ETV Bharat / bharat

ନର୍ମଦା ବଚାଓ ଆନ୍ଦୋଳନର କାର୍ଯ୍ୟକର୍ତ୍ତା ମେଧା ପାଟକରଙ୍କୁ 5 ମାସ ଜେଲ୍‌, ଭରିବେ 10ଲକ୍ଷ ଜୋରିମାନା - Medha Patkar Sentenced To Jail

author img

By ETV Bharat Odisha Team

Published : Jul 1, 2024, 5:46 PM IST

Updated : Jul 1, 2024, 6:25 PM IST

MEDHA PATKAR SENTENCED TO JAIL: ନର୍ମଦା ବଚାଓ ଆନ୍ଦୋଳନର କାର୍ଯ୍ୟକର୍ତ୍ତା ମେଧା ପାଟକରଙ୍କୁ 5ମାସ ଜେଲ୍‌ ଦଣ୍ଡ ଶୁଣାଇଲେ କୋର୍ଟ । ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକସେନାଙ୍କୁ 10 ଲକ୍ଷ ଟଙ୍କା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ । ଜାଣନ୍ତୁ କଣ ପୁରା ମାମଲା

MEDHA PATKAR
MEDHA PATKAR (ETV BHARAT)

ନୂଆଦିଲ୍ଲୀ: 5 ମାସ ଜେଲ ଦଣ୍ଡ ଭୋଗିବେ ସାମାଜିକ କର୍ମୀ ତଥା ନର୍ମଦା ବଚାଓ ଆନ୍ଦୋଳନର କାର୍ଯ୍ୟକର୍ତ୍ତା ମେଧା ପାଟକର । ତତ୍କାଳୀନ କେଭିଆଇସି ଅଧ୍ୟକ୍ଷ ତଥା ଦିଲ୍ଲୀର ବର୍ତ୍ତମାନର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକସେନାଙ୍କ ତରଫରୁ ମେଧାଙ୍କ ବିରୋଧରେ ମାନହାନି ମକଦ୍ଦମାର ଶୁଣାଣି କରି ଦିଲ୍ଲୀ ସାକେତ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି । ଲେଫ୍ଟନାଣ୍ଟ ରାଜ୍ୟପାଳଙ୍କ ପିଟିଶନରେ ମେଧାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହାସହ ଭିକେ ସକସେନାଙ୍କୁ 10ଲକ୍ଷ ଟଙ୍କା ଜୋରିମାନା ଆକାରରେ ଦେବା ଲାଗି କୋର୍ଟ ମେଧାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

MEDHA PATKAR SENTENCED TO JAIL
MEDHA PATKAR SENTENCED TO JAIL (ETV Bharat Odisha)

ଏହାପୂର୍ବରୁ ଜୁନ 7ରେ କୋର୍ଟ ଦଣ୍ଡାଦେଶ ଅବଧି ଉପରେ ରାୟକୁ ସଂରକ୍ଷିତ ରଖିଥିଲେ । ମେ 30 ତାରିଖରେ ଅଭିଯୋଗକାରୀ ଭି.କେ ସକ୍ସେନାଙ୍କ ଆଇନଜୀବୀ ମେଧା ପାଟକରଙ୍କୁ ସର୍ବାଧିକ ଦଣ୍ଡ ଦେବା ଲାଗି କୋର୍ଟଙ୍କ ନିକଟରେ ଦାବି କରିଥିଲେ । ଭାରତୀୟ ଦଣ୍ଡ ସଂହିତାରେ ଅପରାଧ ମାନହାନି ମାମଲାରେ ସର୍ବାଧିକ 2 ବର୍ଷ ଜେଲ ଦଣ୍ଡ ଭୋଗିବାକୁ ନିୟମ ରହିଛି । ମେ 24ରେ ସାକେତ କୋର୍ଟ ମେଧା ପାଟକରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଭାରତୀୟ ପେନାଲ କୋଡର ଧାରା 500 ଅନୁଯାୟୀ କୋର୍ଟ ମେଧା ପାଟକରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । କୋର୍ଟ ରାୟ ଶୁଣାଇବା ସମୟରେ କହିଥିଲେ ଯେ ମେଧା ପାଟକର ଭି.କେ ସକ୍ସେନାଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବା ଲାଗି ମିଥ୍ୟା ସୂଚନା ସହିତ ଏହି ଆରୋପ ଲଗାଇଥିଲେ ।

