ETV Bharat / state

ନଭେମ୍ବରରୁ ବର୍ଦ୍ଧିତ MSPରେ ଧାନ କିଣିବେ ରାଜ୍ୟ ସରକାର, କ୍ୱିଣ୍ଟାଲ ପିଛା ଦେବେ ଅଧିକ 800ଟଙ୍କା - Paddy Procurement

author img

By ETV Bharat Odisha Team

Published : 2 hours ago

Paddy Procurement With Increased MSP: ଚାଷୀଙ୍କ ପାଇଁ ଖୁସି ଖବର ଦେଲେ ରାଜ୍ୟ ସରକାର। ଏଣିକି 8ଶହ ଟଙ୍କା ଅଧିକ ଦେଇ ଚାଷୀଙ୍କଠାରୁ ଧାନ କିଣିବେ ସରକାର। ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ଏହି ପ୍ରକ୍ରିୟା ବିଷୟରେ ଜାଣନ୍ତୁ।

MSP Increased
MSP Increased (ETV Bharat Odisha)

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର। ଚାଷୀଙ୍କୁ କୁଇଣ୍ଟାଲ ପିଛା 8ଶହ ଟଙ୍କା ଅଧିକ ଦେଇ ଧାନ କିଣିବେ ସରକାର। ବିଜେପି ମୁଖପାତ୍ର ସମୀର ଦାସ କହିଛନ୍ତି, "ସୋହେଲାରେ ପୂର୍ବ ସରକାର ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଶହେ ଟଙ୍କା ଲେଖାଏଁ ବୋନସ ଦେବାକୁ ଘୋଷଣା କରିଥିଲେ ହେଲେ ଦେଇନଥିଲେ । ଆମ ସରକାରରେ ସୋହେଲାରୁ ଧାନକିଣା ଆରମ୍ଭ ହେବ, ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କୁଇଣ୍ଟାଲ ପିଛା 8ଶହ ଟଙ୍କା ଅଧିକ ଦେଇ ଧାନ କିଣା ଆରମ୍ଭ କରିବେ। ଏହା ନଭେମ୍ବରରୁ ଆରମ୍ଭ ହେବ। ନଭେମ୍ବର ମାସରୁ ଧାନ କ୍ୱିଣ୍ଟାଲ ପିଛା ୩୧ଶହ ଟଙ୍କା ହେବ। ବିକଶିତ ଭାରତ ପାଇଁ ସମବାୟ ସବୁଠୁ ବଡ଼ କ୍ଷେତ୍ର। ବିକାଶ ପାଇଁ ଆଗକୁ ବଢିବାକୁ ହେଲେ ସମବାୟ ସେକ୍ଟରକୁ ଆଗକୁ ନେବାକୁ ହେବ । ପ୍ରେସମିଟ୍ ଜରିଆରେ କହିଛନ୍ତି ।"

MSP Increased (ETV Bharat Odisha)

ଡିଜିଟାଲାଇଜେସନକୁ ଗୁରୁତ୍ୱ:

ସେ ଆହୁରି କହିଛନ୍ତି, "ରାଜ୍ୟରେ 2 ହଜାର 510 ପାକ୍ସ ଆଉ 210 ଲାମ୍ପସ ଅଛି। ନନ କ୍ୟାଡର ସମ୍ପାଦକ ମାନଙ୍କୁ ନେଇ ପାକ୍ସ ଚାଲିଛି । ସେମାନଙ୍କୁ ବଦଳିର ବ୍ୟବସ୍ଥା ନାହିଁ। ସମବାୟ ସମିତି ଡାଟାବେସ୍ ଓ ଡିଜିଟାଲାଇଜେସନ ହେଉଛି । କେନ୍ଦ୍ର ସରକାର ଗତ 10 ବର୍ଷ ଧରି ସହାୟତା ଦେଉଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାର ନେତୃତ୍ୱ ନେଉଛନ୍ତି । ରାଜ୍ୟରେ 1 ହଜାର 542 ପଞ୍ଚାୟତରେ ନାହିଁ ସମବାୟ । ଆମ ସରକାର ଚାହୁଁଛନ୍ତି ସବୁ ପଞ୍ଚାୟତରେ ସୋସାଇଟି ହେବ ।"

