ETV Bharat / snippets

ରଙ୍ଗବତୀ ଗାୟିକା କ୍ରିଷ୍ଣା ପଟେଲ ଆହତ

author img

By ETV Bharat Odisha Team

Published : Jul 4, 2024, 12:36 PM IST

Etv Bharat
Etv Bharat (ETV Bharat Odisha)

ସମ୍ବଲପୁର: ବିଶିଷ୍ଟ ସମ୍ବଲପୁରୀ କଣ୍ଠଶିଳ୍ପୀ ପଦ୍ମଶ୍ରୀ କ୍ରିଷ୍ଣା ପଟେଲ ଆହତ। ମଙ୍ଗଳବାର ରାତିରେ ଗାଧୁଆଘରେ ଗୋଡ଼ ଖସିଯିବାରୁ ସେ ତଳେ ପଡ଼ି ୟାଇଥିଲେ । ତାଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବା ବେଳେ ପ୍ରଥମେ ତାଙ୍କୁ ସମ୍ବଲପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନା ଯିବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ସେ ସାକ୍ଷୀପଡ଼ାସ୍ଥିତ ତାଙ୍କ ଭାଇଙ୍କ ଘରେ ରହୁଛନ୍ତି । ସୂଚନା ଯୋଗ୍ୟ ଯେ, ଡା କ୍ରିଷ୍ଣା ପଟେଲ "ରଙ୍ଗବତୀ" ଗୀତର ଗାୟିକା ଅଟନ୍ତି l ଇନାରକୋ କମ୍ପାନୀ ରେକର୍ଡ କରିଥିବା ଏହି ଗୀତ ପାଇଁ ଭାରତ ସରକାର କ୍ରିଷ୍ଣା ପଟେଲଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.