ଓଡିଶା

odisha

ଲାଞ୍ଚୁଆ ଅଧିକାରୀଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଲେ ଦୁର୍ନୀତି ନିବାରଣ ଅଦାଲତ

By ETV Bharat Odisha Team

Published : Jul 1, 2024, 7:38 AM IST

Sundargarh Vigilance
Sundargarh Vigilance (ETV Bharat Odisha)

ସୁନ୍ଦରଗଡ଼:ଲାଞ୍ଚୁଆ ଅଧିକାରୀଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଲେ ସୁନ୍ଦରଗଡ ଜିଲ୍ଲାର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ । ଅଭିଯୁକ୍ତ ଜମୁନାଢିପା ଗ୍ରାମର ରବିରତ୍ନ କରିଆଲିଙ୍କୁ ୪ ବର୍ଷ ଜେଲ ଓ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଏକ ବର୍ଷ ଅଧିକ ଜେଲ ଦଣ୍ଡର ରାୟ ଶୁଣାଇଛନ୍ତି । ତେବେ ୨୦୧୫ରେ ରବିରତ୍ନ କରିଆଲ ଲହୁଣୀପଡା ସମରଡିହିରେ ମୃତ୍ତିକା ସଂରକ୍ଷଣ ଓଭରସିଅର ତଥା ପ୍ରକଳ୍ପ କାର୍ଯ୍ୟକାରୀ ଏଜେନ୍ସି ଭାବେ କାର୍ଯ୍ୟ କରୁଥିବା ସମୟରେ ସରଧାପୁର ଦେଓପୋଷ ଗ୍ରାମର ଭୋଲେଶ୍ୱର ମାହାନ୍ତ ଜଳ ଅମଳ ପ୍ରକଳ୍ପରେ ତାଙ୍କ ଜେସିବି ଲଗାଇଥିଲେ। ଜେସିବିର ବକେୟା ବିଲ ପ୍ରଦାନ ପାଇଁ ରବିରତ୍ନ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଭିଜିଲାନ୍ସରେ ଅଭିଯୋଗ ପରେ ତଦନ୍ତ କରାଯାଇ ରବିରତ୍ନଙ୍କୁ ଗିରଫ କରାଯାଇଥିଲା ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details