MSP Increased
MSP Increased (ETV Bharat)

ଏହା ବି ପଢନ୍ତୁ...ଚାଷୀଙ୍କ ପାଇଁ ଖୁସି ଖବର, ଧାନ ସହ ୧୪ଟି ଫସଲର MSP ବୃଦ୍ଧି

ଏହା ବି ପଢନ୍ତୁ...ମୋହନ ସରକାରର ପ୍ରଥମ ବଜେଟ; ନିର୍ବାଚନ ବେଳେ କହିଥିଲେ, ‘ଏବେ 40 ହଜାର କୋଟି ଋଣ କରିବ ବିଜେପି ସରକାର’ ! - Govt take loan from open market

ଏହା ବି ପଢନ୍ତୁ...ଖୁସି ଆଣିବ ଡବଲ ଯୋଜନା: ଏକାସହ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନଆରୋଗ୍ୟ ସ୍କିମ, ୧ କୋଟି ପରିବାର ହେବେ ଉପକୃତ

ଏହା ବି ପଢନ୍ତୁ...ରାଜ୍ୟ ବଜେଟ୍: ଫୋକସରେ ଚାଷ, କୃଷି ପାଇଁ ୩୩,୯୧୯ କୋଟି ବ୍ୟୟବରାଦ, ୮୦୦ ଟଙ୍କା ବଢିଲା ଧାନ MSP - Odisha Budget 2024

ଚାଷୀଙ୍କ ଅର୍ଥନୈତିକ ବିକାଶକୁ ଗୁରୁତ୍ୱ:

କେବଳ ଧାନ କିଣା ପାଇଁ ସମବାୟ କାମକୁ ସୀମିତ ରଖାଯିବ ନାହିଁ। ସବୁ କ୍ଷେତ୍ରରେ ଯେମିତି ଆଳୁ ଆଉ ଅନ୍ୟ ଚାଷ ଲାଗି ସହାୟତା ଦେବ ସମିତି । ସୋହେଲାରେ ପୂର୍ବ ସରକାର ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଶହେ ଟଙ୍କା ଲେଖା ବୋନସ ଦେବାକୁ ଘୋଷଣା କରିଥିଲେ ହେଲେ ଦେଇନଥିଲେ । ଆମ ସରକାରରେ ସୋହେଲାରୁ ଧାନ କିଣା ଆରମ୍ଭ ହେବ, ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କୁଇଣ୍ଟାଲ ପିଛା 800 ଶହ ଟଙ୍କା ଅଧିକ ଦେଇ ଧାନ କିଣା ଆରମ୍ଭ କରିବେ। ଏହା ନଭେମ୍ବରରୁ କିଣା ଆରମ୍ଭ ହେବ। ନଭେମ୍ବର ମାସରୁ ଧାନ କ୍ୱିଣ୍ଟାଲ ୩୧ଶହ ଟଙ୍କା। ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ଏମଏସପିଠାରୁ ୮୦୦ ଟଙ୍କା ଅଧିକ ଦେଇ ଧାନ କିଣିବେ ସରକାର । ସମବାୟ ସମିତି ଗୁଡିକରେ ଧାନ ବିକ୍ରି ଲାଗି ଛୋଟ ଚାଷୀ ଓ ନାମ ମାତ୍ର ଚାଷୀଙ୍କ ରେଜିଷ୍ଟେସନ ଆଗ କରାଯିବା କଥା। ବିଗତ ସରକାର ତା ଉପରେ ଗୁରୁତ୍ୱ ଦେଇନାହାନ୍ତି । ଏବେ ଆମ ସରକାର ତାହା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହାଦ୍ୱାରା ଚାଷୀଙ୍କ ଅର୍ଥନୈତିକ ବିକାଶ ହେବ।
ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.