ଓଡିଶା

odisha

ଓଡ଼ିଆ ପୁଅଙ୍କୁ ବଡ଼ ଦାୟିତ୍ବ, ଝାଡଖଣ୍ଡ ହାଇକୋର୍ଟର ହେଲେ ମୁଖ୍ୟ ବିଚାରପତି

By ETV Bharat Odisha Team

Published : Jul 3, 2024, 8:58 PM IST

CJ of jharkhand high court
CJ of jharkhand high court (Odisha HC)

କଟକ:ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଓଡ଼ିଆ ପୁଅ ।ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି ଓଡି଼ଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ। ସେ ଓଡି଼ଶା ହାଇକୋର୍ଟରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବରେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ଜାରି କରାଯାଇଛି।

ସୂଚନା ଅନୁସାରେ, ଜଷ୍ଟିସ ଚନ୍ଦ୍ରଶେଖରଙ୍କର ରାଜସ୍ଥାନ ହାଇକୋର୍ଟକୁ ବଦଳି ହୋଇଛି । ଗତ ଡିସେମ୍ବରରେ ଜଷ୍ଟିସ ଚନ୍ଦ୍ରଶେଖର ଝାଡଖଣ୍ଡରୁ ବଦଳି ହେବା ପାଇଁ ନିବେଦନ କରିଥିଲେ । ଯାହା ପରେ ଓଡି଼ଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀଙ୍କ ନାଁ ସୁପାରିଶ କରାଯାଇଥିଲା । ଆଜି କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details