ETV Bharat / bharat

ରାସନ କାର୍ଡ ଅଛି କି ! କେବଳ ଖାଦ୍ୟ ସାମଗ୍ରୀ ନୁହେଁ, ମିଳିବ ଏହି ସବୁ ସୁବିଧା - Ration Card Benefits - RATION CARD BENEFITS

ରାସନ କାର୍ଡଧାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବ୍ୟାପକ ସୁବିଧା । କେବଳ ଚାଉଳ,ଗହମ କି ଖାଦ୍ୟ ସାମଗ୍ରୀ ନୁହେଁ, ତାହା ସହ ମିଳିପାରିବ ଆହୁରି ଅନେକ କିଛି ଲାଭ । ଜାଣନ୍ତୁ ସେ ସମ୍ପର୍କରେ

ରାସନ କାର୍ଡ ଥିଲେ ମିଳିବ ଏହି ସବୁ ସୁବିଧା
ରାସନ କାର୍ଡ ଥିଲେ ମିଳିବ ଏହି ସବୁ ସୁବିଧା (Etv Bharat)
author img

By ETV Bharat Odisha Team

Published : Oct 6, 2024, 10:37 AM IST

ହାଇଦ୍ରାବାଦ: ସାଧାରଣ ତଥା ଆର୍ଥିକ ପଛୁଆ ବର୍ଗର ଜନତାଙ୍କ ହିତ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି । ସେହି ମଧ୍ୟରୁ ରାସନ କାର୍ଡ ହେଉଛି ଏକ ପ୍ରମୁଖ ଯୋଜନା । ଏହା ଦ୍ବାରା ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ’ ଅନୁଯାୟୀ ଗରିବ ଲୋକଙ୍କୁ ମାଗଣା ରାସନ ସାମଗ୍ରୀ ଯୋଗାଇ ଆସୁଛନ୍ତି ସରକାର । ଏହି କାର୍ଡର ହିତାଧିକାରୀଙ୍କ ପାଇଁ କେବଳ ରାସନ ସାମଗ୍ରୀ ନୁହଁ ବରଂ ଆହୁରି ଅନେକ ସୁବିଧା ମଧ୍ୟ ରହିଛି । ଆସନ୍ତୁ ଜାଣିବା ଜଣେ ରାସନ କାର୍ଡଧାରୀ କେଉଁ କେଉଁ ଲାଭ ପାଇପାରିବେ ।

  • ରାସନ କାର୍ଡରେ କେଉଁ ଲାଭ ପାଇବେ ହିତାଧିକାରୀ:-

ରାସନକାର୍ଡରେ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ମାଗଣାରେ ଚାଉଳ ପ୍ରଦାନ କରୁଛନ୍ତି । ଚଳିତମାସରୁ ଚାଉଳ ସହ ଗହମ ଦିଆଯିବା ନେଇ ମଧ୍ୟ ଘୋଷଣା କରାଯାଇଛି । ରାସନ କାର୍ଡରେ କେବଳ ଚାଉଳ ନୁହଁ ବରଂ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିପାରିବ ।

ମାଗଣା ରାସନ: ରାସନ କାର୍ଡରେ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଏ । ସରକାରଙ୍କ ଦ୍ୱାରା ସ୍ଥିର ତଥା ଅତି ସୁଲଭ ମୂଲ୍ୟରେ ଖାଦ୍ୟ ସାମଗ୍ରୀ ପାଇଥାନ୍ତି ହିତାଧିକାରୀ ।

ସରକାରୀ ଯୋଜନାରେ ଭାଗିଦାରୀ: ବିଭିନ୍ନ ସରକାରୀ ଯୋଜନାର ଲାଭ ରାସନ କାର୍ଡ ମାଧ୍ୟମରେ ମିଳିପାରିବ ।

  • ପରିଚୟ ପ୍ରମାଣ:

କୌଣସି ସରକାରୀ ବା ବେସରକାରୀ କ୍ଷେତ୍ରରେ ପରିଚୟର ପ୍ରମାଣ ପତ୍ର ଭାବରେ ଏହି ରେସନ କାର୍ଡ ବ୍ୟବହାର କରାଯାଇପାରିବ । କାରଣ ଏଥିରେ ହିତାଧିକାରୀଙ୍କର ସମସ୍ତ ତଥ୍ୟ ସରକାରୀ ଅନୁମୋଦିତ ଭାବେ ରହିଥାଏ । ତେଣୁ ଏହି କାର୍ଡକୁ ଆବଶ୍ୟକ ସ୍ଥଳେ ଅନ୍ୟ କାମରେ ଏକ ବୈଧ ପ୍ରମାଣପତ୍ର ଭାବେ ବ୍ୟବହାର କରାଯାଇପାରେ ।

  • ଋଣ ଉପରେ ସବସିଡି:

କିଛି ଯୋଜନାରେ ରାସନ କାର୍ଡଧାରୀମାନେ ଋଣ ଉପରେ ସବସିଡି ପାଆନ୍ତି । ସେମାନେ ଆର୍ଥିକ ପଛୁଆ ଶ୍ରେଣୀଭୂକ୍ତ ହୋଇଥିବାରୁ ସେମାନେ ଏହି ସବସିଡ ପ୍ରାପ୍ତ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଆନ୍ତି । ଏହି କ୍ଷେତ୍ରରେ ରାସନ କାର୍ଡର ବ୍ୟବହାର କରାଯାଉଛି ।

  • ବୀମା ଯୋଜନା: କିଛି ରାଜ୍ୟରେ ରାସନ କାର୍ଡ ହିତାଧିକାରୀମାନେ ସ୍ୱାସ୍ଥ୍ୟ ବୀମାର ସୁବିଧା ପାଇଥାନ୍ତି । ସେମାନଙ୍କୁ ସରକାର ଦେୟମୁକ୍ତ ସ୍ବାସ୍ଥ୍ୟବୀମା ଯୋଗାଇଥାନ୍ତି ।
  • ସାମାଜିକ କଲ୍ୟାଣ ଯୋଜନା: ରାସନ କାର୍ଡ ମାଧ୍ୟମରେ ସାମାଜିକ କଲ୍ୟାଣ ଯୋଜନା ମଧ୍ୟ ଲାଭ ପାଇ ପାରିବେ ।
  • ଶିକ୍ଷା କ୍ଷେତ୍ରରେ ସହାୟତା: ଏମିତି କିଛି ଯୋଜନା ଅଛି ଯାହା ରାସନ କାର୍ଡଧାରୀଙ୍କ ପିଲାମାନଙ୍କର ଶିକ୍ଷାରେ ସହାୟତା ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ-କେବେ ସରିବ ଇ-କେୱାଇସି, କେବେ ମିଳିବ ନୂଆ ରାସନ କାର୍ଡ, ଫିଜିକାଲ କେୱାଇସି କଣ ? ଜାଣନ୍ତୁ - Ration Card E KYC

ଏହା ମଧ୍ୟ ପଢନ୍ତୁ-ରାସନ କାର୍ଡ EKYCକୁ ନେଇ ଆସିଲା ବଡ଼ ଅପଡେଟ୍, ଏମିତି କହିଲେ ମନ୍ତ୍ରୀ - RATION CARD VERIFICATION

ଏହା ମଧ୍ୟ ପଢନ୍ତୁ ....ଅକ୍ଟୋବରରୁ ଓଡ଼ିଶାରେ ରାସନରେ ଗହମ, ମୋହନ ମାଝୀ ସରକାରଙ୍କ କଥା ରଖିଲା କେନ୍ଦ୍ର - wheat for Ration card holders

  • ରାସନ କାର୍ଡ କେତେ ପ୍ରକାର ?

ଦେଶରେ ଅନେକ ପ୍ରକାରର ରାସନ କାର୍ଡ ପ୍ରଚଳିତ ହେଉଛି । ଯାହା ସାଧାରଣ ଲୋକଙ୍କ ଆବଶ୍ୟକତା ଏବଂ ସେମାନଙ୍କର ଆୟ ଉପରେ ଆଧାରିତ । କିଛି ରାସନ କାର୍ଡ ଏମିତି ବି ଅଛି, ଯାହା କେବଳ ପରିଚୟ ପ୍ରମାଣ ପାଇଁ ଦିଆଯାଏ । କିନ୍ତୁ ଏଥିରେ ଆର୍ଥିକ ଲାଭ ମିଳିପାରେ ନାହିଁ ।

ରେସନ କାର୍ଡ ମାଧ୍ୟମରେ ସୁବିଧା:- ରାସନ କାର୍ଡଧାରୀଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ସୁବିଧା ଉପଲବ୍ଧ ରହିଛି । ଯାହା ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଉପଲବ୍ଧ । ନଜର ପକାନ୍ତୁ ସେହି ସବୁ ସୁବିଧା ଉପରେ...

