କାରଖାନା, ଜବତ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ଼ - DUPLICATE SAUCE FACTORY IN BBSR

ଏନେଇ ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶକ୍ତି ପ୍ରସାଦ ମିଶ୍ର କହିଛନ୍ତି,"ଭୁବନେଶ୍ୱରରୁ ନକଲି କାରଖାନା ଠାବ ପରେ ସମସ୍ତ ଜିଲ୍ଲାର ଖାଦ୍ୟ ସୁରକ୍ଷା ନିରାପତ୍ତା ଅଧିକାରୀଙ୍କୁ ସେମାନଙ୍କ ଅଞ୍ଚଳ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛିି । ଏପରିକି ଇଣ୍ଟେଲିଜେନସ ଆଧାରରେ ସେଭଳି ଅପମିଶ୍ରିତ ପ୍ରସ୍ତୁତ କରୁଥିବା ସଂସ୍ଥା ଉପରେ କାର୍ଯାନୁଷ୍ଠାନ ନେବାକୁ କୁହାଯାଇଛି । କେବଳ କାରାଖାନା ନୁହେଁ ବିଭିନ୍ନ ହୋଟେଲ, ରେସ୍ତୋରାଁ ଗୁଡିକରେ ମଧ୍ୟ ଯାଞ୍ଚ କରାଯାଉଛି ।

ଶରୀର ପାଇଁ ମାରାତ୍ମକ ନକଲି ଖାଦ୍ୟ ସାମଗ୍ରୀ: ନକଲି ଖାଦ୍ୟ ଖାଇବା ଦ୍ବାରା ଶରୀର ଉପରେ ଏହାର କୁପ୍ରଭାବ ପଡିଥାଏ । ପ୍ରତିଦିନ ଏଭଳି ଖାଦ୍ୟ ଖାଇବା ଦ୍ୱାରା ଏହାର ପ୍ରଭାବ ଲିଭର ଉପରେ ପଡିଥାଏ । ଏହାଦ୍ବାରା ମେଟାବୋଲିଜିମ ବୃଦ୍ଧି ହେବା ସହ କ୍ୟାନ୍ସର ଭଳି ରୋଗ ଦେଖାଯାଇପାରେ । ଏନେଇ ଡାକ୍ତର କହିଛନ୍ତି, 'ବଜାରରେ ମିଳୁଥିବା ନକଲି ଜିନିଷ ଯେଉଁ ବଜାରରେ ମିଳୁଛି ଆମ ସମସ୍ତଙ୍କର ଦାୟିତ୍ବ ସେ ନକଲି ଜିନିଷ ବନ୍ଦ‌କରିବା । ଆମ ସମସ୍ତ ସହ ସରକାରଙ୍କର ମଧ୍ୟ ଏହା ଗୁରୁ ଦାୟିତ୍ବ । ଯଦି ଆମେ ଏ ଜିନିଷକୁ ଖାଇବା ଏହା ଦ୍ବାରା ଲିଭର ସମସ୍ୟା ସହ କ୍ୟାନ୍ସର ସୃଷ୍ଟି ହେବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.