ବେଙ୍ଗାଲୁରୁ:ସୁପ୍ରିମକୋର୍ଟରେ ପହଞ୍ଚିଲା ବହୁଚର୍ଚ୍ଚିତ ହିଜାବ ମାମଲା । ଆଜି ପୂର୍ବାହ୍ନରେ ହିଜାବ ବ୍ୟାନ ଉପରେ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିବା ସହ ଏହାକୁ ଶିକ୍ଷାନୁଷ୍ଠାନରେ ଅନୁମତି ଦିଆଯାଇପାରିବ ନାହିଁ ରାୟ ଶୁଣାଇଥିଲେ କର୍ଣ୍ଣାଟକ ହାଇକୋର୍ଟ । ତେବେ ଏହି ରାୟକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଆବେଦନକାରୀ ।
ଆଜି ପୂର୍ବାହ୍ନରେ କର୍ଣ୍ଣାଟକ ଉଚ୍ଚନ୍ୟାୟାଳୟ ଏହି ବହୁଚର୍ଚ୍ଚିତ ମାମଲାର ଚୂଡାନ୍ତ ଶୁଣାଣି କରିଥିଲେ । ସମସ୍ତ ଆବେଦନକୁ ଖାରଜ କରିବା ଏହା (ହିଜାବ) ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି କହିଥିଲେ କୋର୍ଟ । ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ସମସ୍ତ ଛାତ୍ରଛାତ୍ରୀ ବାଧ୍ୟ ବୋଲି ମଧ୍ୟ ରାୟରେ ଉଲ୍ଲେଖ କରିଥିଲେ କୋର୍ଟ ।