ଫସଲ ବୀମା ଯୋଜନା : ରାସନ କାର୍ଡ ଦ୍ବାରା କୃଷକମାନେ ଫସଲ ବୀମା ପାଇଁ ଆବେଦନ କରିପାରିବେ । ଯାହା ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା କ୍ଷୟକ୍ଷତିର ଅନୁକମ୍ପା ବା କ୍ଷତିପୂରଣ ସେମାନଙ୍କୁ ଦେବାରେ ସାହାଯ୍ୟ କରିଥାଏ ।

ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା: ଯେଉଁମାନଙ୍କ ଘରେ ଜାଲେଣି ଗ୍ୟାସ ସିଲିଣ୍ଡର ସଂଯୋଗ ନାହିଁ, ସେମାନେ ରାସନ କାର୍ଡ ବ୍ୟବହାର କରି ଏହି ଯୋଜନା ଅଧୀନରେ ମାଗଣା ଗ୍ୟାସ ସିଲିଣ୍ଡର ପାଇପାରିବେ ।

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା: କାରୀଗର ଏବଂ ଶିଳ୍ପକାରମାନେ ରାସନକାର୍ଡ ମାଧ୍ୟମରେ ଏହି ଯୋଜନାର ଲାଭ ପାଇପାରିବେ । ଏହା ଦ୍ବାରା ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।

ଆର୍ଥିକ ସହାୟତା: ପକ୍କା ଘର ନିର୍ମାଣ ପାଇଁ ରାସନ କାର୍ଡଧାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ଯାହା ସେମାନଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବାରେ ସହାୟକ ହୋଇଥାଏ ।

ଶ୍ରମିକ କାର୍ଡ ଯୋଜନା: ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଏହି ଯୋଜନା ଅଧୀନରେ ଲାଭ ପାଇଥାଆନ୍ତି । ଯାହା ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିଥାଏ ।

ମହିଳାଙ୍କୁ ସିଲେଇ ମେସିନ୍: ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ସଶକ୍ତ କରିବା ପାଇଁ ରାସନ କାର୍ଡ ମାଧ୍ୟମରେ ମାଗଣା ସିଲେଇ ମେସିନ୍ ଯୋଗାଇ ଦିଆଯାଉଛି । ଯାହା ଦ୍ବାରା ସେମାନେ ନିଜର ବ୍ୟବସାୟ ଆରମ୍ଭ କରିପାରି ସ୍ବାବଲମ୍ବୀ ହୋଇ ପାରୁଛନ୍ତି ।

ରାସନ କାର୍ଡ କେବଳ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରେ ନାହିଁ ବରଂ ଅଭାବୀ ଲୋକଙ୍କୁ ବିଭିନ୍ନ ପ୍ରକାରର ସରାକରୀ ସହାୟତା ମଧ୍ୟ ପ୍ରଦାନ କରିଥାଏ । ମୋଟ ଉପରେ କହିବାକୁ ଗଲେ ଏହା ବିଶେଷ ଭାବେ ଆର୍ଥିକ ପଛୁଆ ଶ୍ରେଣୀଭୂକ୍ତ ଲୋକଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା କାରଣରୁ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସାମାଜିକ ସଶକ୍ତିକରଣ ଓ ଉନ୍ନୟନମୂଳକ ଯୋଜନାରେ ଏହାକୁ ବୈଧ ପ୍ରମାଣପତ୍ର ଭାବେ ବ୍ୟବହାର କରାଯାଇ ଏହାର ଲାଭ ଉଠାଯାଇ ପାରିବ । ପରିଚୟ ପତ୍ର ଭାବେ ଏହା ସରକାରୀ ପ୍ରଦତ୍ତ ଏକ ବଳିଷ୍ଠ ପ୍ରମାଣପତ୍ର ମଧ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.