ETV Bharat / bharat

ଧୋକାର ଅଜବ ସଜ୍ଜା; ପ୍ରେମିକର ଗୁପ୍ତାଙ୍ଗ କାଟିଲା ଡାକ୍ତର ପ୍ରେମିକା - Doctor Cuts Genitals Of Her Beau

author img

By ETV Bharat Odisha Team

Published : Jul 1, 2024, 8:59 PM IST

DOCTOR CUTS GENITALS OF HER BEAU: ପ୍ରେମ, ପ୍ରତାରଣା ଓ ଧୋକାର ଭୟଙ୍କର କାହାଣୀ । କାଉନସିଲର ପ୍ରେମିକ ଧୋକା ଦେବା ପରେ ଗୁପ୍ତାଙ୍ଗ କାଟିଲା ଡାକ୍ତର ପ୍ରେମିକା । ଅଧିକ ପଢନ୍ତୁ

DOCTOR CUTS GENITALS OF HER BEAU
DOCTOR CUTS GENITALS OF HER BEAU (ETV Bharat Odisha)

ପାଟନା: ଦିନେ ପରସ୍ପର ପ୍ରତି ଥିଲା ଅତୁଟ ଭଲ ପାଇବା । ଜଣକୁ କଷ୍ଟ ହେଉଥିଲେ ଅନ୍ୟ ଜଣେ ଆଃ ପଦେ କହୁଥିଲା । ହେଲେ ସେହି ପ୍ରେମ କାହାଣୀର ଆଜି ଭୟାବହ ରୂପ ନେଇଥିବା ଦେଖିବାକୁ ମିଳିଛି । ଡାକ୍ତର ପ୍ରେମିକା ଓ କାଉନସଲିର ପ୍ରେମିକ ମଧ୍ୟରେ ଥିବା ମିଠା ସମ୍ପର୍କରେ ତିକ୍ତତା ଆସିବା ପରେ ଯୁବତୀ ଜଣକ ସଜ୍ଜା ଦେବା ଲାଗି ଅପରାଧିକ ରାସ୍ତା ବାଛିଛି । ଧୋକାକୁ ସହ୍ୟ କରିନପାରି ଯୁବତୀ ଜଣକ ପ୍ରେମିକର ଗୁପ୍ତାଙ୍ଗ କାଟିବା ଭଳି ଘଟଣା ସାମ୍ନାକୁ ଆସିଛି । ବିହାର ସରନ ଜିଲ୍ଲା ମଢୌର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ପୋଲିସ ହେପାଜତରେ ଯୁବତୀ:- ବିହାର ହାଜିପୁରର 25 ବର୍ଷୀୟ ଡାକ୍ତରୀ ପ୍ରେମିକା ଏବେ ପୋଲିସ ହେପାଜତରେ ଅଛନ୍ତି । ମହିଳା ଡାକ୍ତରଙ୍କ କହିବାନୁସାରେ, "ପ୍ରେମିକ ପାଇଁ ମୁଁ ଘରଦ୍ବାର ଛାଡିଲି । କିନ୍ତୁ ସେ ମୋର ହେବାକୁ ଚାହିଁଲେ ନାହିଁ ।" ପୋଲିସ ଅଭିଯୁକ୍ତ ଯୁବତୀଙ୍କୁ ହେପାଜତକୁ ନେଇଛି । ଏହି ମାମଲା ମଢୌରା ଥାନାରେ ରୁଜୁ ହୋଇଥିବା ବେଳେ ପୋଲିସ ଯୁବତୀଙ୍କୁ ପଚରାଉଚରା କରୁଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।

ଗୁରୁତର ଅବସ୍ଥାରେ ଯୁବକ:- ପୋଲିସ ଖବର ପାଇ ପହଞ୍ଚିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ କାଉନସିଲରଙ୍କୁ ଉଦ୍ଧାର କରିଛି । ପ୍ରଥମେ ପୋଲିସ ଯୁବକଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ପରବର୍ତ୍ତୀ ସମୟରେ ଛପରା ରେଫର କରାଯାଇଥିଲା । ଛପରାରେ ଡାକ୍ତର ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ତାଙ୍କୁ ପିଏମସିଏଚ ରେଫର କରାଯାଇଛି ।

କଣ ପୁରା ଘଟଣା ?

ମିଳିଥିବା ସୂଚନା ଅନୁସାରେ, ବୃତ୍ତିରେ ଯୁବତୀ ଜଣକ ଡାକ୍ତର ଥିବା ବେଳେ ଯୁବକ ଜଣକ ଜଣେ କାଉନସିଲର । ଉଭୟ ପରସ୍ପରର ପ୍ରେମରେ ପଡ଼ିଥିଲେ । ସାତ ଜନ୍ମର ସାଥୀ ହେବାକୁ ସ୍ବପ୍ନ ମଧ୍ୟ ଦେଖିଥିଲେ । କିନ୍ତୁ ଯୁବକଙ୍କ ନିଷ୍ପତ୍ତି ସମୟ କ୍ରମେ ବଦଳିବାରେ ଲାଗିଲା । ଯାହାକି 25 ବର୍ଷୀୟ ଡାକ୍ତରୀ ପ୍ରେମିକାକୁ ବେଶ ଆଘାତ ଦେଇଥିଲା । ଯୁବତୀ ଜଣକ ବାରମ୍ବାର ବିବାହ ପାଇଁ କହୁଥିବା ବେଳେ ଯୁବକ ଜଣକ ଏହାକୁ ଏଡ଼ାଇ ଦେଉଥିଲେ । ଯାହାକୁ ନେଇ ଉଭଯଙ୍କ ମଧ୍ୟରେ ବଚସା ମଧ୍ୟ ହେଉଥିଲା । ଜୁଲାଇ ପହିଲାରେ ଉଭୟ ରେଜିଷ୍ଟର ମ୍ୟାରେଜ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଜି ପୂର୍ବ ଯୋଜନା ମୁତାବକ ଉଭୟ ପରସ୍ପରକୁ ଭେଟିଥିଲେ । ମାତ୍ର ଯୁବକ ଜଣକ ବିବାହ ପାଇଁ ପୁଣି ମନା କରିଥିଲେ । ଏହାପରେ ଯୁବତୀ ଜଣକ ପ୍ରେମିକର ଗୁପ୍ତାଙ୍ଗ କାଟିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ଝିଅକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବାପା ଗିରଫ, ହାଜତରେ କାଟିଲା ଗୁପ୍ତାଙ୍ଗ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.