ETV Bharat / bharat

ଘରୋଇକରଣ ହେବକି ଭାରତୀୟ ରେଳବାଇ ? ରେଳମନ୍ତ୍ରୀ ଦେଲେ ବଡ ସଙ୍କେତ - Privatisation of indian railways

ଆସନ୍ତା 5ବର୍ଷ ମଧ୍ୟରେ ନବୀକରଣ ହେବ ଭାରତୀୟ ରେଳବାଇ । ଘରୋଇକରଣ ପ୍ରସଙ୍ଗରେ ସ୍ପଷ୍ଟ ଉତ୍ତର ରଖିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

author img

By ETV Bharat Odisha Team

Published : 2 hours ago

Updated : 1 hours ago

Indian Railway
Indian Railway (ETV BHARAT ODISHA)

ହାଇଦ୍ରାବାଦ: ଭାରତୀୟ ରେଳବାଇ ହେଉଛି ବିଶ୍ବର ଚତୁର୍ଥ ବୃହତ୍ତମ ରେଳ ନେଟଓ୍ବାର୍କ । ଜନସଂଖ୍ୟା ବହୁଳ ଭାରତର ପରିବହନ ବ୍ୟବସ୍ଥାର ମେରୁଦଣ୍ଡ ହେଉଛି ‘ଭାରତୀୟ ରେଳ’ । ପ୍ରତିଦିନ କୋଟି କୋଟି ଲୋକ ରେଳ ଯାତ୍ରା କରିଥାନ୍ତି । କୌଣସି ଦୂରସ୍ଥାନକୁ ଯାତ୍ରା କରିବାକୁ ହେଲେ ଟ୍ରେନ ସମସ୍ତଙ୍କର ପ୍ରଥମ ପସନ୍ଦ । କାହିଁକି ନା ସୁଲଭ ମୂଲ୍ୟ ସହ ଆରାମଦାୟକ ଅନୁଭୂତି ଦେଇଥାଏ । ରେଳଯାତ୍ରୀଙ୍କ ଯାତ୍ରାକୁ ଆହୁରି ସୁବିଧା କରିବା ପାଇଁ ରେଳ ବିଭାଗ ବିଭିନ୍ନ ପ୍ରଚେଷ୍ଟା ଜାରି ରଖିଛି । ରେଳ ଯାତ୍ରାକୁ ସୁରକ୍ଷିତ ଓ ଟ୍ରେନର ଗତି ବଢାଇ ଯାତ୍ରା ସମୟରେ ହ୍ରାସ କରିବା ଏବେ ସରକାରଙ୍କ ମୂଳ ଲକ୍ଷ୍ୟ । ଏଣୁ ଆସନ୍ତା 5ବର୍ଷ ମଧ୍ୟରେ ଭାରତୀୟ ରେଳବାଇର ନବୀକରଣ ହେବ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେହିପରି ରେଳବାଇର ଘରୋଇକରଣ ନେଇ ବଡ କଥା କହିଛନ୍ତି ଅଶ୍ବିନୀ ।

  • ଘରୋଇକରଣ ହେବ କି ଭାରତୀୟ ରେଳବାଇ ?

