ETV Bharat / snippets

ମୃତ୍ୟୁ ରୂପରେ ଆସିଥିଲା ଆମ୍ବୁଲାନ୍ସ ! ବାପା ଆଗରେ ଚାଲିଗଲା ପୁଅ ଜୀବନ

author img

By ETV Bharat Odisha Team

Published : Jul 6, 2024, 5:22 PM IST

MINOR DIED IN AMBULANCE ACCIDENT
MINOR DIED IN AMBULANCE ACCIDENT (ETV Bharat Odisha)

ନବରଙ୍ଗପୁର: ଡାବୁଗାଁ ଥାନା ଅନ୍ତର୍ଗତ ମହେନ୍ଦ୍ରୀ ଛକ ନିକଟରେ ଅଘଟଣ । ଆମ୍ବୁଲାନ୍ସ ଧକ୍କାରେ ନାବାଳକ ପୁଅର ମୃତ୍ୟୁ ଘଟିଥିବାବେଳେ ବାପା ଗୁରୁତର । ମହେନ୍ଦ୍ରୀ ଗ୍ରାମର ଗଣେଶ ମହାନ୍ତି ତାଙ୍କ 8 ବର୍ଷୀୟ ପୁଅ ନିଖିଲ ମହାନ୍ତି ସାଇକେଲ ଯୋଗେ କୌଣସି କାମରେ ସକାଳେ ଯାଉଥିବାବେଳେ ନବରଙ୍ଗପୁର ପଟୁ ଡାବୁଗାଁ ଅଭିମୁଖେ ଆସୁଥିବା ଆମ୍ବୁଲାନ୍ସ ସାଇକେଲ ଆରୋହି ବାପା ଓ ପୁଅଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ପୁଅ ନିଖିଲର ମୃତ୍ୟୁ ଘଟିଥିବାବେଳେ ଗଣେଶ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସ ସହିତ ଡାବୁଗାଁ ଥାନାରେ ଆତ୍ମସମର୍ପଣ କରିଛନ୍ତି ଡ୍ରାଇଭର । ଅନ୍ୟପଟେ ମୃତଦେହ ରଖି ସ୍ଥାନୀୟ ଲୋକେ ମହେନ୍ଦ୍ରୀ ନିକଟରେ ଉମରକୋଟ-ନବରଙ୍ଗପୁର ରାସ୍ତା ଅବରୋଧ କରିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.