ETV Bharat / snippets

ଲାଞ୍ଚ ନେଇ ଧରାପଡ଼ିଲେ ବୋଲଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ

author img

By ETV Bharat Odisha Team

Published : Jul 6, 2024, 4:30 PM IST

JE In Vigilance Net
JE In Vigilance Net (ETV Bharat Odisha)

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଆଜି (ଶନିବାର) ସକାଳୁ ବୋଲଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି । ବୋଲଗଡ଼ ବ୍ଲକ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତରେ ହୋଇଥିବା କୋଠାଘର ବିଲ ପାସ କରିବା ପାଇଁ ବ୍ଲକ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେଉଥିଲେ । ସୂଚନା ଅନୁସାରେ, ନୃସିଂହ ନାଥ ପ୍ରଧାନ 19 ହଜାର 200ଟଙ୍କା ନେଉଥିବାବେଳେ ମାଡି ବସିଛି ନୟାଗଡ଼ ଓ ଭୁବନେଶ୍ୱର ଭିଜିଲାନ୍ସ ଟିମ । ଯନ୍ତ୍ରୀଙ୍କ ସରକାରୀ ବାସଭବନ ସହ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ କାଗଜପତ୍ର ଯାଞ୍ଚ ଚଳାଇଛି ଟିମ୍ । ୨ଟି ଟିମ ଯନ୍ତ୍ରୀଙ୍କ ଦେବଗଡ଼ ସ୍ଥିତ ପୈତୃକ ବାସଭବନରେ ଚଢ଼ାଉ କରିଛନ୍ତି । ସେଠାରୁ ନଗଦ 2 ଲକ୍ଷ 16 ହଜାର 900 ଟଙ୍କା ସହ ମୋବାଇଲ ଫୋନ, ଦାମୀ ଘଣ୍ଟା ଜବତ କରିଛି ଭିଜିଲାନ୍ସ ଟିମ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.