ETV Bharat / bharat

ଲୋକସଭାରେ ରାହୁଲଙ୍କ ବୟାନକୁ ନେଇ ହଙ୍ଗାମା, କହିଲେ ଆପଣ ହିନ୍ଦୁ ହିଁ ନୁହନ୍ତି - Ruckus in Lok Sabha

author img

By ETV Bharat Odisha Team

Published : Jul 1, 2024, 7:27 PM IST

RUCKUS IN LOK SABHA: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଗୃହରେ ହଙ୍ଗାମା । ମହାଦେବ, ଗୁରୁ ନାନକଙ୍କ ଫଟୋଚିତ୍ର ଦେଖାଇ ଶାସକ ଦଳକୁ ଟାର୍ଗେଟ । ଖୋଦ ପ୍ରଧାନମନ୍ତ୍ରୀ ମୋଦି କଲେ କଡ଼ା ବିରୋଧ । ଅଧିକ ପଢନ୍ତୁ

RUCKUS IN LOK SABHA
RUCKUS IN LOK SABHA (ANI)

ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଗୃହରେ ହଙ୍ଗାମା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାହୁଲଙ୍କ ମଧ୍ୟରେ ହେଲା କଥା କଟାକଟି । ଶାସକ ଦଳର ସାଂସଦମାନେ ରାହୁଲଙ୍କ ବୟାନକୁ ନେଇ ତୀବ୍ର ବିରୋଧ କରିଥିଲେ । ଅଷ୍ଟାଦଶ ଲୋକସଭା ଅଧିବେଶନର ଆଜି ଷଷ୍ଠ ଦିନରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ରାହୁଲ ନିଜ ଅଭିଭାଷଣ ରଖିବା ସମୟରେ ମହାଦେବ, ଗୁରୁ ନାନକ ଓ ପ୍ରଫେଟ ମହମ୍ମଦଙ୍କ ଛବି ପ୍ରଦର୍ଶିତ କରିଥିଲେ । ଲୋକସଭା ବାଚସ୍ପତି ଓମ ବିର୍ଲା ଏହାକୁ ଅନୁମତି ଦେଇନଥିଲେ ସୁଦ୍ଧା ରାହୁଲ ନିଜର ଅଭିଭାଷଣ ରଖିଥିଲେ ।

ରାହୁଲ ଭାଷଣ ଦେବା ସମୟରେ କହିଥିଲେ, "ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି ସେମାନେ ଗତ ଏକ ଦଶନ୍ଧି ଧରି ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି । ନିଜକୁ ହିନ୍ଦୁ କହୁଥିବା ଲୋକେ କେବଳ ହିଂସା, ଘୃଣା ଓ ଅସତ୍ୟର କଥା କୁହନ୍ତି । ସେମାନେ କେବେ ହେଲେ ହିନ୍ଦୁ ହୋଇପାରିବେ ନାହିଁ ।" ଏହି ସମୟରେ ସେ ନିର୍ଦ୍ଦିଷ୍ଟ ଧର୍ମର ଆରାଧ୍ୟ ଦେବତାଙ୍କ ଫଟୋଚିତ୍ର ପ୍ରଦର୍ଶିତ କରିଥିଲେ । ରାହୁଲ ଏଭଳି ମନ୍ତବ୍ୟ ରଖିବା ପରେ ଅଧିକାଂଶ ବିଜେପି ସାଂସଦ ଏହାକୁ ବିରୋଧ କରିବା ସହ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସ୍ଥାନରୁ ଉଠି ରାହୁଲଙ୍କୁ ବିରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ହସ୍ତକ୍ଷେପ:- ପିଏମ ମୋଦି କହିଥିଲେ ଯେ ରାହୁଲ ସମ୍ପୂର୍ଣ୍ଣ ହିନ୍ଦୁ ସମ୍ପ୍ରଦାୟକୁ ହିଂସା ସୃଷ୍ଟିକାରୀ କହିବା ସଙ୍ଗୀନ ପ୍ରସଙ୍ଗ । ଏହାର ପ୍ରତି ଉତ୍ତର ରଖି ରାହୁଲ କହିଥିଲେ ଯେ ସେ ହିନ୍ଦୁମାନଙ୍କୁ କହୁନାହାନ୍ତି । ବିଜେପି, ଆରଏସଏସ ଓ ମୋଦି ସମ୍ପୂର୍ଣ୍ଣ ହିନ୍ଦୁ ସମ୍ପ୍ରଦାୟକୁ ପ୍ରତିନିଧିତ୍ବ କରନ୍ତି ନାହିଁ ।

