ETV Bharat / international

ଇସ୍ରାଏଲ ଉପରେ ଇରାନର ବଡ ଆକ୍ରମଣ, ଭାରତୀୟ ଦୂତାବାସ ଜାରି କଲା ଆଡଭାଇଜରୀ - Iran attack Israel - IRAN ATTACK ISRAEL

Iran missile attack against Israel: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ । ଇସ୍ରାଏଲକୁ ସିଧା ଟାର୍ଗେଟ କଲା ଇରାନ । 2ଶହରୁ ଅଧିକ କ୍ଷେପଣାସ୍ତ୍ର ମାଡ । କଡା ଜବାବ ଦେବାକୁ ଇସ୍ରାଏଲର ପ୍ରସ୍ତୁତି । ଇସ୍ରାଏଲ ସମର୍ଥନରେ ଆମେରିକାର ସିଧା ହସ୍ତକ୍ଷେପ । ଭାରତୀୟ ନାଗରିକଙ୍କ ପାଇଁ ଜାରି ହେଲା ଆଡଭାଇଜରୀ । ଅଧିକ ପଢନ୍ତୁ

ଇସ୍ରାଏଲରେ ବଡ ଆକ୍ରମଣ କଲା ଇରାନ, ଭାରତୀୟ ଦୂତାବାସ ଜାରି କଲା ଆଡଭାଇଜରୀ
ଇସ୍ରାଏଲରେ ବଡ ଆକ୍ରମଣ କଲା ଇରାନ, ଭାରତୀୟ ଦୂତାବାସ ଜାରି କଲା ଆଡଭାଇଜରୀ (ETV Bharat Odisha)
author img

By ETV Bharat Odisha Team

Published : Oct 2, 2024, 7:34 AM IST

ହାଇଦ୍ରାବାଦ: ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା । ଇସ୍ରାଏଲ ଉପରେ ବଡଧରଣର ଆକ୍ରମଣ କରିଛି ଇରାନ । ଗତକାଲି ରାତିରେ ଏକକାଳୀନ ପ୍ରାୟ 2ଶହରୁ ଅଧିକ କ୍ଷେପଣାସ୍ତ୍ର ମାଡ କରି ଇସ୍ରାଏଲର ଏକାଧିକ ଅଞ୍ଚଳକୁ ଟାର୍ଗେଟ କରିଛି ଇରାନ ସେନା । ଇସ୍ରାଏଲର ବାୟୁ ପ୍ରତିରକ୍ଷା ପ୍ରଣାଳୀ ‘ଆଇରନ୍‌ ଡୋମ୍‌’ କିଛି ଇରାନୀ କ୍ଷେପଣାସ୍ତ୍ରକୁ ମଝି ଆକାଶରେ ଇଣ୍ଟରସେପ୍ଟ କରିଥିଲେ ସୁଦ୍ଧା କିଛି କ୍ଷେପଣାସ୍ତ୍ର ଟାର୍ଗେଟ ହିଟ୍‌ କରିବାରେ ସଫଳ ହୋଇଛି । ଭାରତୀୟ ସମୟ ରାତି ପ୍ରାୟ ସାଢେ 10 ଟାରେ ଏହି ଆକ୍ରମଣ ହୋଇଛି ।

  • ଏକକାଳୀନ 2ଶହ ରକେଟ୍‌ ମାଡ:

