ETV Bharat / snippets

RDAରେ ଦୁର୍ନୀତି ମାମଲାରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ଶୁଣାଣି, ଅଭିଯୁକ୍ତଙ୍କୁ ଜେଲ

author img

By ETV Bharat Odisha Team

Published : Jul 4, 2024, 6:19 PM IST

RDA Legal Assistant Convicted
RDA Legal Assistant Convicted (ETV Bharat Odisha)

RDA Legal Assistant Convicted ରାଉରକେଲା: ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ବା RDAର ଆଇନ ସହାୟକଙ୍କୁ ଦୁର୍ନୀତି ମାମଲାରେ ଜେଲ ଦଣ୍ଡାଦେଶ ଶୁଣାଇଲେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ନିଜର କ୍ଷମତାର ଅପବ୍ୟବହାର ମାମଲାରେ ବର୍ତ୍ତମାନ ଆଇନ ସହାୟକଙ୍କୁ ଜେଲ ଦଣ୍ଡାଦେଶ ସହ ସରକାରୀ ଚାକିରୀରୁ ନିଲମ୍ବନ କରାଯାଇଛି । ଏହି ମାମଲାରେ ଭିଜିଲାନ୍ସ କୋର୍ଟ କିଛିଦିନ ପୂର୍ବରୁ ୨ ପୂର୍ବତନ କର୍ମଚାରୀଙ୍କ ସମେତ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ବର୍ତ୍ତମାନ ନିଯୁକ୍ତି ପାଇଥିବା ମନୋଜ କୁମାର ଦାଶଙ୍କୁ ମଧ୍ୟ ଦୋଷୀ ପାଇଛନ୍ତି କୋର୍ଟ । ଏହି ମାମଲାରେ ଆରଡିଏ ପୂର୍ବତନ ସମ୍ପାଦକ ମେଡିସେଟି ଶେଷାଦ୍ରି, ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଶିବ ଚରଣ ମହାନ୍ତି ଓ ଅଧିକାରୀ ବର୍ଷା ମାଝୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ମନୋଜଙ୍କୁ ଦୁଇ ବର୍ଷ କାରାଦଣ୍ଡାଦେଶ ସହ ପାଞ୍ଚ ହଜାର ଫାଇନ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.