ରାଇରଙ୍ଗପୁର: ବାଣ ଗୋଦାମରେ ବିସ୍ଫୋରଣ ଘଟି ବ୍ୟବସାୟୀ ଜୀବନ୍ତ ଦଗ୍ଧ । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମହୁଲପାଟଣା ଗାଁରେ ଘଟିଛି ଏହି ଘଟଣା । ଶନିବାର ଅପରାହ୍ନ ୨ଟା ସମୟରେ ମହୁଲପାଟଣା ଗାଁରେ ଥିବା ଏକ ବାଣ ଗୋଦାମରେ ବିସ୍ଫୋରଣ ହୋଇଥିଲା । ଏଥିରେ ବାଣ ଗୋଦାମ ମାଲିକ ସମ୍ପୂର୍ଣ୍ଣ ଜଳି ଯାଇଥିଲେ । ମୃତ ବ୍ୟବସାୟୀ ହେଲେ ମହୁଲପାଟଣା ଗ୍ରାମର ବଂଶୀଧର ପଲେଇଙ୍କ ପୁଅ ଖଗେଶ୍ୱର ପଲେଇ । ଏନେଇ ବୈଶିଙ୍ଗା ଥାନା ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ବିଦ୍ୟୁତ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି ପୋଲିସ ଅନୁମାନ କରୁଛି ।
ବାଣ ଗୋଦାମରେ ବିସ୍ଫୋରଣ, ବ୍ୟବସାୟୀ ଜୀବନ୍ତ ଦଗ୍ଧ
Published : Jun 23, 2024, 6:42 AM IST
![ବାଣ ଗୋଦାମରେ ବିସ୍ଫୋରଣ, ବ୍ୟବସାୟୀ ଜୀବନ୍ତ ଦଗ୍ଧ MAYURBHANJ BLAST](https://etvbharatimages.akamaized.net/etvbharat/prod-images/23-06-2024/1200-675-21774690-thumbnail-16x9-1.jpg)
MAYURBHANJ BLAST (ETV Bharat Odisha)
ଇଟିଭି ଭାରତ, ମୟୂରଭଞ୍ଜ