ଜବାବ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ:- ଏହି ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାହୁଲଙ୍କ ଏଭଳି ମନ୍ତବ୍ୟ ଉପରେ କଡ଼ା ଜବାବ ଦେଇଥିଲେ । ସେ କହିଥିଲେ ଯେ କୋଟି କୋଟି ଲୋକ ହିନ୍ଦୁ ବୋଲି ଗର୍ବ କରନ୍ତି । ରାହୁଲ ଗାନ୍ଧୀ କଣ ଭାବୁଛନ୍ତି ସେମାନେ ସମସ୍ତେ ହିଂସା ସୃଷ୍ଟିକାରୀ । ରାହୁଲ ଗାନ୍ଧୀ ନିଜର ଏପରି ମନ୍ତବ୍ୟ ନେଇ କ୍ଷମା ପ୍ରାର୍ଥନା କରିବା ଉଚିତ ।

ରାହୁଲଙ୍କ ଅଗ୍ନିବୀର ଯୋଜନା ମନ୍ତବ୍ୟକୁ ଆପତ୍ତି:- ରାହୁଲ ଅଗ୍ନିବୀର ଯୋଜନା ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ ଏହି ଯୋଜନା ମୁତାବକ ଅଗ୍ନିବୀରମାନଙ୍କୁ ନା ଶହୀଦ ଘୋଷଣା କରାଗଲା ନା ପେନସନ ମିଳିଲା । ଏହି ମନ୍ତବ୍ୟ ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆପତ୍ତି ଉଠାଇଥିଲେ । ସେ କହିଥିଲେ ଯେ ବିରୋଧୀ ଗୃହକୁ ଭ୍ରମିତ କରିବାକୁ ଯାଉଛନ୍ତି । ଯୁଦ୍ଧରେ ଶହୀଦ ହୋଇଥିବା ଅଗ୍ନିବୀରଙ୍କୁ 1 କୋଟି କ୍ଷତିପୂରଣ ଭାବେ ପ୍ରଦାନ କରାଯାଉଛି ।

କଣ କହିଲେ ନିଶିକାନ୍ତ ଦୁବେ ?

ଏହା ପରେ କଂଗ୍ରେସ ସାଂସଦ ରାହୁଲ ବେରୋଜଗାର, ବିମୁଦ୍ରୀକରଣ ଏବଂ ଜିଏସଟି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ ସରକାର ବିମୁଦ୍ରୀକରଣ ଏବଂ ଜିଏସଟି ଲାଗୁ କରିଛନ୍ତି । ଏଭଳି ବ୍ୟବସ୍ଥା ଜାରି ରହିଲେ ରୋଜଗାର ସୃଷ୍ଟି ହୋଇପାରିବ ନାହିଁ । ଆଦାନୀ ଏବଂ ଅମ୍ବାନୀ ପରି ଲୋକଙ୍କ ପାଇଁ ଏଗୁଡିକ ଅଣାଯାଇଥିଲା । ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହାକୁ ନେଇ ଆପତ୍ତି ଉଠାଇ କହିଥିଲେ ଯେ ଆପଣଙ୍କ ମୁତାବକ ଯଦି କୌଣସି ସଦସ୍ୟ ନିଜର ମତ ପ୍ରକାଶ କରିବାକୁ ଚାହାଁନ୍ତି ତେବେ ତାଙ୍କୁ ତାଙ୍କୁ ପ୍ରମାଣ ଦେବାକୁ ପଡ଼ିବ ନଚେତ କ୍ଷମା ମାଗିବାକୁ ପଡିବ ।

MSP ପ୍ରସଙ୍ଗ ନେଇ ଶିବରାଜ ସିଂଙ୍କ ଜବାବ:- ରାହୁଲ ଗାନ୍ଧୀ ଚାଷୀ ଓ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ପ୍ରସଙ୍ଗ ଉଠାଇବା ପରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଏହାର ଜବାବ ଦେଇଥିଲେ । ଶିବରାଜ କହିଥିଲେ ଯେ ବିରୋଧୀ ଦଳ ନେତା ଭୁଲ ତଥ୍ୟ ଆଧାରରେ ବୟାନବାଜି କରୁଛନ୍ତି । ସରକାର ଉତ୍ପାଦନ ମୂଲ୍ୟରେ ଅତି କମରେ 50 ପ୍ରତିଶତ ଏମସିପି ଦେଉଛନ୍ତି ।

ଏହା ବି ପଢନ୍ତୁ- ‘ଏମରଜେନ୍ସି ସମ୍ବିଧାନ ଉପରେ ସିଧା ଆକ୍ରମଣର ଏକ କଳା ଅଧ୍ୟାୟ’: ସଂସଦର ମିଳିତ ଅଧିବେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.