ETV Bharat / snippets

ଦଳି ଦେଲା ଦନ୍ତା, ହାତୀ ହାବୁଡ଼ରେ ପଡି ଜଣେ ମୃତ

author img

By ETV Bharat Odisha Team

Published : Jul 1, 2024, 4:13 PM IST

a man died in elephant attack in sundargarh
a man died in elephant attack in sundargarh (ETV Bharat Odisha)

ରାଉରକେଲା: ଦନ୍ତା ଆକ୍ରମଣରେ ଜଣେ ମୃତ । ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳରେ ହାତୀ ତାଣ୍ଡବ । ହାତୀ ଆତଙ୍କରେ ଭୟଭୀତ କୋଇଡା ଫରେଷ୍ଟ୍ ରେଞ୍ଜ ଅଞ୍ଚଳର ସମସ୍ତ ଗ୍ରାମ । ଆଜି (ସୋମବାର) ସକାଳେ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ଜଣେ ୫୫ ବର୍ଷିୟ ବ୍ୟକ୍ତି । ମୃତକ ଜଣକ ହେଲେ କାଲଟା ପଞ୍ଚାୟତ ଝିରପାଣି ଗ୍ରାମର ସାମୁଏଲ ସାଇନ୍ଦ । ସେ ଶୌଚ ହେଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ବନ ବିଭାଗ ଟିମ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ଜଣାପଡ଼ିଛି । କିଛି ଦିନ ହେଲା ଝାଡଖଣ୍ଡୀ ହାତୀପଲ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ କରୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବନ ବିଭାଗ ବର୍ତ୍ତମାନ ହାତୀଟିକୁ ଗାଁ ନିକଟରୁ ଜଙ୍ଗଲକୁ ଘଉଡ଼ାଇ ଦେଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.