ETV Bharat / snippets

ମାଡିଗଲା ରଥ, ଚକ ତଳେ ଚାପି ହୋଇ ଗଲା ଭକ୍ତଙ୍କ ଜୀବନ- Devotee Dead In Ratha yatra

author img

By ETV Bharat Odisha Team

Published : Jul 7, 2024, 10:35 PM IST

Devotee Dead In Ratha yatra
Devotee Dead In Ratha yatra (ETV Bharat Odisha)

ଝାରସୁଗୁଡା: ରଥଟଣା ବେଳେ ବଡ଼ ଅଘଟଣ । ଝାରସୁଗୁଡା ଜିଲ୍ଲା କୁକୁରଜଙ୍ଘାରେ ରଥ ଟଣା ବେଳେ ଅଘଟଣ ଘଟିଛି । ଆଜି ସନ୍ଧ୍ୟା ସମୟରେ ରଥ ଟାଣିବା ସମୟରେ ଏକ ପାର୍ଶ୍ଵକୁ ରଥ ଗଡି ଯାଇଥିଲା । ଫଳରେ ଜଣେ ଶ୍ରଦ୍ଧାଳୁ ତଳେ ପଡିଯିବାରୁ ତାଙ୍କ ଉପରେ ରଥ ଚକ ଚଢି ଯାଇଥିଲା । ଉକ୍ତ ଶ୍ରଦ୍ଧାଳୁଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମୃତକ ଜଣଙ୍କ ଝାରସୁଗୁଡା ଜିଲ୍ଲା ମହୁଲପାଲି ଥାନା ଛତାବାହଲ 45 ବର୍ଷୀୟ ଶ୍ୟାମ ସୁନ୍ଦର କିଷାନ ବୋଲି ପରିଚୟ ମିଳିଛି ।

ଇଟିିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.