ETV Bharat / snippets

ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ, 20 ଦିନ ଭିତରେ ଗଲାଣି 2 ଗଜରାଜଙ୍କ ଜୀବନ

author img

By ETV Bharat Odisha Team

Published : Jul 4, 2024, 6:14 PM IST

Elephant's Electrocution Death
Elephant's Electrocution Death (ETV Bharat Odisha)

Elephant's Electrocution Death: ସମ୍ବଲପୁର: ପୁଣି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଇ ହାତୀ ମୃତ । ସମ୍ବଲପୁର ଜିଲ୍ଲା ସଦର ରେଞ୍ଜ ଝାଙ୍କରବାହାଲି ଗାଁ ନିକଟରେ 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଇ ହାତୀର ମୃତ୍ୟୁ ହୋଇଛି । ଗତ ବିଳମ୍ବିତ ରାତିରେ ନିକଟସ୍ଥ ବସିଆପଡା ଅଞ୍ଚଳରୁ ଏକ ହାତୀ ପଲ ଏହି ଅଞ୍ଚଳ ଦେଇ ଯିବା ସମୟରେ ଗୋଟିଏ ମାଇ ହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା, ଯାହା ଫଳରେ ତାର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଜି ସକାଳେ ଖବର ପାଇ ବନବିଭାଗ ଘଟଣାସ୍ଥଳକୁ ପହଞ୍ଚି ଛାନଭିନ ଚଲାଇଛି । ସୂଚନା ଯୋଗ୍ୟ ଯେ ଗତ 16 ଜୁନ ରାତିରେ ସମ୍ବଲପୁର ଜିଲ୍ଲା ସଦର ରେଞ୍ଜ ବସିଆପଡା ଠାରେ ଏକ ଦନ୍ତା ଦନ୍ତା ହାତୀର ସମାନ ଭାବରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.