ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ଭିତରେ ଆଜି ଭାରତ ପକ୍ଷରୁ ଆଣ୍ଟିସିପ୍ ଭର୍ସନ ବ୍ରହ୍ମୋସ ମିସାଇଲର ପରୀକ୍ଷଣ କରାଯାଇଛି । ଆଣ୍ଡମାନ ଓ ନିକୋବର ଦ୍ବୀପପୁଞ୍ଜରେ ମଙ୍ଗଳବାର ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ ମିସାଇଲର ଆଣ୍ଟିସିପ୍ ଭର୍ସନର ପରୀକ୍ଷଣ ହୋଇଛି ।
ଏହି ପରୀକ୍ଷଣ ଭାରତୀୟ ନୌସେନା ଦ୍ବାରା କରାଯାଉଥିବା ପରୀକ୍ଷଣର ଅଂଶ ଅଟେ ବୋଲି ସୂଚନା ମିଳିଛି । ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ ଡିଆରଡିଓ(ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ) ଦ୍ବାରା ବିକଶିତ କରାଯାଇଛି ।