ETV Bharat / sports

ଅଳ୍ପକେ ହାତରୁ ଖସିଗଲା ମେଡାଲ; 4ର୍ଥ ସ୍ଥାନରେ ଅର୍ଜୁନ ବାବୁତାଙ୍କ ଅଭିଯାନ ଶେଷ - Paris Olympics 2024

author img

By ETV Bharat Sports Team

Published : Jul 29, 2024, 4:11 PM IST

Updated : Jul 29, 2024, 5:14 PM IST

Paris Olympics 2024 Shooting: ପୁରଷ 10 ମିଟର ଏୟାର ରାଇଫଲ ବ୍ୟକ୍ତିଗତ ଇଭେଣ୍ଟରେ ଚୁରମାର ହୋଇଗଲା ମେଡାଲ ଆଶା । ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିବା ଅର୍ଜୁନ 4ର୍ଥ ସ୍ଥାନରେ ରହି ନିଜ ବ୍ୟକ୍ତିଗତ ଅଭିଯାନ ଶେଷ କରିଛନ୍ତି । ଅଧିକ ପଢ଼ନ୍ତୁ

Paris Olympics 2024 Shooting
Paris Olympics 2024 Shooting (AFP Photos)

ପ୍ୟାରିସ (ଫ୍ରାନ୍ସ): ଅଳ୍ପକେ ହାତରୁ ଖସିଗଲା ଆଉ ଏକ ମେଡାଲ । ପୁରଷ 10 ମିଟର ଏୟାର ରାଇଫଲ ବ୍ୟକ୍ତିଗତ ଇଭେଣ୍ଟରେ ଦମଦାର ପ୍ରଦର୍ଶନ ସତ୍ତ୍ବେ ହାର ମାନିଲେ ଭାରତୀୟ ଷ୍ଟାର ଶୁଟର ଅର୍ଜୁନ ବାବୁତା । ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିବା ଅର୍ଜୁନ 4ର୍ଥ ସ୍ଥାନରେ ରହି ନିଜ ବ୍ୟକ୍ତିଗତ ଅଭିଯାନ ଶେଷ କରିଛନ୍ତି ।

ଅଳ୍ପକେ ହାତରୁ ଖସିଗଲା ମେଡାଲ:-

ମନୁ ଭାକର ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିବାର ଗୋଟିଏ ଦିନ ପରେ ସୋମବାର ପ୍ୟାରିସ ଅଲିମ୍ପିକ୍‌ ଗେମ୍ସରେ ଶୁଟିଂ ଇଭେଣ୍ଟରେ ଭାରତୀୟ ଷ୍ଟାର ଶୁଟର ଅର୍ଜୁନ ବାବୁତା ଭାରତ ପାଇଁ ଦ୍ବିତୀୟ ପଦକ ଜିତିବାର ସୁଯୋଗ ପାଇଥିଲେ । କିନ୍ତୁ ଅର୍ଜୁନ ଖୁବ ସଂକୀର୍ଣ୍ଣ ବ୍ୟବଧାନରେ ହାତରୁ ପଦକ ହରାଇଛନ୍ତି । 10 ମିଟର ଏୟାର ରାଇଫଲ ବ୍ୟକ୍ତିଗତ ବର୍ଗ ଫାଇନାଲରେ ସେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି ।

17ତମ ସଟ୍‌ ଭାଙ୍ଗିଦେଲା ଆଶା:-

ପ୍ରଥମ 16ଟି ସଟ୍‌ରେ ଅର୍ଜୁନ ଦ୍ବିତୀୟ ସ୍ଥାନ ବଜାୟ ରଖିଥିଲେ ଏବଂ ରୌପ୍ୟ ପଦକ ରେସ୍‌ରେ ଦୃଢ଼ ଦାବିଦାର ଥିଲେ । ହେଲେ ତାଙ୍କର 17 ତମ ପ୍ରୟାସ (10.1) ଟିକିଏ ଖରାପ ସଟ୍‌ ତାଙ୍କୁ ଚତୁର୍ଥ ସ୍ଥାନକୁ ଠେଲିଦେଲା ।

ଅର୍ଜୁନ 20ତମ ପ୍ରୟାସରେ କ୍ରୋଏସିଆର ମେରିସିକ୍ ମିରାନଙ୍କ ସହ ବରାବର ସ୍ଥିତିକୁ ଆସିବା ପାଇଁ 10.9ର ଏକ ଗୁରୁତ୍ବପୂର୍ଣ୍ଣ ଷ୍ଟ୍ରାଇକ୍ ଆବଶ୍ୟକ କରିଥିଲେ । କିନ୍ତୁ ସେ କେବଳ 9.5 ସ୍କୋର କରିବାରେ ସଫଳ ହୋଇଥିଲେ । ଯାହା ଇଭେଣ୍ଟରେ ତାଙ୍କର ଶେଷ ସଟ୍ ରହିଥିଲା । ଅର୍ଜୁନ ମୋଟ 208.4 ପଏଣ୍ଟ ହାସଲ କରିଥିବାବେଳେ ତୃତୀୟ ସ୍ଥାନରେ ଥିବା କ୍ରୋଏସିଆ ସୁଟର 209.8 ପଏଣ୍ଟ ହାସଲ କରି ପଦକ ଦୌଡ଼ରୁ 1.4 ପଏଣ୍ଟ ପଛରେ ପଡ଼ିଥିଲେ ।

ମିଶ୍ରିତ ବର୍ଗରେ ବି ନିରାଶ କରିଥିଲେ ଅର୍ଜୁନ:-

2022 ମସିହାରେ ଚାଙ୍ଗୱନ୍ ବିଶ୍ୱକପ୍‌ରେ ଦୁଇଥର ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଷ୍ଟାର ଶୁଟର ଅର୍ଜୁନ ବାବୁତା ପ୍ୟାରିସ୍‌ରେ ନିଜର ଡେବ୍ୟୁ ଅଲିମ୍ପିକ୍ସରେ ଖେଳିଛନ୍ତି । ଏଥିରେ ସେ ରମିତା ଜିନ୍ଦଲଙ୍କ ସହ 10 ମିଟର ଏୟାର ରାଇଫଲ ମିଶ୍ରିତ ବର୍ଗ ଇଭେଣ୍ଟରେ ମଧ୍ୟ ଭାଗ ନେଇଥିଲେ । ହେଲେ ଏହି ଇଭେଣ୍ଟରେ ଭାରତ ଷଷ୍ଠ ସ୍ଥାନରେ ରହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଚୁରମାର ହୋଇଗଲା ପଦକ ଆଶା; ଫାଇନାଲ୍‌ରେ ହାରିଗଲେ ରମିତା ଜିନ୍ଦଲ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 29, 2024, 5:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.