ଇସ୍ରାଏଲର ସାମରିକ ପ୍ରତିଷ୍ଠାନ ଓ ସାଧାରଣ ଜନବସତିକୁ ଏଥିରେ ଟାର୍ଗେଟ କରାଯାଇଛି । କେତେକ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବମ୍‌ ସେଲଟର ବା ବୋମା ନିରୋଧୀ ଆଶ୍ରୟସ୍ଥଳୀରେ ଇସ୍ରାଏଲୀ ନାଗରିକଙ୍କୁ ରଖାଯାଇଥିବାର ସୂଚନା ମିଳିଛି । ମୃତାହତ ଓ ଅନ୍ୟ କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନି । ସମଗ୍ର ଇସ୍ରାଏଲରେ ହାଇଆଲର୍ଟ ଜାରି ହୋଇଛି । ପାଲଟା ଜବାବ ଦେବାକୁ ଇସ୍ରାଏଲ ସେନା ପ୍ରସ୍ତୁତ ହେଉଛି । ଇସ୍ରାଏଲ ବିରୋଧରେ ଆତଙ୍କବାଦୀ ସଂଗଠନକୁ ପ୍ରଚ୍ଛଦ ପୃଷ୍ଠପୋଷକତା କରିଆସୁଥିବା ଇରାନ ପ୍ରଥମ ଥର ନିଜ ଦେଶରୁ ସିଧାସଳଖ ଇସ୍ରାଏଲ ଉପରେ ଆକ୍ରମଣ କରିଛି ।

  • ପ୍ରଚଣ୍ଡ ଆକ୍ରମଣ କରିପାରେ ଇସ୍ରାଏଲ

ଏହି ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଖଣ୍ଡଯୁଦ୍ଧ ଏବେ ପୂର୍ଣ୍ଣଯୁଦ୍ଧରେ ପରିଣତ ହେବାକୁ ଯାଉଥିବା ଏକପ୍ରକାର ସ୍ପଷ୍ଟ ହେଉଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ଇରାନ ବଡ ଭୁଲ କରିଛି । ଏହାର ପରିଣାମ ଭୋଗିବାକୁ ପଡିବ । ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) କହିଛି, ଇରାନର ଏକାଧିକ କ୍ଷେପଣାସ୍ତ୍ରକୁ ମଝି ଆକାଶରେ ନଷ୍ଟ କରାଯାଇଛି । ଦକ୍ଷିଣ-ଇସ୍ରାଏଲରେ କିଛି ରକେଟ ମାଡ ହୋଇଛି । ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । କୌଣସି ସମୟରେ, କୌଣସିଠାରେ ଓ କୌଣସି ପ୍ରକାରେ ଆମେ ଏହାର ପ୍ରତିଜବାବ ଦେବୁ । ଅନ୍ୟପଟେ ଆକ୍ରମଣର ପ୍ରତିଜବବାବ ଦେବାକୁ ଇସ୍ରାଏଲ ପ୍ରୟାସ କଲେ ସ୍ଥିତି ଭୟାବହ ହେବ ବୋଲି ଇରାନ ମଧ୍ୟ ଚେତାଇ ଦେଇଛି ।

ଏହା ମଧ୍ୟ ପଢନ୍ତୁ :- ‘ ବିଶ୍ବରେ ଆତଙ୍କବାଦର ସ୍ଥାନ ନାହିଁ ’ ନେତାନ୍ୟାହୁଙ୍କୁ ଫୋନ କଲେ ମୋଦି - Modi speaks to Netanyahu

ଏହା ମଧ୍ୟ ପଢନ୍ତୁ :- ଖୋଜି ଖୋଜି ମାରୁଛି ଇସ୍ରାଏଲ; ସଫିଦ୍ଦିନ ‘ହିଜବୁଲ୍ଲା’ର ନୂଆ ମୁଖ୍ୟ, ନସରଲ୍ଲା ନିପାତ ପଛରେ ଇରାନ ଗୁପ୍ତଚର ! - Israel operation in Lebanon

ଏହା ମଧ୍ୟ ପଢନ୍ତୁ :- ଇସ୍ରାଏଲ ଏୟାରଷ୍ଟ୍ରାଇକରେ ‘ହିଜବୁଲ୍ଲା’ ମୁଖ୍ୟ ମୃତ ! - Hezbollah Chief Killed