2000 ମସିହାରେ ଘଟିଥିଲା ଘଟଣା:-

25 ନଭେମ୍ବର 2000 ମସିହାରେ ମେଧା ପାଟକର ଇଂରାଜୀ ଭାଷାରେ ଏକ ବୟାନବାଜି କରିଥିଲେ । ଯେଉଁଥିରେ ସେ ତତ୍କାଳୀନ (କେଭିଆଇସି) ଅଧ୍ୟକ୍ଷ ଭି.କେ ସକ୍ସେନାଙ୍କୁ 'କାପୁରୁଷ' ବୋଲି କହିଥିଲେ । ମେଧା କହିଥିଲେ ଯେ ସକ୍ସେନା ଗୁଜୁରାଟର ଲୋକ ଓ ସେମାନଙ୍କ ସମ୍ପତ୍ତିକୁ ବନ୍ଧକ ରଖନ୍ତି । ଯାହାକି ସକ୍ସେନାଙ୍କ ସଚ୍ଚୋଟତା ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ମେଧା ପାଟକର କୋର୍ଟରେ ପ୍ରତିରକ୍ଷା ପାଇଁ କହିଥିଲେ ଯେ ଭି.କେ ସକ୍ସେନା 2000 ମସିହାରୁ ମିଥ୍ୟା ଏବଂ ବଦନାମ ବିବୃତ୍ତି ଜାରି କରୁଛନ୍ତି । 2002ରେ ସକ୍ସେନା ତାଙ୍କୁ ଶାରୀରିକ ଭାବେ ଆକ୍ରମଣ କରିଥିଲେ ଏହା ପରେ ମେଧା ଅହମ୍ମଦାବାଦରେ ଏଫଆଇଆର କରିଥିଲେ । ମେଧା କୋର୍ଟରେ ଆହୁରି କହିଥିଲେ ଯେ ଭି.କେ ସକ୍ସେନା କର୍ପୋରେଟ୍ ସ୍ବାର୍ଥ ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ସେ ସର୍ଦ୍ଦାର ସରୋବର ପ୍ରକଳ୍ପକୁ ବିରୋଧ କରୁଥିବା ଲୋକଙ୍କ ଦାବିର ବିରୋଧରେ ଥିଲେ ।

2001ରେ ମାମଲା ରୁଜୁ:

ମେଧା ପାଟକରଙ୍କ ବିରୋଧରେ ଭି.କେ ସକ୍ସେନା ମାନହାନି ମକଦ୍ଦମା ଆଣିଥିଲେ । 2001ରେ ଅହମ୍ମଦାବାଦ କୋର୍ଟରେ ଏହି ମାମଲା ରୁଜୁ ହୋଇଥିଲା । ଗୁଜୁରାଟ ଟ୍ରାଏଲ କୋର୍ଟରେ ଏହି ମାମଲା ଚାଲିଥିଲା । ପରବର୍ତ୍ତୀ ସମୟରେ 2003ରେ ସୁପ୍ରିମକୋର୍ଟ ଏହି ମାମଲାକୁ ଗୁଜୁରାଟରୁ ଦିଲ୍ଲୀ ସାକେତ କୋର୍ଟକୁ ଟ୍ରାନ୍ସଫର କରିଥିଲେ । ମେଧା 2011ରେ ନିଜକୁ ନିର୍ଦ୍ଦୋଷ ଦର୍ଶାଇ ଟ୍ରାଏଲ କୋର୍ଟର ସାମ୍ନା କରିବାକୁ ପ୍ରସ୍ତୁତ ଥିବା କହିଥିଲେ ।

ଏହା ବି ପଢନ୍ତୁ- ସାମାଜିକ କର୍ମୀ ମେଧା ପାଟକର ନାମରେ ମାମଲା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 1, 2024, 6:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.