ରେଳବାଇ ବର୍ତ୍ତମାନ କିଛି ଘରୋଇ ଟ୍ରେନ ଚଳାଉଛି । ଏହା ବ୍ୟତୀତ କ୍ୟାଟରିଂ ସହ ଅନେକ ସେବା ବେସରକାରୀ ପାଇଁ କମ୍ପାନୀଗୁଡିକୁ ପ୍ରାଧାନ୍ୟ ଦିଆଯାଉଛି । ଏହି କାରଣରୁ ରେଳବାଇର ଘରୋଇକରଣ ହେବ କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି ? ଏ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,'' ରେଳବାଇର ଘରୋଇକରଣ ଉପରେ କୌଣସି ପ୍ରଶ୍ନ ଉଠୁନାହିଁ । ମୁଁ ଏପରି ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ ଅନୁରୋଧ କରୁଛି ଯେ ରେଳବାଇ ଏବଂ ପ୍ରତିରକ୍ଷା ହେଉଛି ଭାରତର ମେରୁଦଣ୍ଡ । ଏହି ଦୁଇଟିକୁ ସମସ୍ତ ପ୍ରକାର ରାଜନୀତିରୁ ଦୂରେଇ ରଖିବା ଉଚିତ । ସରକାର ସାଧାରଣ ଲୋକଙ୍କ ପାଇଁ ରେଳବାଇକୁ ଅଧିକ ସୁବିଧାଜନକ କରିବା ପାଇଁ କାର୍ଯ୍ୟ କରୁଛୁ। ମାତ୍ର 4ଶହ ଟଙ୍କାରେ କିପରି ସାଧାରଣ ଜନତା 1000 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବାର ସୁବିଧା ପାଇବ ତାହା ଆମର ମୂଳ ଲକ୍ଷ୍ୟ । ''

ଭାରତୀୟ ରେଳବାଇ
ଭାରତୀୟ ରେଳବାଇ (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ପୂର୍ବତଟ ରେଳବାଇର ପୂଜା ସ୍ପେଶାଲ ଟ୍ରେନ, ଓଡ଼ିଶାର ଏହି ରୁଟରେ କରିବ ଚଳାଚଳ - Special Train

ଏହା ମଧ୍ୟ ପଢନ୍ତୁ-ପାର୍ବଣରେ ଟ୍ରାକରେ ଗଡ଼ିବ ୬୦୦୦ ସ୍ପେଶାଲ ଟ୍ରେନ, ଟ୍ରେନ ଯାତ୍ରୀଙ୍କୁ ଭାରତୀୟ ରେଳବାଇର ବଡ଼ ଭେଟି - Special Train For Festive Season

  • ନବୀକରଣ ହେବ ଭାରତୀୟ ରେଳବାଇ:

ରେଳମନ୍ତ୍ରୀ କହିଛନ୍ତି,''ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ରେଳ ସମ୍ପୂର୍ଣ୍ଣ ଭାବେ ରୂପାନ୍ତରିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଶ୍ଚିତ କରିଛନ୍ତି। ଲୋକଙ୍କୁ ବନ୍ଦେ ଭାରତ ଏବଂ ନମୋ ଭାରତ ଭଳି ଟ୍ରେନ୍ ମାଧ୍ୟମରେ ବିଳାସପୂର୍ଣ୍ଣ ସୁବିଧା ଯୋଗାଇ ଦିଆଯିବ । କେବଳ ଏତିକି ନୁହେଁ, ଅଧିକରୁ ଅଧିକ ଟ୍ରେନରେ କବଚ ଭଳି ସୁରକ୍ଷା ବ୍ୟବସ୍ଥା ମଧ୍ୟ ଲଗାଯିବ । ଉନ୍ନତ କାର୍ଯ୍ୟଦକ୍ଷତା, ସୁରକ୍ଷା, ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସମସ୍ତଙ୍କୁ ସୁଲଭ ସେବା ଯୋଗାଇବା ରେଳବାଇର ଲକ୍ଷ୍ୟ । ''

ଭାରତୀୟ ରେଳବାଇ
ଭାରତୀୟ ରେଳବାଇ (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ରେଳବାଇରେ ବିପ୍ଳବ ଆଣିଛି 'ବନ୍ଦେ ଭାରତ ଏକ୍ସପ୍ରେସ', କଣ ରହିଛି ନୂଆ ଫିଚର ଓ ଫେସିଲିଟି ? - Vande Bharat Express