  • ଯୁଦ୍ଧରେ ଏଣ୍ଟ୍ରି ମାରିଲା ଆମେରିକା

ଏହି ଆକ୍ରମଣରୁ ଆମେରିକା ଓ ବ୍ରିଟେନ ସମେତ ତମାମ ପଶ୍ଚିମ-ରାଷ୍ଟ୍ର ନିନ୍ଦା କରିଛନ୍ତି । ଆମେରିକା ସିଧା ଯୁଦ୍ଧରେ ପ୍ରବେଶ ମଧ୍ୟ କରିଛି । ଇସ୍ରାଏଲ ଅଭିମୁଖେ କ୍ଷେପଣ କରାଯାଇଥିବା ଇରାନର ଯେକୌଣସି କ୍ଷେପଣାସ୍ତ୍ରକୁ ଟାର୍ଗେଟ କରି ଖସାଇ ଦେବାପାଇଁ ଆମେରିକା ସେନାକୁ ରାଷ୍ଟ୍ରପତି ବାଇଡେନ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟପ୍ରାଚ୍ୟର ଏକାଧିକ ଦେଶରେ ଥିବା ଆମେରିକାର ସାମରିକ ଆଡ୍ଡାକୁ ହାଇଆଲର୍ଟରେ ରଖାଯିବା ସହ କୌଣସି ମିଶନ ପାଇଁ ପ୍ରସ୍ତୁତ ରହିବାକୁ ପେଣ୍ଟାଗନ ପକ୍ଷରୁ ନିର୍ଦ୍ଦେଶ ମିଳିଛି ।

  • ଗାଇଡଲାଇନ ଜାରି କଲା ଭାରତ

ସେପଟେ ସ୍ଥିତିକୁ ଦେଖି ଟେଲଆଭିବରେ ଥିବା ଭାରତୀୟ ଦୂତାବାସ ପ୍ରବାସୀ ଭାରତୀୟଙ୍କ ପାଇଁ 24 ଘଣ୍ଟିଆ ହେଲ୍ପଲାଇନ ନମ୍ବର ଗାଇଡଲାଇନ ଜାରି କରିଛି । ସୁରକ୍ଷିତ ସ୍ଥାନରେ ରହିବା ସହ ଅନାବଶ୍ୟକ ଭାବେ ବାହରକୁ ନବାହାରିବା ଓ ଯାତ୍ରା ନକରିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କୌଣସି ସହାୟତା ପାଇଁ ଭାରତୀୟ ଦୂତାବାସକୁ ଯୋଗାଯୋଗ କରିବା ପାଇଁ କୁହାଯାଇଛି । ସେଠାରେ ଥିବା ଭାରତୀୟ ନିଜ ଠିକଣା ଓ ଅନ୍ୟ ସୂଚନା ସହ ଦୂତାବାସ ସାଇଟରେ ପଞ୍ଜୀକରଣ କରିବାକୁ କୁହାଯାଇଛି । ସେଥିପାଇଁ ଏକ ଲିଙ୍କ୍‌ ‘https://forms.gle/ftp3DEXgJwH8XVRdA’ ପ୍ରଦାନ କରାଯାଇଛି । ଯୋଗାଯୋଗ କରିବା ପାଇଁ ଦୁଇଟି ଟେଲିଫୋନ ନମ୍ବର +972-547520711 ଓ +972-543278392 ଏବଂ ମେଲ୍‌-ଆଇଡି- Email: consi.telaviv@mea.gov.in ମଧ୍ୟ ପ୍ରଦାନ କରିଛି ଭାରତୀୟ ଦୂତାବାସ । ଆମେରିକା ଇସ୍ରାଏଲକୁ ଯୁଦ୍ଧରେ ସହଯୋଗ କରିବା ସହ ସ୍ଥିତି ଅଧିକ ଜଟିଳ ହେଲେ ଇରାନକୁ ସିଧା ଆକ୍ରମଣ ମଧ୍ୟ କରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.