ETV Bharat / snippets

ଓଡ଼ିଆ ପୁଅଙ୍କୁ ବଡ଼ ଦାୟିତ୍ବ, ଝାଡଖଣ୍ଡ ହାଇକୋର୍ଟର ହେଲେ ମୁଖ୍ୟ ବିଚାରପତି

author img

By ETV Bharat Odisha Team

Published : Jul 3, 2024, 8:58 PM IST

CJ of jharkhand high court
CJ of jharkhand high court (Odisha HC)

କଟକ: ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଓଡ଼ିଆ ପୁଅ । ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି ଓଡି଼ଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ। ସେ ଓଡି଼ଶା ହାଇକୋର୍ଟରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବରେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ଜାରି କରାଯାଇଛି।

ସୂଚନା ଅନୁସାରେ, ଜଷ୍ଟିସ ଚନ୍ଦ୍ରଶେଖରଙ୍କର ରାଜସ୍ଥାନ ହାଇକୋର୍ଟକୁ ବଦଳି ହୋଇଛି । ଗତ ଡିସେମ୍ବରରେ ଜଷ୍ଟିସ ଚନ୍ଦ୍ରଶେଖର ଝାଡଖଣ୍ଡରୁ ବଦଳି ହେବା ପାଇଁ ନିବେଦନ କରିଥିଲେ । ଯାହା ପରେ ଓଡି଼ଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀଙ୍କ ନାଁ ସୁପାରିଶ କରାଯାଇଥିଲା । ଆଜି କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.