ETV Bharat / snippets

ପୁତୁରାକୁ ଉଦ୍ଧାର କରିବାକୁ ଯାଇ ଦାଦା କୂଅରେ ପଡ଼ି ମୃତ- Uncle and Nephew died

author img

By ETV Bharat Odisha Team

Published : Jun 30, 2024, 10:45 PM IST

Uncle and Nephew died
Uncle and Nephew died (ETV Bharat Odisha)

ଖୋର୍ଦ୍ଧା: କୂଅରେ ପଡିଥିବା ପୁତୁରାକୁ ଉଦ୍ଧାର କରିବାକୁ ଯାଇ ଉଭୟ ଦାଦା ପୁତୁରାଙ୍କ ମୃତ୍ୟୁ । ସୂଚନା ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରାଞ୍ଚଳର 12ନଂ ୱାର୍ଡ ଗୋଡ଼ା ଧର୍ମ ସାଗର ଅଞ୍ଚଳର ନିଖିଳ ନାୟକ ନିଶା ଶକ୍ତ ଅବସ୍ଥାରେ ଆସି ନିଜ ବାଡ଼ିରେ ଥିବା କୂଅରେ ଖସି ପଡ଼ିଥିଲେ । ଏହା ଦେଖି ତାଙ୍କ ଦାଦା ଦୁଲା ନାୟକ ପୁତୁରାକୁ ଉଦ୍ଧାର କରିବା ପାଇ କୂଅରେ ପଶିଥିଲେ । ପୁତୁରାକୁ କୂଅ ଭିତରୁ କାନ୍ଧରେ ପକାଇ ଉପରକୁ ଆଣିବା ସମୟରେ ପୁନର୍ବାର କୂଅ ଭିତରକୁ ଖସି ପଡ଼ିଥିଲେ । ଘଟଣା ସମ୍ପର୍କରେ ପରିବାର ଲୋକ ଜଟଣୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଦାଦା ଓ ପୁତୁରାଙ୍କୁ ଉଦ୍ଧାର କରି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.