ଓଡିଶା

odisha

ନିଜେ ବିଷ ପିଇ, ୪ ବର୍ଷର ପୁଅକୁ ପିଆଇଦେଲା ମା’

By ETV Bharat Odisha Team

Published : Jun 25, 2024, 7:49 PM IST

WOMAN ATTEMPT SUICIDE
WOMAN ATTEMPT SUICIDE (ETV Bharat Odisha)

ରାଇରଙ୍ଗପୁର: ମା’ ସାଜିଲା ଡାହାଣୀ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ନାବରା କଲୋନୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ନାବରା କଲୋନୀ ଗାଁର ଆଲୋକ ବାଘଡାଙ୍କ ସ୍ତ୍ରୀ ସବିତା ରାଉତ ତାଙ୍କ ୪ ବର୍ଷର ଶିଶୁପୁତ୍ର ରାଜେଶ ବାଘଡାକୁ ଆଜି ମଧ୍ୟାହ୍ନରେ ହଠାତ ଘର ଭିତରକୁ ପଶି ଯାଇଥିଲେ। ଭିତର ପଟୁ ତାଲା ମାରି ନିଜେ ବିଷ ପିଇବା ସହିତ ଶିଶୁପୁତ୍ରକୁ ବିଷ ପିଆଇ ଥିଲେ। କିଛି ସମୟ ପରେ ହଠାତ ଶିଶୁପୁତ୍ର ବାହାରକୁ ଆସି ବାନ୍ତି କରିଥିଲା । ବାନ୍ତିରେ ବିଷ ଗନ୍ଧ ଆସିବାରୁ ପିଲାଟି ବିଷ ପିଇଥ‌ିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏହା ସହିତ ସବିତା ମଧ୍ୟ ବିଷ ପିଇଥିବା ଜାଣି ଉଭୟଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଉଭୟ ମା ଏବଂ ପୁତ୍ରଙ୍କ ଅବସ୍ଥା ଗୁରୁତର ଥ‌ିବା ବେଳେ ଉଭୟ ଏବେ ଜୀବନ ମରଣ ସହିତ ସଂଘର୍ଷ କରୁଛନ୍ତି।

ABOUT THE AUTHOR

...view details