ଏହା ବି ପଢନ୍ତୁ...କେମିତି ଥିଲା ବନ୍ଦେ ଭାରତ ଯାତ୍ରା ଅନୁଭୂତି, ଇଟିଭି ଭାରତ ଆଗରେ ବଖାଣିଲେ ମୁଖ୍ୟମନ୍ତ୍ରୀ ମୋହନ - Interview With Mohan Majhi

ରେଳମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ''ରେଳ ବଜେଟ୍ ହେଉଛି 2.5 ଲକ୍ଷ କୋଟି ଟଙ୍କା । ଦେଶରେ ଗତ ଦଶ ବର୍ଷ ମଧ୍ୟରେ 30,000 କିଲୋମିଟର ନୂତନ ରେଳ ଲାଇନ ନିର୍ମାଣ କରାଯାଇଛି । ଯାହା ଫ୍ରାନ୍ସର ରେଳ ନେଟୱାର୍କଠାରୁ ଅଧିକ । ଆମେ ଏହାକୁ ଅଧିକ ବିସ୍ତାର କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛୁ । ''

ଭାରତୀୟ ରେଳବାଇ
ଭାରତୀୟ ରେଳବାଇ (ETV BHARAT ODISHA)

ଭାରତୀୟ ରେଳବାଇ ସମ୍ପର୍କରେ...

ଭାରତୀୟ ରେଳସେବା ଏବେ ଏକ ନୂଆ ସ୍ତରରେ ପହଞ୍ଚି ସାରିଛି । ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସେମିସ୍ପିଡ୍‌ ଅତ୍ୟାଧୁନିକ ଟ୍ରେନ ‘ବନ୍ଦେ ଭାରତ’ ଏବେ ସେବା ଯୋଗାଉଛି । ଏହା ସହ ବହୁଚର୍ଚ୍ଚିତ ମୁମ୍ବାଇ- ଅହମ୍ମଦାବାଦ ବୁଲେଟ ଟ୍ରେନ୍‌ ପ୍ରକଳ୍ପ ମଧ୍ୟ ନିର୍ମାଣାଧୀନ ରହିଛି । ଭାରତୀୟ ରେଳବାଇ ସମ୍ପୂର୍ଣ୍ଣ ତଥା ଶତ ପ୍ରତିଶତ ବିଜୁଳୀକରଣ ହୋଇସାରିଛି । ପୁରୁଣା ଲୋକୋମୋଟିଭକୁ କାର୍ଯ୍ୟରୁ ବାଦ ଦେଇ ନୂଆ ଇଲେକ୍ଟ୍ରିକ୍‌ ଇଞ୍ଜିନକୁ ଶତପ୍ରତିଶତ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟ ମଧ୍ୟ ନିକଟତର ହୋଇଛି । ଦୁର୍ଘଟଣା ରୋକିବା ପାଇଁ ଅତ୍ୟାଧୁନିକ କବଚ ସିଷ୍ଟମ, ରେଳ ଟ୍ରାଫିକ ସମସ୍ୟାର ସମାଧାନ କରି ଯାତ୍ରା ସମୟ ହ୍ରାସ କରିବା, ଓ୍ବେଟିଂ ଟିକେଟର ମାତ୍ରା ହ୍ରାସ କରିବା ପରି ଏକାଧିକ ଦିଗରେ କାର୍ଯ୍ୟ ଜାରି ରହିଛି । ଏହା ସହ ରେଳ ଇଞ୍ଜିନ୍‌ ଓ କୋଚ ନିର୍ମାଣରେ ମଧ୍ୟ ଭାରତ ବିଶ୍ବରେ ଏକ ଅଗ୍ରଣୀ ଦେଶ ଭାବେ ପରିଚୟ ସୃଷ୍ଟି କରିଛି । ଏସିଆ ମହାଦେଶର ଏକାଧିକ ଦେଶରେ ଭାରତ ନିର୍ମିତ ରେଳ ଇଞ୍ଜିନ ବ୍ୟବହୃତ ମଧ୍ୟ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 1 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.